ETV Bharat / sports

ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା; ଭୁବନେଶ୍ବରରେ ରୋଡ ସୋ’, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Felicitation of Indian hockey team

author img

By ETV Bharat Sports Team

Published : Aug 20, 2024, 5:06 PM IST

Updated : Aug 20, 2024, 6:26 PM IST

Odisha cm Mohan Majhi to felicitate Paris Olympics 2024 bronze medalist Hockey India: କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ ହେବେ ଭାରତୀୟ ହକି ଦଳ । କାଲି ଭୁବନେଶ୍ବରରେ ହକି ଟିମର ରୋଡ ସୋ’ । ଏୟାର ପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ରୋଡ ସୋ’ । ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛି ହକି ଟିମ୍ । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା । ଅଧିକ ପଢନ୍ତୁ

ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା
ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା (ETV Bharat Odisha)

ଭୁବନେଶ୍ବର: ଭାରତୀୟ ହକି ଦଳକୁ ସ୍ୱାଗତ କରିବ ଓଡିଶା । ଆସନ୍ତାକାଲି 12.30 ମିନିଟରେ ବିମାନବନ୍ଦରରୁ ପହଞ୍ଚିବେ ଭାରତୀୟ ଦଳ ହକି ତାରକା। ଭୁବନେଶ୍ବରରେ ପହଞ୍ଚିବା ପରେ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ତରଫରୁ ଭବ୍ୟ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯିବ । ତାପରେ ବିମାନବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯନ୍ତ କ୍ରୀଡ଼ାପ୍ରେମୀମାନେ ହକି ଖେଳାଳିଙ୍କୁ ସ୍ୱାଗତ କରିବେ। ଅପରାହ୍ନରେ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା (ETV Bharat Odisha)

ଏହା ବି ପଢନ୍ତୁ- Paris Olympics 2024; 52ବର୍ଷ ପରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ୍, ସ୍ପେନକୁ 2-1ରେ ହରାଇ ଜିତିଲା ବ୍ରୋଞ୍ଜ ମେଡାଲ, ଅଲିମ୍ପିକ୍ସରୁ ଆସିଲା 4ର୍ଥ ପଦକ - OLYMPICS HOCKEY BRONZE MEDAL MATCH

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ । ଏହା ସହ ପ୍ୟାରିସ ଅଲମ୍ପିକରେ ଭାରତ କାଂସ୍ୟ ପଦକ ପାଇଥିଲେ ଲଗାତାର 2 ଥର ଏହି ପଦକ ଜିତିଛନ୍ତି ଭାରତୀୟ ଦଳ । ଏହା ଆମ ଦେଶ ପାଇଁ ଗର୍ବ ଏବଂ ଗୌରବ । ଆଗାମୀ ଦିନରେ କେଉଁଭଳି ଓଡ଼ିଆ ଖେଳାଳି ଅଧିକରୁ ଅଧିକ ଅଲମ୍ପିକରେ ଯୋଗ ଦେବେ ଏନେଇ ରାଜ୍ୟ ସରକାର ଭିତିଭୂମି ପ୍ରସ୍ତୁତି କରୁଛନ୍ତି । ଏହା ଆମର ବଡ ଲକ୍ଷ୍ୟ । ଏହା ସହ 2036 ମସିହାରେ ଅଲମ୍ପିକ ଆୟୋଜନ କରିବାକୁ ଭାରତ ସରକାର ଚିନ୍ତା କରୁଛନ୍ତି ।

ଏହା ବି ପଢନ୍ତୁ- Paris Olympics 2024; ସ୍ବାଧୀନତା ଦିବସରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ମୋଦି, କହିଲେ ମେଡାଲ ବିଜେତା ଦେଶର ଗୌରବ - PM meets Indian Olympic contingent

"ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକିଦଳ କାଂସ୍ୟ ପଦକ ଜିତିବା, ଦଳର ସମସ୍ତ କ୍ରୀଡ଼ାବିତ୍‌ଙ୍କର ଦୃଢ଼ତା ଓ ନିଷ୍ଠାପରତାର ପ୍ରମାଣ ପ୍ରଦାନ କରିଛି । ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭାରତୀୟ ହକିଟିମ୍ କୁ ନେଇ ଏକ ବିଶାଳ ରୋଡ଼ ସୋ’ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଯୁବ କ୍ରୀଡାବିତ୍‌ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ । କ୍ରୀଡ଼ା ତଥା ହକିର ବିକାଶ ଏବଂ କ୍ରୀଡ଼ାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ", ବୋଲି କ୍ରୀଡ଼ାମନ୍ତ୍ରୀ ମତପ୍ରକାଶ କରିଥିଲେ ।

ଏଥି ସହିତ ଆଗାମୀ ବର୍ଷରେ ହେବାକୁ ଥିବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍‌ ମାନେ ଯେପରି ଅଲମ୍ପିକ୍ସ ପଦକ ହାସଲ କରିପାରିବେ ସେ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.