ETV Bharat / politics

କାହା ମୁଣ୍ଡରେ ପିସିସି ସଭାପତି ମୁକୁଟ ? ରେସରେ ଏକାଧିକ ହେଭିୱେଟ - Next PCC President of Odisha

author img

By ETV Bharat Odisha Team

Published : Aug 7, 2024, 4:53 PM IST

Updated : Aug 7, 2024, 5:24 PM IST

Next PCC President of Odisha: ଗତମାସରୁ ଭାଙ୍ଗିଲାଣି ପ୍ରଦେଶ କଂଗ୍ରେସ କମିଟି । କି’ଏ ହେବ ପରବର୍ତ୍ତୀ ‘ପିସିସି’ ମୁଖିଆ । ଦୌଡରେ ଏକାଧିକ ବରିଷ୍ଠ ଓ ଅନୁଭବୀ ଚେହେରା । କାହା ଉପରେ ଭରସା କରିବେ ହାଇକମାଣ୍ଡ । ଅଧିକ ପଢନ୍ତୁ

କିଏ ହେବ ପରବର୍ତ୍ତୀ ପିସିସି ମୁଖିଆ
କିଏ ହେବ ପରବର୍ତ୍ତୀ ପିସିସି ମୁଖିଆ (ETV Bharat Odisha)

ଭୁବନେଶ୍ବର: ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପ୍ରଦେଶ କଂଗ୍ରେସ ଏବେ ପ୍ରାୟତଃ ନେତୃତ୍ବ ଶୂନ୍ୟ । ନିର୍ବାଚନ ଫଳାଫଳ ଆସିବା ପରେ ଗତମାସ (ଜୁଲାଇ) 21 ତାରିଖରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିସାରିଛି । ଦଳର ସାଙ୍ଗଠନିକ ନବକଳେବର ପାଇଁ ଦଳୀୟ ନେତା ଓ କର୍ମୀମାନେ ଅପେକ୍ଷା କରି ବସିଛନ୍ତି । ନିର୍ବାଚନରେ ଦଳର ନେତୃତ୍ବ ନେଇଥିବା ଶରତ ପଟ୍ଟନାୟକଙ୍କ ପରେ ଦଳର ପରବର୍ତ୍ତୀ ରାଜ୍ୟ ମୁଖିଆ କି’ଏ ହେବ, ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହି ରେସର ଏବେ ଏକାଧିକ ବରିଷ୍ଠ ତଥା ଅନୁଭବୀ ଚେହେରାଙ୍କ ନାମ ଯୋଡି ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ଓ ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ଏକାଧିକ ବରିଷ୍ଠ ନେତା ଏହି ଦୌଡରେ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।

କି’ଏ ହେବ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ସଭାପତି, ରେସରେ ଏକାଧିକ ହେଭିଓ୍ବେଟ୍‌ (ETV Bharat Odisha)

ନଜର ପକାନ୍ତୁ ପିସିସି ସଭାପତି ଦୌଡ଼ରେ କେଉଁମାନେ ?

  • ଶ୍ରୀକାନ୍ତ ଜେନା:
    ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା
    ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା (ETV Bharat Odisha)

ଏହି ରେସରେ ଆଗରେ ଥିବା ଏକାଧିକ ଚେହେରାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ 1969 ମସିହାରୁ ଛାତ୍ର କଂଗ୍ରେସ ବ୍ୟାନରରେ ରାଜନୀତି ଆରମ୍ଭ କରି ଲମ୍ବା ଇନିଂସ୍‌ ଖେଳିଛନ୍ତି । 1977ରେ ସେ ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ହୋଇଥିଲେ । 1989 ଓ 1996ରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । 2009 ମନମୋହନ ସିଂହ ସରକାରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଶ୍ରୀକନ୍ତ । ଏବେ ବରିଷ୍ଠତା ଆଧାରରେ ସେ ପିସିସି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପ୍ରସାଦ ହରିଚନ୍ଦନ:

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ (ETV Bharat Odisha)

ରାଜ୍ୟ କଂଗ୍ରେସର ଅନ୍ୟତମ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରସାଦ ହରିଚନ୍ଦନ । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ରୁ ପ୍ରତିନିଧିତ୍ବ କରୁଥିବା ପ୍ରସାଦ ରାଜ୍ୟ ରାଜ୍ୟନୀତିରେ ଲମ୍ବା ଇନିଂସ୍‌ ଖେଳିଛନ୍ତି । ପ୍ରସାଦଙ୍କ ପାଇଁ ପିସିସି ସଭାପତି ପଦ ନୂଆ ହେବ ନାହିଁ । କାରଣ ସେ ପୂର୍ବରୁ ମଧ୍ୟ ଏହି ଦାୟିତ୍ବ ସମ୍ଭାଳି ସାରିଛନ୍ତି । 1999ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଓଡ଼ିଶାର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 2009 ରୁ 2014 ମଧ୍ୟରେ ସତ୍ୟବାଦୀରୁ ବିଧାୟକ ଥିଲେ । ଏବେ ତାଙ୍କ ନାମ ମଧ୍ୟ ଏହି ଦୌଡରେ ରହିଛି ।

ଜୟଦେବ ଜେନା:

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା (ETV Bharat Odisha)

ସମ୍ଭାବ୍ୟ ତାଲିକାରେ ଆଗରେ ଥିବା ଅନ୍ୟତମ ଚେହେରା ହେଉଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । 1980-1990 ଦୁଇଥର ବିଧାୟକ ନିର୍ବାଚିତ ହେବା ପରେ 1989ରେ ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 1995-2000 ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ଉତ୍ତର ପ୍ରଦେଶ, ଆସାମ ଭଳି ରାଜ୍ୟରେ ଦଳୀୟ ପ୍ରଭାରୀ ଓ 2004ରେ ବିଧାୟକ ହେବା ସହ ପିସିସି ସଭାପତି ହୋଇଥିଲେ । ଏହା ସହ ସେ 2013-2014ରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ନିଯୁକ୍ତ ହୋଇଥିଲେ । 3ଥର ମନ୍ତ୍ରୀ ଓ କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀର ସମ୍ପାଦକ ଭାବେ 5 ବର୍ଷର ଅଭିଜ୍ଞତା ରଖିଥିବା ଜୟଦେବଙ୍କୁ ଏଥର ମଧ୍ୟ ରାଜ୍ୟରେ ଦଳର ମଙ୍ଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଭକ୍ତ ଚରଣ ଦାଶ:

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାଶ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାଶ (ETV Bharat Odisha)

ପଶ୍ଚିମ-ଓଡ଼ିଶାରୁ ପଛୁଆବର୍ଗ ତଥା ଅନୁସୂଚିତ ଜନଜାତି ବର୍ଗରୁ ପ୍ରତିନିଧିତ୍ବ କରୁଥିବା ଭକ୍ତ ଚରଣ ଦାଶ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ବେଶ ନିକଟବର୍ତ୍ତୀ ବୋଲି ଚର୍ଚ୍ଚା ହୁଏ । ଏକାଧିକ ଥର ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭକ୍ତ, କେନ୍ଦ୍ରରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 2024 ସାଧାରଣ ନିର୍ବାଚନରେ ସେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ସେ କଂଗ୍ରେସର ଜଣେ ଜାତୀୟ ସ୍ତରର ସଂଗଠକ ମଧ୍ୟ । ଏକାଧିକ ରାଜ୍ୟରେ ସେ ଦଳର ପ୍ରଭାରୀ ମଧ୍ୟ ରହିସାରିଛନ୍ତି । ଏବେ ତାଙ୍କ କାନ୍ଧକୁ ରାଜ୍ୟ କଂଗ୍ରେସର ମଙ୍ଗ ଆସିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଶରତ ରାଉତ:

ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶରତ ରାଉତଙ୍କ ନାମ ମଧ୍ୟ ଏହି ଚର୍ଚ୍ଚାରେ ରହିଛି । 1980ରେ ପ୍ରଥମ ଥର ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ 1985 ରେ ପୁନଃନିର୍ବାଚିତ ହେବା ସହ ରାଜ୍ୟରେ ସୂଚନା ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ ପୂର୍ବରୁ ପିସିସି ଉପସଭାପତି ମଧ୍ୟ ରହିସାରିଛି । ଏବେ ସେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସହ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସର ସହପ୍ରଭାରୀ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ତାଙ୍କ ନାମରେ ମଧ୍ୟ ଚର୍ଚ୍ଚା ହେଉଛି ।

