ETV Bharat / sports

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି; ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ, ରାଜକୁମାରଙ୍କ ଗୋଲ ବର୍ଷା - Asian Champions Trophy hockey

author img

By ETV Bharat Sports Team

Published : Sep 12, 2024, 7:10 AM IST

Updated : Sep 12, 2024, 10:53 AM IST

Asian Champions Trophy hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ତୃତୀୟ ମ୍ୟାଚରେ ଭାରତୀୟ ଦଳର ଗୋଲ ବର୍ଷା । ରାଜକୁମାର ପାଲ କଲେ ହ୍ୟାଟ୍ରିକ ଗୋଲ । ତୃତୀୟ ମ୍ୟାଚରେ ବିଜୟୀ ହୋଇ ସେମିରେ ଭାରତ । ଅଧିକ ପଢନ୍ତୁ

Asian Champions Trophy hockey
Asian Champions Trophy hockey (IANS PHOTO)

ବେଜିଂ: ଚୀନ୍‌ରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଅପରାଜୟ ରହିଛି ଭାରତୀୟ ପୁରୁଷ ହକି ଟିମ୍‌ । ତୃତୀୟ ମ୍ୟାଚରେ ଭାରତୀୟ ଦଳର ଗୋଲ ବର୍ଷା । 8-1 ଗୋଲରେ ମାଲେସିଆକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିରେ ପ୍ରବେଶ କରିଛି ମେନ ଇନ ବ୍ଲୁ ଟିମ୍‌ । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖି ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ଭାରତ । ଏହି ମ୍ୟାଚରେ ରାଜକୁମାର ପାଲ ହ୍ୟାଟ୍ରିକ୍ ଗୋଲ ଦେଇଥିବା ବେଳେ ଅରିଜିତ ସିଂ ହୁଣ୍ଡାଲ ଦୁଇଟି ଗୋଲ୍ ଦେଇ ଭାରତକୁ ବିଜୟୀ କରାଇଥିଲେ ।

ରାଜକୁମାରଙ୍କ ହ୍ୟାଟ୍ରିକ ଗୋଲ୍‌: ପ୍ରଥମ ତିନି କ୍ୱାର୍ଟରରେ ମିଡଫିଲ୍ଡର ରାଜକୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇ ଦଦଳ ବିଜୟୀ ହେବାରେ ମୁଖ୍ୟ ଭମିକା ନେଇଥିଲେ । ସେହିପରି ହୁଣ୍ଡାଲ ପ୍ରଥମ ଏବଂ ତୃତୀୟ କ୍ୱାର୍ଟରରେ ଗୋଲ କରିଥିଲେ। ପେନାଲ୍ଟି କର୍ଣ୍ଣରରେ ଯୁଗରାଜ ସିଂ ଏବଂ ହରମାନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସେହିପରି ତୃତୀୟ କ୍ବାଟରରେ ଉତ୍କଳ ସିଂ ଅଷ୍ଟମ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟ ଧାରା ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମ ମୁକାବିଲାରେ ଚୀନକୁ 3-0 ଓ ଦ୍ବିତୀୟ ମୁକାବିଲାରେ 5-1 ଗୋଲରେ ଜାପାନକୁ ପରାସ୍ତ କରିଥିଲା ଭାରତ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନ ଆର୍ଥିକ ଅବସ୍ଥା ଶୋଚନୀୟ; ଚୀନ ଯିବାକୁ ଟଙ୍କା ଉଦ୍ଧାର ନେଲା ହକି ଟିମ୍‌ - Pakistan Hockey Team

ଆରମ୍ଭରୁ ଭାରତର ଆଧିପତ୍ୟ: ଖେଳର ସମୟ ଅଧା ହୋଇଥିବା ବେଳେ ଭାରତ ମ୍ୟାଚକୁ ନିଜ ସପକ୍ଷରେ ରଖି 5-0ରେ ଆଗୁଆ ରହିଥିଲା । ବିପକ୍ଷ ଦଳ ଖାତା ଖୋଲିବାରେ ବିଫଳ ହୋଇଥିଲା, ଯାହା ପର ମୁହୁର୍ତ୍ତରେ ଦଳକୁ ଭାରି ପଡିଥିଲା। ତୃତୀୟ କ୍ୱାର୍ଟର ଶେଷ ହେବା ବେଳକୁ ମାଲେସିଆ ଗୋଟିଏ ଗୋଲ ଦେଇଥିଲେ ମଧ୍ୟ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । କାରଣ ଭାରତ ପୂର୍ବରୁ 8 ଟି ଗୋଲ କରି ବିଜୟୀ ହୋଇସାରିଥିଲା ।

ଏହା ମଧ୍ୟ ପଢନ୍ତୁ-ପୁଣି କମାଲ କରିବେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ; ଦେଖନ୍ତୁ କାହାକୁ ମିଳିଲା ପିଆର୍‌ ଶ୍ରୀଜେଶଙ୍କ ସ୍ଥାନ - Asian Champions Trophy Hockey

ଚତୁର୍ଥ କ୍ୱାର୍ଟର ଗୋଲ ଶୂନ୍ୟ: ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ ମଧ୍ୟ ଗୋଟିଏ ବି ଗୋଲ ହୋଇପାରିନଥିଲା । ଭାରତ 8-1ରେ ଆଗୁଆ ରହି ବିଜୟୀ ଘୋଷିତ ହୋଇଥିଲା। ଏସିୟ ହକି ଚାମ୍ପିଅନ୍ସ ଟ୍ରଫିରେ ଏହା ଥିଲା ଭାରତର କ୍ରମାଗତ ତୃତୀୟ ବିଜୟ।

Last Updated : Sep 12, 2024, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.