ETV Bharat / sports

ଭାରତ ବିପକ୍ଷ ହକି ଫାଇନାଲ ମ୍ୟାଚ୍‌ରେ ଚୀନକୁ ସମର୍ଥନ କଲେ ପାକିସ୍ତାନୀ ଖେଳାଳି; ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ - Asian Hockey Champions Trophy 2024

author img

By ETV Bharat Sports Team

Published : Sep 17, 2024, 9:22 PM IST

Asian Hockey Champions Trophy 2024 Pakistan Hockey Team Trolled : ଭାରତ ଏବଂ ଚୀନ୍ ମଧ୍ୟରେ ଖେଳାଯାଇଥିବା ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ ଦମଦାର ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନ ହକି ଦଳ ଚୀନ୍‌କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପାକିସ୍ତାନ ଦଳକୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି । ଅଧିକ ପଢ଼ନ୍ତୁ

Pakistan Hockey Team
Pakistan Hockey Team (ANI Photo)

ମୋକି (ଚୀନ) : ଏସୀୟ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଚୀନକୁ ହରାଇ 5ମ ଥର ପାଇଁ ଟାଇଟଲ ହାତେଇଛି ଭାରତୀୟ ହକି ଦଳ । ଚୀନ ହାରିଲା ସତ, ହେଲେ ସୋସିଆଲ ମିଡିଆରେ ପାକିସ୍ତାନ ଦଳକୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି । ହୁଲୁନବୁଇରରେ ଭାରତ-ଚୀନ୍ ଫାଇନାଲ୍ ମ୍ୟାଚ୍‌ ସମୟରେ ଚାଇନାର ପତାକା ଧରିଥିବାରୁ ପାକିସ୍ତାନ ହକି ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଉଲ୍ଲେଖଯୋଗ୍ୟ, ସେମିଫାଇନାଲରେ ପାକିସ୍ତାନକୁ ହରାଇ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଚୀନ୍ ।

ଚୀନକୁ ସମର୍ଥନ କଲେ ପାକିସ୍ତାନ ଖେଳାଳି :-

ବ୍ରଡକାଷ୍ଟର ଫାଇନାଲ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନୀ ଖେଳାଳି ଚାଇନାର ପତାକା ଉଡ଼ାଉଥିବାର ଦୃଶ୍ୟ ଦେଖାଇଥିଲେ । ଏହି ଭିଜୁଆଲ୍ ଦେଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ଚୀନ୍ ଦଳକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ସବୁ ଦିଗରୁ ଟ୍ରୋଲ କରିଥିଲେ । ଚୀନ୍ ବିପକ୍ଷ ସେମିଫାଇନାଲରେ ପାକିସ୍ତାନ ଜିତିବାରେ ଅସମର୍ଥ ହୋଇଥିଲା, କାରଣ ବିପକ୍ଷ ଦଳ ପ୍ରତିରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଥିଲେ । ମ୍ୟାଚ୍‌ 1-1 ଡ୍ର'ରେ ଶେଷ ହୋଇଥିଲା ଏବଂ ପେନାଲ୍ଟି ସୁଟଆଉଟରେ ଚାଇନା 2-0ରେ ମ୍ୟାଚ୍‌ ଜିତି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା ।

ତେବେ ଦକ୍ଷିଣ କୋରିଆ ବିପକ୍ଷ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ପାକିସ୍ତାନ 5-2 ଗୋଲରେ ଜିତିଛି । ଏହି ମ୍ୟାଚରେ ପାକିସ୍ତାନର ସୁଫିଆନ ଖାନ (38 ତମ ମିନିଟ ଏବଂ 49 ତମ ମିନିଟ), ହାନ୍ନାନ ଶାହିଦ (39 ମିନିଟ, 54 ମିନିଟ) ଏବଂ ରୁମାନ (45 ମିନିଟ) ଗୋଲ ସ୍କୋର କରି ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ । ଏହା ପାକିସ୍ତାନ ପାଇଁ ଏକ ଖରାପ ଆରମ୍ଭ ଥିଲା, କିନ୍ତୁ ପରେ ସେମାନେ ଭଲ କମ୍‌ବ୍ୟାକ କରି ସହଜରେ ମ୍ୟାଚ୍ ଜିତିଥିଲେ ।

ଭାରତ ଜିତିଲା ଫାଇନାଲ :-

ଫାଇନାଲ ମ୍ୟାଚ୍‌ରେ ଭାରତ, ଚାଇନାକୁ 1-0 ଗୋଲରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି । ପ୍ରଥମ ତିନୋଟି କ୍ବାର୍ଟରରେ ଚୀନ୍ ଡିଫେନ୍ସ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଥିଲା, କିନ୍ତୁ 51 ତମ ମିନିଟରେ ଭାରତର ଯୁଗରାଜ ସିଂହ ଚାଇନା ଡିଫେନ୍ସ ଭାଙ୍ଗି ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିବା ସହ ଦଳର ବିଜୟ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣିଥରେ ଏସୀୟ ଚାମ୍ପିୟନ ହେଲା ଟିମ୍‌ ଇଣ୍ଡିଆ; ଫାଇନାଲରେ ଚୀନକୁ 1-0 ଗୋଲରେ ଦେଲା ମାତ - Asian Hockey Champions Trophy Final

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.