ETV Bharat / sports

ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ରଜତ ପଟିଦାର, ଘୋଷଣା କଲା ବିସିସିଆଇ

author img

By ETV Bharat Odisha Team

Published : Jan 24, 2024, 10:25 PM IST

Rajat Patidar Replaces Virat Kohli: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିରାଟ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ବିସିସିଆଇ । ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ରଜତ ପଟିଦାର ଦଳରେ ସାମିଲ । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ରଜତ ପଟିଦାର

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟେଷ୍ଟ । ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଷ୍ଟାର ବ୍ୟାଟର ବିରାଟ କୋହଲି ଅନୁପସ୍ଥିତ ରହିବେ । ଏନେଇ ପୂର୍ବରୁ ସେ ବିସିସିଆଇ ସହ ଆଲୋଚନା କରିଥିଲେ । ଏହି ବହୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କୋହଲିଙ୍କ ସ୍ଥାନ କିଏ ନେବ, ତାହା ଉପରେ ଥିଲା ସମସ୍ତଙ୍କ ନଜର । ବୁଧବାର ରଜତ ପଟିଦାରଙ୍କୁ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଛି ବିସିସିଆଇ ।

ଗୁରୁବାର (25 ଜାନୁଆରୀ) ହାଇଦ୍ରାବାଦରେ ସକାଳ 9.30ରୁ ଆରମ୍ଭ ହେବ ପ୍ରଥମ ମ୍ୟାଚ୍‌ । ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ର ଦିନକ ପୂର୍ବରୁ ହିଁ ବିରାଟ କୋହଲିଙ୍କ ବଦଳ ଖେଳାଳି ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ମଧ୍ୟପ୍ରଦେଶର ଯୁବ କ୍ରିକେଟର ରଜତ ପଟିଦାରଙ୍କୁ କୋହଲିଙ୍କ ସ୍ଥାନରେ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦଳରେ ସାମିଲ କରିଛି ବିସିସିଆଇ । ଏହି ଦୌଡ଼ରେ ସର୍ଫରାଜ ଖାନଙ୍କ ନାଁ ମଧ୍ୟ ରହିଥିଲା । ହେଲେ ସେ ଏବେ 'ଇଣ୍ଡିଆ ଏ' ଦଳ ସହ ଜଡ଼ିତ ରହିବେ । ତେଣୁ ରଜତ ପଟିଦାର ବୁଧବାର ହାଇଦ୍ରାବାଦ ପହଞ୍ଚି ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆମ ବିଜୟ ନିଶ୍ଚିତ ନୁହେଁ, ଭଲ ଖେଳିବାକୁ ପଡ଼ିବ: ରୋହିତ ଶର୍ମା

ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ରଜତ ପଟିଦାର ଏବେ ଦମଦାର ଫର୍ମରେ ରହିଛନ୍ତି । ସେ ପୂର୍ବରୁ ବିଭିନ୍ନ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଦମ ଦେଖାଇ ସାରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ ରଜତ । ଏଥର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବାକୁ ରଜତଙ୍କୁ ସୁଯୋଗ ମିଳିପାରେ । କୋହଲିଙ୍କ ଅନୁପସ୍ଥିତିରେ ମିଡିଲ ଅର୍ଡରରେ ନିଜକୁ ପ୍ରମାଣିତ କରିବାକୁ ରଜତଙ୍କ ନିକଟରେ ସୁଯୋଗ ରହିବ । ଏହି ଯୁବ କ୍ରିକେଟର ଗତ ରଣଜୀ ସିଜିନରେ 7ଟି ମ୍ୟାଚ୍‌ରୁ ଗୋଟିଏ ଶତକ ଓ 6 ଅର୍ଦ୍ଧଶତକ ସହିତ 656 ରନ କରିଥିଲେ । ଏଭଳି ପ୍ରଭାବୀ ପ୍ରଦର୍ଶନ ଭାରତୀୟ ଦଳର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡକୁ ସିରାଜଙ୍କ ଖୋଲା ଚ୍ୟାଲେଞ୍ଜ; କହିଲେ ବାଜ୍‌ବଲ୍‌ କ୍ରିକେଟ ଖେଳିଲେ...

ସେପଟେ କୋହଲିଙ୍କ ସ୍ଥାନରେ ଚେତେଶ୍ବର ପୂଜାରା ବା ଆଜିଙ୍କ୍ୟ ରାହାଣେଙ୍କ ଭଳି ଅନୁଭବୀ ଖେଳାଳିଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ପୂଜାରା ରଣଜୀରେ ମଧ୍ୟ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରିଥିଲେ । ନିକଟରେ ଏକ ଶତକ ମଧ୍ୟ ହାସଲ କରିବାରେ ସେ ସଫଳ ହୋଇଛନ୍ତି । ହେଲେ ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାରେ ସେ ଆଉ ସଫଳ ହୋଇନାହାନ୍ତି । ସେପଟେ ରାହାଣେ ଏପର୍ଯ୍ୟନ୍ତ ରଣଜୀରେ ଆଖିଦୃଶିଆ ପ୍ରଦର୍ଶନ ଦେଇପାରିନାହାନ୍ତି । ତେଣୁ ଇଂଲଣ୍ଡ ବିପକ୍ଷ ଏହି ସିରିଜ ପାଇଁ ବିସିସିଆଇ ଓ ଚୟନକର୍ତ୍ତା ଶୁଭମନ ଗିଲ୍‌, ଶ୍ରେୟସ ଆୟର ଓ ରଜତ ପଟିଦାରଙ୍କ ଭଳି ଯୁବ ତାରକାଙ୍କ ଉପରେ ଭରସା କରିଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ଶ୍ରେୟାସ ଆୟର, ରଜତ ପଟିଦାର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.