ETV Bharat / politics

ମୋଦିଙ୍କ ସହ ଖୋଲା ବିତର୍କକୁ ରାହୁଲଙ୍କ ସ୍ୱୀକାର, ବିଜେପି କହିଲା ରାହୁଲ କିଏ ? - Modi Rahul open debate

BJP target Rahul Over His Readiness to Debate with Modi: ମୋଦିଙ୍କ ସହ ଖୋଲା ବିତର୍କ ଆହ୍ବାନକୁ ରାହୁଲଙ୍କ ସ୍ବାଗତ । ଚିଠି ଲେଖିଥିଲେ ପୂର୍ବତନ ବିଚାରପତି ଓ ବରିଷ୍ଠ ସାମ୍ବାଦିକ । ବର୍ଷିଲା ବିଜେପି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖୋଲା ବିତର୍କକୁ ରାହୁଲଙ୍କୁ ସ୍ବୀକାର, ବିଜେପି କହିଲା,ରାହୁଲ ଗାନ୍ଧୀ କିଏ ?
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖୋଲା ବିତର୍କକୁ ରାହୁଲଙ୍କୁ ସ୍ବୀକାର, ବିଜେପି କହିଲା,ରାହୁଲ ଗାନ୍ଧୀ କିଏ ? (PIC-ETV Bharat Odisha)
author img

By ETV Bharat Odisha Team

Published : May 12, 2024, 12:11 PM IST

ନୂଆଦିଲ୍ଲୀ: ଜାରି ରହିଥିବା ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଦୁଇ ପୂର୍ବତନ ବରିଷ୍ଠ ବିଚାରପତି ଓ ଜଣେ ବରିଷ୍ଠ ପତ୍ରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ଚିଠି ଲେଖି କରିଥିବା ଆହ୍ବାନକୁ ସ୍ବୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଏମାନଙ୍କ ପ୍ରସ୍ତାବକୁ ସ୍ବୀକାର କରି ତର୍କ ପାଇଁ ପ୍ରସ୍ତୁତ ଥିବା ଦର୍ଶାଇ ପ୍ରତିଉତ୍ତର ଭାବେ ସେମାନଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଓ କଂଗ୍ରେସ ଏହାକୁ ସ୍ବାଗତ କରୁଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଖୋଲା ବିତର୍କକୁ ଗ୍ରହଣ କରିବେ ବୋଲି ଦେଶବାସୀ ଆଶା ରଖିଥିବା ରାହୁଲ ଟ୍ବିଟରେ ଲେଖିଛନ୍ତି । ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ପ୍ରବଳ ବର୍ଷିଛି । ପ୍ରଧାନମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ କରୁଥିବା ରାହୁଲ କିଏ ବୋଲି ଦଳ ପ୍ରଶ୍ନ କରିଛି । ରାହୁଲ କ’ଣ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନା ଚଳିତ ନିର୍ବାଚନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ପ୍ରଶ୍ନ କରି ରାହୁଲଙ୍କ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ସ୍ବୀକାରୋକ୍ତିରେ କ‘ଣ କହିଲେ ରାହୁଲ:-

ବିଚାରପତି ଓ ସାମ୍ବାଦିକଙ୍କୁ ଦେଇଥିବା ପ୍ରତିଉତ୍ତର ଚିଠିକୁ ସଲଗ୍ନ କରି ରାହୁଲ ‘ଏକ୍ସ’ରେ ଟ୍ବିଟ କରି କହିଛନ୍ତି, ‘‘ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଦେଶ ସାମ୍ନାରେ ସେମାନଙ୍କର ଦୃଷ୍ଟିକୋଣ ରଖିବା ପାଇଁ ଏହି ବିତର୍କ ଏକ ପ୍ରମୁଖ ପଦକ୍ଷେପ ହେବ । କଂଗ୍ରେସ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ଏବଂ ଆଲୋଚନା ପାଇଁ କରାଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛି । ଏହି ବିତର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଭାଗ ନେବେ ବୋଲି ଦେଶ ଆଶା କରୁଛି ।’’

କିଏ ଦେଇଥିଲେ ଆହ୍ବାନ:-

ପ୍ରତିଷ୍ଠିତ ଜାତୀୟ ସମ୍ବାଦପତ୍ର ‘ଦ ହିନ୍ଦୁ’ର ପୂର୍ବତନ ସମ୍ପାଦକ ଏନ.ରାମ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁର ଓ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏ.ପି ଶାହ ଏହି ଚିଠି ଲେଖିଥିଲେ । ସେମାନେ ଉଭୟ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କୁ ଏକ ସାର୍ବଜୀନନ ସ୍ଥାନରେ ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଖୋଲା ବିତର୍କ କରିବାକୁ ଆହ୍ବାନ ଦେଇଥିଲେ । ଏହାକୁ କଂଗ୍ରେସ ସ୍ବାଗତ କରିଛି । ମାତ୍ର ବିଜେପି ପକ୍ଷରୁ ଏହା ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିବା ବେଳେ ରାହୁଲଙ୍କୁ ମନ୍ତବ୍ୟକୁ ବିଜେପିର ତମାମ ନେତା ନାପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପ୍ରଥମ ପର୍ଯ୍ୟାୟ 4 ଲୋକସଭା ଆସନରେ ଭୋଟିଂ, ଡବଲ ଇଞ୍ଜିନ ବନାମ ଯୋଡି ଶଙ୍ଖ - ODISHA FIRST PHASE VOTING

ବିଜେପି କହିଲା ରାହୁଲ କିଏ ?

ଏହି ବିତର୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ରାହୁଲ କେଉଁ କ୍ଷମତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ କରିବାକୁ ପ୍ରୟାସ କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ପଦରେ ରହିଛନ୍ତି । ମାତ୍ର ରାହୁଲ ଗାନ୍ଧୀଙ୍କୁ ଦଳର ପୋଷ୍ଟରବୟ ଭାବେ ଚିତ୍ରଣ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ରାହୁଲଙ୍କ ଜ୍ଞାନର ସ୍ତରରୁ ଏହା ଅନୁମାନ କରାଯାଇପାରେ ଯେ ତାଙ୍କ ସହ ବିତର୍କ କେତେ ଯୁକ୍ତିଯୁକ୍ତ । ସେହିପରି ରାହୁଲଙ୍କ ପୂର୍ବଥରର ପ୍ରତିଦ୍ବନ୍ଦ୍ବୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲ କ’ଣ କଂଗ୍ରେସର ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଶ୍ନ କରିଛନ୍ତି ଇରାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.