ETV Bharat / sports

ଏହି ରେକର୍ଡରେ ସଚିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି ବିରାଟ; ଦେଖନ୍ତୁ ଲିଷ୍ଟ - Virat Kohli International Records

author img

By ETV Bharat Sports Team

Published : Aug 14, 2024, 3:59 PM IST

Most Player of the Series Awards Virat Kohli : ମହାନ କ୍ରିକେଟର ସଚିନ ତେନ୍ଦୁଲକର ଯାହା ରେକର୍ଡ କରିଛନ୍ତି, ସେସବୁକୁ ଅତିକ୍ରମ କରିବା ଅନ୍ୟ କୌଣସି କ୍ରିକେଟରଙ୍କ ପାଇଁ ଏତେଟା ସହଜ ମନେ ହୁଏନାହିଁ । ହେଲେ ବିରାଟ କୋହଲି ଅତି ସହଜରେ ଅନେକ କ୍ଷେତ୍ରରେ ସଚିନଙ୍କୁ ପଛରେ ପକାଇଛନ୍ତି । ଦେଖନ୍ତୁ ସେଭଳି ଏକ ରେକର୍ଡ,

Most Player of the Series Awards
Most Player of the Series Awards (IANS Photos)

ନୂଆଦିଲ୍ଲୀ : କ୍ରିକେଟ୍‌ ମୈଦାନକୁ ଯେତେବେଳେ କିଙ୍ଗ କୋହଲି ଓହ୍ଲାନ୍ତି, ସେ କିଛି ନା କିଛି ରେକର୍ଡ ନିହାତି ସୃଷ୍ଟି କରନ୍ତି । କ୍ରିକେଟ୍‌ ଜଗତର ଅନେକ ମହାନ କ୍ରିକେଟର ତାହା କରିପାରିନାହାନ୍ତି, ଯାହା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି କରି ଦେଖାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ନାମରେ ଏମିତି ଅନେକ ରେକର୍ଡ ରହିଛି, ଯାହା ବିଶ୍ବର ଅନ୍ୟ କୌଣସି କ୍ରିକେଟର ନିଜ ପୂରା କ୍ୟାରିୟର ମଧ୍ୟରେ କରିପାରିନାହାନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ ସେଭଳି ଏକ ୱାର୍ଲ୍ଡ ରେକର୍ଡ ବିଷୟରେ କହିବାକୁ ଯାଉଛୁ,

ସବୁଠାରୁ ଅଧିକ 'ପ୍ଲେୟର ଅଫ୍‌ ଦି ସିରିଜ' ବିବେଚିତ ହୋଇଥିବା କ୍ରିକେଟର :-

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସଂଖ୍ୟକ 'ପ୍ଲେୟର ଅଫ୍‌ ଦି ସିରିଜ୍' ପୁରସ୍କାର ପାଇଥିବା ରେକର୍ଡ ବିରାଟ କୋହଲି ରଖିଛନ୍ତି । ଏହି କ୍ଷେତ୍ରରେ ବିରାଟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି । କୋହଲିଙ୍କ ନାଁରେ 21 'ପ୍ଲେୟାର ଅଫ୍‌ ସିରିଜ୍‌' ପୁରସ୍କାର ଥିବାବେଳେ ସଚିନ ତେନ୍ଦୁଲକରଙ୍କ ନାମରେ ମୋଟ 20 'ପ୍ଲେୟାର ଅଫ୍‌ ସିରିଜ୍' ପୁରସ୍କାର ରହିଛି । ତେବେ ଏଠାରେ ନଜର ପକାନ୍ତୁ, ଦୁନିଆର 5 ସର୍ବାଧିକ 'ପ୍ଲେୟାର ଅଫ୍ ସିରିଜ୍' ପୁରସ୍କାର ଜିତିଥିବା ଖେଳାଳିଙ୍କ ଉପରେ,

ବିରାଟ କୋହଲି
ବିରାଟ କୋହଲି (IANS PHOTO)

ବିରାଟ କୋହଲି :- ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏପର୍ଯ୍ୟନ୍ତ ମୋଟ 161 ଅନ୍ତର୍ଜାତୀୟ ସିରିଜ ଖେଳିଥିବାବେଳେ ସେଥିରୁ 21ଟି ସିରିଜରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇଛନ୍ତି । ବିରାଟ ଯଥାକ୍ରମେ 113 ଟେଷ୍ଟ, 295 ଦିନିକିଆ ଏବଂ 125 ଟି20 ମ୍ୟାଚରେ ଭାରତ ପାଇଁ ଖେଳି ଯଥାକ୍ରମେ 8848, 13906 ଏବଂ 4188 ରନ୍ ସ୍କୋର କରିଛନ୍ତି । ସମସ୍ତ ଫର୍ମାଟରେ ସେ ମୋଟ 80 ଶତକ ହାସଲ କରିଛନ୍ତି । ଯାହା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ବର କୌଣସି ବ୍ୟାଟରଙ୍କ ତୁଳନାରେ ସର୍ବାଧିକ ।

ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକର (IANS PHOTO)

ସଚିନ ତେନ୍ଦୁଲକର : ପୂର୍ବତନ ଭାରତୀୟ ମହାନ ବ୍ୟାଟର ସଚିନ ତେନ୍ଦୁଲକର 183ଟି ଆନ୍ତର୍ଜାତୀୟ ସିରିଜ ଖେଳିଥିବାବେଳେ ମୋଟ 20 ଥର 'ପ୍ଲେୟାର ଅଫ୍ ଦି ସିରିଜ' ପୁରସ୍କାର ପାଇଛନ୍ତି । ଟିମ୍ ଇଣ୍ଡିଆ ପାଇଁ 200ଟି ଟେଷ୍ଟ ମ୍ୟାଚ୍‌ରେ 51 ଶତକ ସହ ସଚିନ 15,921 ରନ୍ ସଂଗ୍ରହ କରିଛନ୍ତି । 463 ଦିନିକିଆ ମ୍ୟାଚ୍‌ରେ ସେ 49 ଶତକ ସହିତ ତାଙ୍କ ନାମରେ 18426 ରନ୍ କରିଛନ୍ତି ।

ଶାକିବ ଅଲ୍‌ ହାସନ
ଶାକିବ ଅଲ୍‌ ହାସନ (IANS PHOTO)

ଶାକିବ ଅଲ୍‌ ହାସନ : ବାଂଲାଦେଶ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଧୂଆଁଧାର ଅଲରାଉଣ୍ଡର ଶାକିବ ଅଲ୍‌ ହାସନ 160ଟି ଆନ୍ତର୍ଜାତୀୟ ସିରିଜ ଖେଳି ମୋଟ 17 ଥର 'ପ୍ଲେୟାର ଅଫ୍ ଦି ସିରିଜ୍' ପୁରସ୍କାର ହାସଲ କରିଛନ୍ତି । ସେ ଏହି ହେଭିୱେଟଙ୍କ ତାଲିକାରେ ବିଶ୍ବରେ ତୃତୀୟ ସ୍ଥାନରେ ଅଛନ୍ତି ।

ଜ୍ୟାକ୍‌ କାଲିସ
ଜ୍ୟାକ୍‌ କାଲିସ (IANS PHOTO)

ଜ୍ୟାକ୍‌ କାଲିସ : ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କାଲିସ ମଧ୍ୟ ସାମିଲ ହୋଇଛନ୍ତି । ସେ ମୋଟ 148 ଆନ୍ତର୍ଜାତୀୟ ସିରିଜ ଖେଳ 15 ଥର 'ପ୍ଲେୟାର ଅଫ୍ ସିରିଜ୍' ଟାଇଟଲ୍ ଜିତିଛନ୍ତି । ସମସ୍ତ ତିନୋଟି ଫର୍ମାଟରେ ତାଙ୍କ ନାମରେ ପାଖାପାଖି 24 ହଜାର ରନ୍ ରହିଥିବାବେଳେ ସେ 577 ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

ଡେଭିଡ ୱାର୍ନର
ଡେଭିଡ ୱାର୍ନର (IANS PHOTO)

ଡେଭିଡ ୱାର୍ନର : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଭେଟେରାନ ବ୍ୟାଟର ଡେଭିଡ ୱାର୍ଣ୍ଣର 126ଟି ଆନ୍ତର୍ଜାତୀୟ ସିରିଜରୁ 13 ଥର 'ପ୍ଲେୟାର ଅଫ୍ ଦି ସିରିଜ' ଟାଇଟଲ ଜିତିଛନ୍ତି । ସେ ଏହି ତାଲିକାରେ 5ମ ସ୍ଥାନରେ ଅଛନ୍ତି । ଟେଷ୍ଟ, ଦିନିକିଆ ଏବଂ ଟି20ରେ ତାଙ୍କ ନାମରେ ମୋଟ 18,995 ରନ୍ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ କ୍ରିକେଟକୁ ଫେରିବେ ରୋହିତ-କୋହଲି ! ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ଦୁଲୀପ ଟ୍ରଫି ଖେଳିବେ ଷ୍ଟାର ପ୍ଲେୟର - Duleep Trophy

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.