କଣ କହିଲେ ଜୟଦେବ :-

ଏହି ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି," ପିସିସି ଦାଇତ୍ୱ ‘ଏଆଇସିସି’ ଉପରେ ନିର୍ଭର କରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ କଂଗ୍ରେସର ସଂଗଠନକୁ ମଜବୁତ କରିପାରିବା ପରି ନେତାଙ୍କୁ ଦାୟିତ୍ବ ଦେବେ । ମୁଁ ଚର୍ଚ୍ଚାରେ ନାହିଁ । ଜଣେ ଯୋଗ୍ୟ, ଦକ୍ଷ ନେତାଙ୍କୁ ଦାୟିତ୍ୱ ଦିଆଯାଉ । ମୁଁ ସଭାପତି ହେବି ବୋଲି ମଧ୍ୟ ଚିନ୍ତା କରିନି । ଯାହାଙ୍କୁ ଦାୟିତ୍ୱ ଦେବେ, ମୁଁ ତାକୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବି । 2024 ନିର୍ବାଚନରେ ସାଧାରଣ ଲୋକ, କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ବିଶ୍ୱାସ ଥିଲା ଯେ, ବିଜେଡି-ବିଜେପିର ଅଘୋଷିତ ମେଣ୍ଟ ଆଗରେ କଂଗ୍ରେସ ବିକଳ୍ପ ଭାବେ ଉଭା ହେବ । ହେଲେ ସେ ଆଶା ମଉଳିଗଲା । ସ୍ଥିତିକୁ ଦେଖି AICC ‘ପିସିସି’ ସହ ସବୁ କମିଟିକୁ ଭଙ୍ଗ କରିଛନ୍ତି । କମିଟି ଭଙ୍ଗ ପରେ ତୃଣମୂଳରୁ ନେଇ ଉପରସ୍ତର ପର୍ଯ୍ୟନ୍ତ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ହୋଇପାରିନି । ସେଥିପାଇଁ ମୁଁ ମୋ ପକ୍ଷରୁ AICC ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ମେଲ୍‌ କରିଛି ।’’

ଶରତ ରାଉତଙ୍କ ପ୍ରତିକ୍ରିୟା:-

ବରିଷ୍ଠ ନେତା ଶରତ ରାଉତ କହିଛନ୍ତି," ମୁଁ କେବେ ଦୌଡ଼ରେ ନଥାଏ, ସେମାନେ ଦୌଡ଼ରେ ରୁହନ୍ତି, ଯେଉଁମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ କମ ଥାଏ । ମୁଁ କାହିଁକି ଲବି କରିବି, ଯଦି ସେମାନେ ମୋ ଉପରେ ଭରସା କରିବେ, ତାହେଲେ ଦଳର ଦାୟିତ୍ୱ ଦେବେ । ଯେଉଁମାନେ ଦକ୍ଷ ,ସବୁ ଆହ୍ଵାନକୁ ସମ୍ମୁଖୀନ ହୋଇପାରିବେ, ଅଳ୍ପରେ ଏପଟ ସେପଟ ହେବେନି, ନ୍ୟାୟ ପ୍ରଦାନ କରିବେ, ସମସ୍ତଙ୍କ ବିଶ୍ୱାସଭାଜନ ହେବେ, ସର୍ବୋପରି ଜନତାଙ୍କ ମନ ଜିତି ପାରୁଥିବା ନେତାକୁ ଦାୟିତ୍ୱ ଦେଲେ ଭଲ । ଯେବେଠାରୁ କମିଟି ଭାଙ୍ଗିଲେ ସେବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର ଆବଶ୍ୟକତାକୁ ଆଖି ଆଗରେ ରଖି ସେଇଭଳି ନେତାକୁ ବାଛିବ । ‘ଏଆଇସିସି’ ଉପଲବ୍ଧି କଲା ଯେ, ଯେଉଁମାନେ ଦାୟିତ୍ୱରେ ରହିଲେ ସେମାନେ ଦଳର ଆଭିମୁଖ୍ୟ ପୂରଣ କରି ପାରିଲେ ନାହିଁ । ସେଥିପାଇଁ ଅସନ୍ତୁଷ୍ଟ ହୋଇ ‘ପିସିସି’ ସହ ସବୁ କମିଟି ଭଙ୍ଗ କଲେ ।"

