ETV Bharat / politics

ମାର୍ଚ୍ଚ ୧ରେ 'ନବୀନ ହଟାଅ, ଓଡ଼ିଶା ବଞ୍ଚାଅ' ଆନ୍ଦୋଳନ କରିବ ଯୁବ କଂଗ୍ରେସ - ଯୁବ କଂଗ୍ରେସ

Youth Congress Press Meet: ଆସନ୍ତା ମାର୍ଚ୍ଚ ୧ ତାରିଖରେ “ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” ଆନ୍ଦୋଳନ କରିବ ଯୁବ କଂଗ୍ରେସ । ଯୁବବର୍ଗଙ୍କୁ ଅବହେଳା ଓ ପ୍ରତାରଣା ଅଭିଯୋଗରେ ନବୀନ ନିବାସ ଘେରାଉ କରିବ କଂଗ୍ରେସ । ଅଧିକ ପଢନ୍ତୁ

ଆସନ୍ତା ମାର୍ଚ୍ଚ ୧ରେ “ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” ଆନ୍ଦୋଳନ କରିବ ଯୁବ କଂଗ୍ରେସ

author img

By ETV Bharat Odisha Team

Published : Feb 28, 2024, 10:00 PM IST

ଆସନ୍ତା ମାର୍ଚ୍ଚ ୧ରେ “ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” ଆନ୍ଦୋଳନ କରିବ ଯୁବ କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି କଂଗ୍ରେସ । ମହିଳା କଂଗ୍ରେସର ନବୀନ ନିବାସ ଘେରାଉ ହେଉ କି କଂଗ୍ରେସର ଲୋକ ସେବା ଭବନ ଘେରାଉ , ସବୁଠି କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଏଥର ଆସନ୍ତା ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ “ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” ଆନ୍ଦୋଳନ ହେବ । ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଥିଲେ ଯେ ଦୀର୍ଘ ୨୪ ବର୍ଷର ନବୀନ ସରକାରରେ ଓଡ଼ିଶାର ଯୁବ ସମାଜ ଉପେକ୍ଷିତ, ଲୁଣ୍ଠିତ ଏବଂ ଅତ୍ୟାଚାରିତ । ସରକାର ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତି ଦେବା କଥା, ଦୁଃଖର କଥା ଏହିକି ଯେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଏବେ ୧୦ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ନିଯୁକ୍ତି ନ ମିଳିବାରୁ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲ୍ଲା ଗଞ୍ଜାମରୁ ଲକ୍ଷ ଲକ୍ଷ ଯୁବକ ସୁରାଟ ଯାଇ ଜୀବନ ଜୀବିକା ନିର୍ବାହ ପାଇଁ ସଂଗ୍ରାମ କରୁଛନ୍ତି ।

  • " class="align-text-top noRightClick twitterSection" data="">

ନିର୍ବାଚନ ଆସିଲେ ନବୀନ ସରକାର ଯୁବ ସମାଜକୁ ଭୂଆଁ ବୁଲାଇବାକୁ ନୂଆ ଯୋଜନା ଘୋଷଣା କରନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଘୋଷଣା ହେଲା । ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ବ୍ୟୟ କରି ନବୀନ ସରକାର ଦଳୀୟ କର୍ମୀ ପୋଷଣ କଲେ । ଏବେ ସେହି ବିଜୁ ଯୁବବାହିନୀ ଯୋଜନା ଆଉନାହିଁ । ୨୦୨୪ ନିର୍ବାଚନରେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଯେଉଁ “ସ୍ବୟମ” ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ । ଖୁବ ଶୀଘ୍ର ଆଚରଣ ବିଧୂ ଲାଗୁ ହେଉଥିବାରୁ ଏହି ଯୋଜନାରେ ଅଧିକ ଯୁବକ ଯୁବତୀ ସାମିଲ ହୋଇପାରିବେ ନାହିଁ ଏବଂ ନିର୍ବାଚନ ପରେ “ବିଜୁ ଯୁବ ବାହିନୀ” ପରି “ସ୍ବୟମ” ଯୋଜନା ବି ନଥୁବ । ଯଦି ବେକାର ଯୁବକଯୁବତୀ ମାନଙ୍କ ପାଇଁ ଦରଦ ଥୁଲା ତେବେ ୨୪ ବର୍ଷ ଭିତରେ ଏହି ଯୋଜନା ପ୍ରଣୟନ ହେଲାନାହିଁ କାହିଁକି ?

ଏହା ମଧ୍ୟ ପଢନ୍ତୁ... 4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

ଶିକ୍ଷା, ସ୍ବାସ୍ଥ୍ୟ, ଆଇନ ଶୃଙ୍ଖଳା ଆଜି ବିପର୍ଯ୍ୟସ୍ତ । ଓଡ଼ିଶାର ୧୭ଟି ବିଶ୍ଵବିଦ୍ୟାଳୟ ମଧ୍ୟରୁ ମାତ୍ର ୯ଟି ବିଶ୍ଵବିଦ୍ୟାଳୟରେ କୁଳପତି ଅଛନ୍ତି । ବିଶ୍ଵବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ଏସବୁ ପଦବୀ ଗୁଡ଼ିକ ବର୍ଷ ବର୍ଷ ଧରି ପୂରଣ କରାଯାଉନାହିଁ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କେବଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ସେଲଫି ପଏଣ୍ଟ କରି ଛାତ୍ରମାନଙ୍କୁ ଫଟୋ ଉଠାଇବା ଏବଂ ରିଲ କରି ଛାଡ଼ିବାପାଇଁ ବାଧ୍ୟ କରାଯାଉଛି ।

“ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” କାର୍ଯ୍ୟକ୍ରମରେ ଅଖୁଳଭାରତ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଯୁବକମାନେ ନିଜର ହକ ଓ ନ୍ୟାୟ ଦାବିରେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଖଳ ଭାରତ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ଯୁବ ପ୍ରଭାରୀ ମିଲିନ୍ଦ ଗୌତମ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ “ନବୀନ ହଟାଅ, ଓଡ଼ିଶା ବଂଚାଅ” ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.