ଭୁବନେଶ୍ବର: ଓଡିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ହସ୍ତତନ୍ତ, ଐତିହ୍ୟ, ଭାସ୍କର୍ଯ୍ୟ ଯେତିକି ପ୍ରାଚୀନ ଓ ସମୃଦ୍ଧ ସେତିକି ଅନନ୍ୟ ଆମର ପୂଜ୍ୟପୂଜାର ପରମ୍ପରା । ଓଡିଶା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଯଶ ଓ ଖ୍ଯାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଆଜି ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଥମଥର ପାଇଁ ଓଡିଶାର ମନ୍ଦିରମାଳିନୀ ସହରରେ ଆୟୋଜିତ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମ୍ମାନିତ କରିଛନ୍ତି ସରକାର ।
ପ୍ରଥମ ଅଧିବେଶନରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଓଡିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଓଡିଶୀ ତଥା ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମବିଭୂଷଣ ସୋନାଲ ମାନସିଂହ, କବି ପଦ୍ମଭୂଷଣ ରମାକାନ୍ତ ରଥ, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା, ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ, ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ଡ.ଯୋଗେଶ ପତି, ବୈଜ୍ଞାନିକ ଓ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଅନ୍ତର୍ଜାତୀୟ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଟେକ୍ନୋକ୍ରାଟ ପଦ୍ମଶ୍ରୀ ନଳିନୀ ରଞ୍ଜନ ମହାନ୍ତି, ବୁଣାକାର ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି, ଭୂ-ବିଜ୍ଞାନୀ ପଦ୍ମଶ୍ରୀ ରବିନାରାୟଣ ବସ୍ତିଆ, କବି, ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ଅନ୍ତର୍ଜାତୀୟ ହକି ତାରକା ପଦ୍ମଶ୍ରୀ ଇଗନେସ ତିର୍କୀ, ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତ, ପଟ୍ଟଚିତ୍ର ଶିଳ୍ପୀ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚକ୍ଷୁ ବିଶେଷଜ୍ଞ ପଦ୍ମଶ୍ରୀ ଡା. ତାରାପ୍ରସାଦ ଦାସ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଯକୃତ ରୋଗୀ ବିଶେଷଜ୍ଞ ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, କବି ପଦ୍ମଶ୍ରୀ ହଳଧର ନାଗ, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବୃକକ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡା. ମୁକୁଟ ମିଞ୍ଜ, ଗାୟକ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମିଳନୀର ଦ୍ଵିତୀୟ ଦିବସରେ ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚ୍ଚିତ୍ର ଅଭିନେତା ପରଲୋକଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରଯାଇଛି ।
ସେହିପରି ଦ୍ଵିତୀୟ ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଏବଂ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଶିଷ୍ଟ ବ୍ୟକ୍ତିବିଶେଷ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବୁଣାକାର ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକ, ମୂର୍ତ୍ତିକାର ପଦ୍ମଶ୍ରୀ ପ୍ରଭାକର ମହାରଣା, ଓଡିଆ ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର, ଜୈବିକ କୃଷିବିତ ପଦ୍ମଶ୍ରୀ କମଳା ପୂଜାରୀ, କୃଷିବିତ ପଦ୍ମଶ୍ରୀ ଦୈତାରୀ ନାଏକ, ସାନ୍ତାଳୀ ଭାଷାବିତ ପଦ୍ମଶ୍ରୀ ଡ. ଦମୟନ୍ତୀ ବେସ୍ରା, ଜୈବିକ କୃଷିବିତ ପଦ୍ମଶ୍ରୀ ସାବରମତୀ, ପ୍ରାଣୀ ବିଶେଷଜ୍ଞ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଘୋଡ଼ାନାଚ ଗୀତିକାର ଓ ନାଟ୍ଯକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ଲୋକସଙ୍ଗୀତ ବିଶେଷଜ୍ଞ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, କୁଇ ଭାଷା ବିଷାରଦ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀ, ସମାଜସେବୀ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆ, ବ୍ୟାଡ଼ମିଣ୍ଟନ ତାରକା ପଦ୍ମଶ୍ରୀ ପ୍ରମୋଦ ଭଗତ, ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ, ଶାସ୍ତ୍ରୀୟ ସଙ୍ଗୀତ ବିଷାରଦ ପଦ୍ମଶ୍ରୀ ଡ. ଶ୍ୟାମାମଣୀ ଦେବୀ, ସାହିତ୍ୟିକ ତଥା ଭାଷାବିତ୍ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କଅଁର, କୃଷି