ETV Bharat / sports

ମୁଖ୍ୟମନ୍ତ୍ରୀ ପଚାରିଲେ ବାହାଘର କଥା, ଲାଜେଇଗଲେ ଅମିତ - CM Mohan Majhi Meets Amit Rohidas

author img

By ETV Bharat Sports Team

Published : Aug 16, 2024, 5:54 PM IST

CM Mohan Majhi Meets Amit Rohidas : ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସଙ୍କୁ ବାହା ହୋଇଛ କି ପଚାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲାଜେଇଗଲେ ଭାରତୀୟ ହକି ଦଳର ଟପ୍‌ ଡିଫେଣ୍ଡର । ଜାଣନ୍ତୁ ବାହାଘର ନେଇ କଣ କହିଲେ ଅମିତ,

CM Mohan Majhi Meets Amit Rohidas
CM Mohan Majhi Meets Amit Rohidas (ETV Bharat Odisha)

ଭୁବନେଶ୍ବର : ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରିଛନ୍ତି ଭାରତୀୟ ହକି ଦଳର ଟପ୍‌ ଡିଫେଣ୍ଡର । ଆଜି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ସେ ସିଧାସଳଖ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ତେବେ ଏଠାରେ ଅମିତଙ୍କ ବାହାଘର ନେଇ ପ୍ରଶ୍ନ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଯଏଉଁଥିରେ ଲାଜେଇ ଯାଇଥିଲେ ଅମିତ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ: ଭୁବନେଶ୍ବର ବିମାନବନ୍ଦରରୁ ସିଧା ଲୋକସେବା ଭବନରେ ପହଞ୍ଚିଥିଲେ ଅମିତ ରୋହିଦାସ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅମିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି । ସେ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଲଗାତାର 2ଟି ଅଲିମ୍ପିକ୍ସରେ 2ଟି ପଦକ ଜିତିଛନ୍ତି । ଓଡ଼ିଆ ଅସ୍ମିତାକୁ ସେ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିବାହ କଥା ପଚାରିବାରୁ ଲାଜେଇଗଲେ ଅମିତ :-

ଅମିତ ରୋହିଦାସଙ୍କୁ ବିବାହ ନେଇ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । 'ବାହା ହେଇଛନ୍ତି କି' ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଲାଜେଇ ଯାଇଥିଲେ ଭାରତୀୟ ହକି ଦଳର ଟପ୍‌ ଡିଫେଣ୍ଡର ଅମିତ ରୋହିଦାସ । ସେ ମିଡିଆ ଆଗରେ ଏନେଇ ପ୍ରତିକ୍ରିୟା ରଖିବାବେଳେ ମଧ୍ୟ ଲାଜେଇ ଯାଇଥିଲେ । ଏପରିକି କେବେ ବାହା ହଉଛ ବୋଲି ଅମିତଙ୍କୁ 'ଇଟିଭି ଭାରତ' ଓଡ଼ିଶା ପ୍ରତିନିଧି ମଧ୍ୟ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ଅମିତି କହିଥିଲେ, "ଏବେ ସେ ବିଷୟରେ ମୁଁ କିଛି ଚିନ୍ତା କରିନି ।" ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପଚାରିଥିଲେ । ହେଲେ ମୁଁ ଏ ବିଷୟରେ ଏବେ କିଛି କହି ପାରିବିନି ବୋଲି ଅମିତ କହିଥିଲେ ।

'ମିଳିଥିବା ପୁରସ୍କାର ରାଶି ମୋ ସହ ଯୁବପୀଢ଼ିଙ୍କୁ ବି ପ୍ରେରଣା ଦେବ':-

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିବା ପରେ ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅମିତଙ୍କ ପାଇଁ 4 କୋଟି ଟଙ୍କା ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଖେଳାଳି ପାଇଁ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହା ସହିତ ଦଳର ସମସ୍ତ ସହଯୋଗୀ ଷ୍ଟାଫଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ଅମିତ କହିଛନ୍ତି, "ମୋ ପାଇଁ ଯେଉଁ 4 କୋଟି ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ମୋ ସମେତ ଯୁବପୀଢିଙ୍କୁ ମଧ୍ୟ ପ୍ରେରଣା ଦେବ । ଯେଉଁମାନେ ହକି ଖେଳିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ସେମାନେ ଆଗକୁ ଆସିବେ । ଏବେ ଆଗକୁ ଏସିଆନ ଗେମ୍ସ ରହିଛି । ଆମର ଲକ୍ଷ୍ୟ ଆଗକୁ ଯେତେ ସବୁ ଟୁର୍ଣ୍ଣାମେଣ୍ଟ ଅଛି, ସେଥିରେ ଭଲ ପ୍ରଦର୍ଶନ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଅମିତ ରୋହିଦାସ; ହକି ତାରକାଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - HOCKEY STAR AMIT ROHIDAS RETURNS

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.