ETV Bharat / sports

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବାବର, ଟି-20 ବିଶ୍ବକପରେ ଅଧିନାୟକ ଭାବେ କଲେ ସର୍ବାଧିକ ରନ - T20 World Cup 2024 - T20 WORLD CUP 2024

Babar Azam Breaks MS Dhoni Record: ଧୋନିଙ୍କୁ ଟପିଲେ ବାବର ଆଜମ । ଟି-20 ବିଶ୍ବକପରେ ଅଧିନାୟକ ଭାବେ ସର୍ବାଧିକ ରନ କଲେ । ଅଧିକ ପଢନ୍ତୁ

Babar Azam Breaks MS Dhoni Record
Babar Azam Breaks MS Dhoni Record (Etv Bharat)
author img

By ETV Bharat Odisha Team

Published : Jun 18, 2024, 10:48 AM IST

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଲେ ପାକିସ୍ତାନ ଟିମ ଅଧିନାୟକ ବାବର ଆଜମ । ଟି -20 ବିଶ୍ୱକପ ଇତିହାସରେ ଅଧିନାୟକ ଭାବରେ ସର୍ବାଧିକ ରନ୍ ହାସଲ କଲେ ବାବର । ଜୁନ୍ 16 ତାରିଖରେ ପାକିସ୍ତାନ ଏବଂ ଆୟରଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି ପାକିସ୍ତାନ ଅଧିନାୟକ ।

ପାକିସ୍ତାନ-ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ବାବର 34 ବଲରେ ଅପରାଜିତ 32 ରନ କରିଥିଲେ । ତାଙ୍କର ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ଦଳକୁ ବିଜୟୀ କରାଇଥିଲା । 19 ଓଭର ଶେଷ ସୁଦ୍ଧା ଦଳ 7 ଓ୍ବିକେଟ ହରାଇ 111 ରନ କରି ବିଜୟୀ ହୋଇଥିଲା । ଦଳକୁ ବିଜୟ କରିବା ସବ ନିଜ ନାମରେ ନୂଆ ରେକର୍ଡ କରିଥିଲେ ବାବର ଆଜମ । ଟି-20 ବିଶ୍ବକପରେ ଧୋନି 29ଟି ଇନିଂସ ଖେଳି 529 କରିଥିବା ବେଳେ ବାବର ଆଜମ 17ଟି ଇଂନିସରେ 549 ରନ କରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ଅଧ୍ନାୟକ ଆଉ 2 ରନ କଲେ ଧୋନିଙ୍କ ରନକୁ ଅତିକ୍ରମ କରିବେ ।

ଏହା ମଧ୍ୟ ପଢନ୍ତୁ-ଜୁନ 19ରୁ T20 ବିଶ୍ବକପ୍ ସୁପର 8, ଦେଖନ୍ତୁ କେବେ ରହିଛି ଟିମ୍ ଇଣ୍ଡିଆର ମୁକାବିଲା ? - ICC T20 WORLD CUP SUPER 8

ଟି-20 ବିଶ୍ବକପରେ ସୁପର 8ରୁ ବାଦ ପଡିଛି ପାକିସ୍ତାନ । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ବାବର ବାହିନୀ ସୁପର 8ରୁ ବଞ୍ଚିତ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ 4ଟି ମ୍ୟାଚ ମଧ୍ୟରୁ 2ଟି ଦଳ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଥିଲା । ଗ୍ରୁପ-ଏର 4 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା ପାକ୍‌ । ଗ୍ରୁପ ପର୍ଯ୍ୟାୟରେ ଆୟରଲାଣ୍ଡ ସହ ଶେଷ ମୁକାବିଲା ଖେଳିଥିଲା ପାକିସ୍ତାନ । ଟସ୍‌ ଜିତି ପ୍ରଥମେ ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 9 ଓ୍ବିକେଟ ହରାଇ 106 ରନ କରିଥିଲା । ଜବାବରେ ପାକିସ୍ତାନ 18.5 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆସନ୍ତାକାଲିଠୁ ବିଶ୍ବକପରେ ଆରମ୍ଭ ହେବ ସୁପର 8 ମୁକାବିଲା । ଗ୍ରୁପ-ଏରେ ରହିଛନ୍ତି ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ । ଗ୍ରୁପ-ବିରେ ରହିଛନ୍ତି ଇଂଲଣ୍ଡ, ଆମେରିକା, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ । ପ୍ରତି ଗ୍ରୁପର ଟିମ 3ଟି ଲେଖାଏଁ ମ୍ୟାଚ ଖେଳିବେ, ମୋଟ 12ଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.