ବିଷାରଦ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ସାହିତ୍ୟିକ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ଲୋକସଙ୍ଗୀତ ଗାୟିକା ପଦ୍ମଶ୍ରୀ ଡ. କୃଷ୍ଣା ପଟେଲ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କିରଣ ସାଇଗଲ, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରଞ୍ଜନା ଗୌହର, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, କବି ତଥା ଲେଖକ ଡ. ଫନୀ ମହାନ୍ତି, କବି ପାରମିତା ଶତପଥୀ ଏବଂ ବ୍ୟାସକବି ଫକୀରମୋହନ ଭାଷା ସମ୍ମାନରେ ସମ୍ମାନିତ ଅନୁଷ୍ଠାନ ସାରଳା ସାହିତ୍ଯ ସଂସଦ, କଟକର ସଭାପତି ଡ଼ ପ୍ରଭାକର ସ୍ଵାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ତୃତୀୟ ଅଧିବେଶନରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏବଂ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହି ବିଶିଷ୍ଟ ବ୍ୟକ୍ତିବିଶେଷ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୀତା ମହାଲିକ, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ଼. ଇଲିଆନା ସୀତାରିଷ୍ଟ, ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରାମଲି ଇବ୍ରାହିମ, ସରସ୍ବତୀ ସମ୍ମାନରେ ସମ୍ମାନିତ ସାହିତ୍ୟିକ ଡ଼.ଜଗନ୍ନାଥ ପ୍ରସାଦ ଦାସ, ମୂର୍ତ୍ତିଦେବୀ ସମ୍ମାନରେ ସମ୍ମାନିତ କବି ତଥା ଲେଖକ ହରପ୍ରସାଦ ଦାସ, କବିର ସମ୍ମାନରେ ସମ୍ମାନିତ ସାହିତ୍ୟିକା ପ୍ରତିଭା ଶତପଥୀ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ସାହିତ୍ୟିକ ପ୍ରଫେସର ମଧୁସୂଦନ ପତି, କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ନିର୍ଦ୍ଦେଶକ ସଚ୍ଚି ଦାସ, ଦାଶକାଠିଆ ଗାୟକ ଉପେନ୍ଦ୍ର ପାଣିଗ୍ରାହୀ, ନାଟ୍ଯକାର ଅନନ୍ତ ମହାପାତ୍ର, କବି ଓ ଲେଖକ ଗୋପାଳ ପଣ୍ଡା, ପାଲାଗାୟକ ଜଗନ୍ନାଥ ବେହେରା, ଧର୍ମପଦ ସମ୍ମାନରେ ସମ୍ମାନିତ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ, ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା, ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ, ଜୟଦେବ ସମ୍ମାନରେ ସମ୍ମାନିତ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତା ଉତ୍ତମ ମହାନ୍ତି, ଚିତ୍ରଉତ୍ତୋଳକ ତଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ସାହୁ, ଓ ଅଭିନେତ୍ରୀ ମହେଶ୍ୱତା ରାୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....'ମୌଖିକ ସାହିତ୍ୟକୁ ଉଜ୍ଜୀବିତ କରି ରଖିଛି ଲୋକ ସାହିତ୍ୟ'
ଚତୁର୍ଥ ଅଧିବେଶନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଉପସ୍ଥିତ ରହି ବିଶିଷ୍ଟ ବ୍ୟକ୍ତିବିଶେଷ ଗାଳ୍ପିକା ଯଶୋଧାରା ମିଶ୍ର, ଚଳଚିତ୍ର ଉତ୍ତୋଳକ ତଥା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର, ଅଭିନେତା ଶ୍ରୀରାମ ପଣ୍ଡା, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର, ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡା, କବି ସୌଭାଗ୍ୟ କୁମାର ମିଶ୍ର, ସାହିତ୍ଯ ସମୀକ୍ଷକ ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଔପନ୍ଯାସିକ ଡ. ରାମଚନ୍ଦ୍ର ବେହେରା, କବି ଡ. ବଂଶୀଧର ଷଡ଼ଙ୍ଗୀ, ଗାଳ୍ପିକ ତଥା ସ୍ତମ୍ଭକାର ଡ. ଗୌରହରି ଦାସ, ଗାଳ୍ପିକ ତଥା ଔପନ୍ଯାସିକ ଡ. ବିଭୂତି ପଟ୍ଟନାୟକ, ଗାଳ୍ପିକା ଗାୟତ୍ରୀ ସରାଫ, ଶିକ୍ଷାବିତ ତଥା ସମୀକ୍ଷକ ଡ. ଦାଶରଥୀ ପ୍ରସାଦ ଦାଶ, ଗାଳ୍ପିକ ତଥା ଔପନ୍ଯାସିକ ତରୁଣକାନ୍ତି ମିଶ୍ର, କବି ଡ. ହୃଷିକେଶ ମଲ୍ଲିକ, କବି ଡ. ଗାୟତ୍ରୀବାଳା ପଣ୍ଡା, ସାହିତ୍ୟିକ ଡ. ଆଶୁତୋଷ ପରିଡା, ବ୍ୟାସକବି ଫକୀରମୋହନ ଭାଷା ସମ୍ମାନରେ ସମ୍ମାନିତ ଅନୁଷ୍ଠାନ- ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସମ୍ପାଦକ ଦୀପକ ବୋଷ ଏବଂ ଉତ୍କଳ ସାହିତ୍ୟ ସମାଜ, କଟକର ସଭାପତି ଡ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସାଧାରଣ ସମ୍ପାଦକ ଆଦିତ୍ଯ ପ୍ରତାପ ଧଳ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଯେଉଁ ବ୍ୟକ୍ତିବିଶେଷ ଉପସ୍ଥିତ ରହିପାରିନଥିଲେ ତାଙ୍କ ମାନପତ୍ର, ଉତ୍ତରୀୟ ଓ ଉପଢୌକନକୁ ପରିବାରସ୍ଵଜନ କିମ୍ବା ପ୍ରତିନିଧିମାନେ ଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର