ETV Bharat / sports

ଭାରତୀୟ ଦଳକୁ ଆସିଲେ ନୂଆ ବୋଲିଂ କୋଚ୍‌; ଗମ୍ଭୀରଙ୍କ ଇଚ୍ଛା ପୂରଣ କଲା BCCI - Indian Cricket Team Bowling coach

author img

By ETV Bharat Sports Team

Published : Aug 14, 2024, 4:17 PM IST

Updated : Aug 14, 2024, 4:43 PM IST

Indian Cricket Team Bowling coach : ଭାରତୀୟ କ୍ରିକେଟ ଦଳକୁ ମିଳିଲେ ନୂଆ ବୋଲିଂ କୋଚ । ଯାହାକୁ ସହଯୋଗୀ ଭାବେ ଚାହୁଁଥିଲେ ଗୌତମ ଗମ୍ଭୀର, ତାଙ୍କୁ ହିଁ ନିଯୁକ୍ତ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

Indian Cricket Team Bowling coach
Indian Cricket Team Bowling coach (Getty Image)

ମୁମ୍ବାଇ : ଭାରତୀୟ ଦଳକୁ ଆସିଲେ ନୂଆ ବୋଲିଂ କୋଚ୍‌ । ଭାରତୀୟ ଦଳର ନୂଆ ବୋଲିଂ ପ୍ରଶିକ୍ଷକ ଭାବରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କେଲଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ବିସିସିଆଇ ସଚିବ ଜୟ ଶାହ ବୁଧବାର ସ୍ପଷ୍ଟ କରିଛନ୍ତି । ଶାହା ପିଟିଆଇକୁ ନିଶ୍ଚିତ କରି କହିଛନ୍ତି, 'ହଁ, ମୋର୍ନେ ମୋର୍କେଲଙ୍କୁ ବରିଷ୍ଠ ଭାରତୀୟ ପୁରୁଷ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି ।' ତେବେ ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର 1ରୁ ଆରମ୍ଭ ହେବାକୁ ଯାଉଛି ।

ଗମ୍ଭୀର-ମୋର୍କେଲ ପୁଣି ଏକାଠି :-

ଜୁଲାଇରେ ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ବର୍ତ୍ତମାନ ଦଳରେ ବୋଲିଂ ପ୍ରଶିକ୍ଷକଙ୍କ ଅଭାବ ମଧ୍ୟ ପୂରଣ ହୋଇଛି । ମୋର୍ନେ ମୋର୍କେଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର 1 ରୁ ଆରମ୍ଭ ହେବ । ଗୌତମ ଗମ୍ଭୀରଙ୍କୁ 2027 ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ଦଳର ବୋଲିଂ କୋଚ୍ ପାଇଁ ଜାହିର ଖାନ, ଲକ୍ଷ୍ମୀପତି ବାଲାଜୀ ଏବଂ ବିନୟ କୁମାରଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା । କିନ୍ତୁ ଶେଷରେ ମୋର୍ନେ ମୋର୍କେଲଙ୍କୁ ବୋଲିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ମୋର୍ନେ ମୋର୍କେଲ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ କାମ କରିଛନ୍ତି । ଗମ୍ଭୀର ଲକ୍ଷ୍ନୌ ସୁପରଜିଆଣ୍ଟର ମେଣ୍ଟର ଭାବେ କାର୍ଯ୍ୟ କରୁଥିବାବେଳେ ମୋର୍କେଲ ସେହି ଦଳରେ ବୋଲିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ଗମ୍ଭୀର ଗଢ଼ିଲେ ନିଜ ଟିମ୍‌ :-

ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ତାଙ୍କ ପସନ୍ଦର ଅନେକ କୋଚ୍‌ଙ୍କୁ ସପୋର୍ଟ ଷ୍ଟାଫ୍ ଭାବରେ ଦଳରେ ସ୍ଥାନ ଦିଆଯାଇଛି । ଏହାପୂର୍ବରୁ ଅଭିଷେକ ନାୟାର ଏବଂ ରିୟାନ୍ ଟେନ ଡୋଶେଟ୍‌ଙ୍କୁ ସପୋର୍ଟ ଷ୍ଟାଫ୍ ଭାବରେ ଭାରତୀୟ ଦଳରେ ନିଯୁକ୍ତି ଦିଆଯାଇଥିଲା । ଉଭୟ କୋଲକାତା ନାଇଟ୍ ରାଇଡର୍ସରେ ଗୌତମ ଗମ୍ଭୀରଙ୍କ ସହ କାମ କରିଛନ୍ତି । ଏଥି ସହିତ ଫିଲ୍ଡିଂ କୋଚ୍ ଭାବରେ ଟି ଦିଲୀପଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । ଏବେ ମୋର୍କେଲଙ୍କୁ ବୋଲିଂ କୋଚ ମଧ୍ୟ ଗମ୍ଭୀରଙ୍କ ଇଚ୍ଛାରେ କରାଯାଇଥିବା କୁହାଯାଉଛି ।

ମୋର୍କେଲଙ୍କ କ୍ୟାରିୟର :-

ମୋର୍ନେ ମୋର୍କେଲଙ୍କ କ୍ୟାରିୟର ଉପରେ ନଜର ପକାଇଲେ ସେ 86ଟି ଟେଷ୍ଟ, 144 ଦିନିକିଆ ଏବଂ 44 ଟି20 ମ୍ୟାଚ୍‌ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ 160 ଇନିଂସରେ ସେ 309 ୱିକେଟ୍ ହାସଲ କରିଥିବାବେଳେ ଦିନିକିଆରେ 188 ୱିକେଟ୍ ଏବଂ ଟି20ରେ 47 ୱିକେଟ୍ ହାସଲ କରିଛନ୍ତି । ଏହା ବ୍ୟତୀତ ବ୍ୟାଟିଂରେ ମଧ୍ୟ ତାଙ୍କ ନାମରେ ସମସ୍ତ ଫର୍ମାଟରେ 1234 ରନ୍ ରହିଛି । ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ହେବା ପରେ ସେ ଆଉ ଲକ୍ଷ୍ନୌ ସୁପରଜିଆଣ୍ଟ (IPL ଦଳ)ରେ କାର୍ଯ୍ୟ କରିପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2024, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.