ETV Bharat / politics

ପଦ୍ମ ଧରିଲେ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୁ - Archana Patil Chakurkar join BJP - ARCHANA PATIL CHAKURKAR JOIN BJP

Veteran Congress leader Shivraj Patil's daughter-in-law joins BJP: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କ ବୋହୁ ଅର୍ଚ୍ଚନା ପାଟିଲେ ହେଲେ ବିଜେପିରେ ସାମିଲ । ପୂର୍ବରୁ ଏକାଧିକ ନେତା ମହାରାଷ୍ଟ୍ରରେ ବିଜେପିରେ ହୋଇଛନ୍ତି । ଅଧିକ ପଢନ୍ତୁ

ପଦ୍ମ ଧରିଲେ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୁ

author img

By ETV Bharat Odisha Team

Published : Mar 30, 2024, 5:02 PM IST

ମୁମ୍ବାଇ: ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପ୍ରକ୍ରିୟା ଜାରି ରହିଥିବା ବିଭିନ୍ନ ଦଳରୁ ନେତାଙ୍କ ଦଳବଦଳ କରିବାରେ ଲାଗିଛନ୍ତି । ହେଲେ ଦେଶବ୍ୟାପୀ ଭାରତୀୟ ଜନତା ପାର୍ଟି ଅନ୍ୟଦଳର ନେତାଙ୍କୁ ନିଜ ପାର୍ଟିରେ ସାମିଲ କରିବା ଧାରାରେ ଅନ୍ୟ ପାର୍ଟିଠାରୁ ବେଶ ଆଗରେ ରହିଛି । ବିଭିନ୍ନ ରାଜ୍ୟରେ ବହୁ ବରିଷ୍ଠ ନେତାମାନେ ସେମାନଙ୍କ ପୂର୍ବ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ଶିବରାଜ ପାଲଟିଙ୍କ ବୋହୂ ଅର୍ଚ୍ଚନା ପାଟିଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମୁମ୍ବାଇରେ ସେ ପାର୍ଟି କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ତେବେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢିବା ନେଇ ଆଶା କରାଯାଉଥିବା ବେଳେ ଏବେ ସୁଦ୍ଧା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲ 2004ରୁ 2008 ମଧ୍ୟରେ କେନ୍ଦ୍ରରେ UPA ସରକାର ଗୃହମନ୍ତ୍ରୀ ଥିଲେ । ପୂର୍ବରୁ ସେ ଲୋକସଭା ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ବୋହୁ ଅର୍ଚ୍ଚନା ପାଟିଲ ଏବେ ‘ଲାଇଫ କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର’ରେ ଅଧ୍ଯକ୍ଷା ରହିଛନ୍ତି । ଶିବରାଜ ପୁଅ ତଥା ଅର୍ଚ୍ଚନାଙ୍କ ସ୍ବାମୀ ଶୈଳେସ ପାଟିଲ ଚନ୍ଦୁରକର ଏବେ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ରହିଛନ୍ତି । କଂଗ୍ରେସ ସହ ପରିବାରର ଘନିଷ୍ଠ ସମ୍ପର୍କ ଥିବା ସତ୍ତ୍ବେ ବୋହୂ ଅର୍ଚ୍ଚନା କିନ୍ତୁ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ ।

ଏହା ମଧ୍ୟ ପଢନ୍ତୁ :- ବିଜେଡି ଛାଡ଼ିଲେ ପୂର୍ବତନ ଭୁବନେଶ୍ବର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିରେ ହୋଇପାରନ୍ତି ସାମିଲ - Priyadarshi Mishra quits BJD

ପୂର୍ବରୁ ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ରାଜ୍ୟସଭା ପଠାଇଛି । ଦଳରେ ଉଚିତ ଗୁରୁତ୍ବ ନମିଳିବା ଅଭିଯୋଗରେ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କହିଥିଲେ ଅଶୋକ । ନିକଟରେ ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳ ତାଙ୍କୁ ତାଙ୍କ ପାରମ୍ପରିକ ଆସନରୁ ଲୋକସଭା ଟିକେଟ ଦେଇଛି । ଏବେ ଅର୍ଚ୍ଚନାଙ୍କୁ ମଧ୍ୟ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ମୈଦାନରେ ଦେଖିବାକୁ ମିଳିପାରେ । ବିଜେପିର ପରବର୍ତ୍ତୀ ଟିକେଟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.