ଯୁବ ବିଧାୟକ ପବିତ୍ର ସାଉଁଟା କହିଲେ:-

ଲକ୍ଷ୍ମୀପୁରର ନବନିର୍ବାଚିତ ଯୁବ ବିଧାୟକ ପବିତ୍ର ସାଉଁଟା କହିଛନ୍ତି,"ଓଡିଶା ପାଇଁ ନୂଆ ଆଶା ଓ ନୂଆ ଭରସା ହେବା ଭଳି ନେତାଙ୍କୁ ଦାୟିତ୍ୱ ଦେଲେ, 2029 ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହେବୁ । AICC ଜଣେ ଉଚିତ ନେତାଙ୍କୁ ବାଛନ୍ତୁ । ଖୁବ କମ ସମୟ ଭିତରେ AICC ନିଷ୍ପତ୍ତି ନେବ । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲୁଥିବା, ଚର୍ଚ୍ଚିତ ନେତା ସଭାପତି ହୁଅନ୍ତୁ । AICCର ବିଶ୍ୱାସ ରହିବା ଦରକାର, ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଆଗକୁ ବଢିବା ଦରକାର । ଏବେ ତ୍ରିସ୍ତରୀୟ ଲଢେଇ ହେବ । 2029 ରେ ଆମେ କିଭଳି ସରକାର ଗଢିବୁ,ସେ ନେଇ ଏବେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ।’’

25 ବର୍ଷରେ 6 ସଭାପତି ଦେଖିଛି ପିସିସି:-

1999 ରୁ 2024 ପର୍ଯ୍ୟନ୍ତ ଦୀର୍ଘ 25 ବର୍ଷ ହେବ କ୍ଷମତାରୁ ଦୂରରେ ରହିଛି ପ୍ରଦେଶ କଂଗ୍ରେସ । ଏହାରି ମଧ୍ୟରେ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳରୁ ଦ୍ବିତୀୟ ବିରୋଧୀ ଦଳ ଭୂମିକାକୁ ଖସିଛି । ଏହି 25 ବର୍ଷ ଭିତରେ 6ଜଣ ପିସିସି ସଭାପତି ଦେଖି ସାରିଲାଣି ରାଜ୍ୟ କଂଗ୍ରେସ । ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ, ଦଳ ଭିତରେ ଥିବା ଅସନ୍ତୋଷ କଂଗ୍ରେସକୁ ଆଗକୁ ବଢିବାକୁ ଦେଉନାହିଁ । ଫଳରେ ଓଡିଶାବାସୀଙ୍କ ଆସ୍ଥାଭାଜନ ହେବାରେ ଦଳ ବାରମ୍ବାର ବିଫଳ ହେଉଛି । ଚଳିତ ନିର୍ବାଚନରେ ‘9ରୁ 90 ଆସନ’ ନାରା ସହ ନିର୍ବାଚନ ଲଢିଥିବା ଦଳ ମାତ୍ର 14 ବିଧାନସଭା ଓ ଗୋଟିଏ ସଂସଦୀୟ ଆସନ ଜିତିବାରେ ସଫଳ ହୋଇଛି । ନିର୍ବାଚନୀ ଫଳାଫଳ ମାନସମନ୍ଥନ ପରେ ଦଳ ସାଙ୍ଗଠନିକ ନବକଳେବରରେ କେଉଁ ନେତାଙ୍କୁ ଦାୟିତ୍ବ ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ :- ଫେଲ ମାରିଲା 9ରୁ 90 ମିଶନ, ପଡିଲା AICC ଛାଟ ! ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି

24 ବର୍ଷ ପରେ ରାଜ୍ୟରେ ବଦଳିଛି ଶାସକ- ବିରୋଧୀ ଭୂମିକା:-

ପ୍ରତିଷ୍ଠା ପର ଠାରୁ ରାଜ୍ୟରେ ଦୀର୍ଘ 24ବର୍ଷ କ୍ଷମତାରେ ରହିବା ପରେ ଏଥର ନିର୍ବାଚନ ହାରି ବିରୋଧୀ ଆସନକୁ ଆସିବାକୁ ବାଧ୍ୟ ‘ବିଜେଡି’ । ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢିଛି ‘ବିଜେପି’ । କିନ୍ତୁ ବିଜେଡି-ବିଜେପି ଭିତରେ ଯେଉଁ ଭିତିରି ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି, ସେପରି ସ୍ଥିତିରେ ମୁଖ୍ୟ ବିରୋଧୀ ଦଳ ବିଜେଡି ହୋଇଥିଲେ ବି ଜନତାଙ୍କର ଆଶା କଂଗ୍ରେସ ଉପରେ ମଧ୍ୟ ରହିଥିବା ଶୁଣିବାକୁ ମିଳେ । ଅନେକଙ୍କ ମତରେ କଂଗ୍ରେସକୁ ପୁନର୍ଗଠନ କରିପାରିଲେ ଆଗାମୀ ସମୟରେ କଂଗ୍ରେସ, ବିଜେଡିକୁ ମାତ ଦେଇ ମୁଖ୍ୟ ବିରୋଧୀ ଦଳରେ ବସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 7, 2024, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.