ETV Bharat / politics

ଭୁବନେଶ୍ୱର ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଘୋଷଣା କରିବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ - Rajnath Singh In Bhubaneswar - RAJNATH SINGH IN BHUBANESWAR

Rajnath Singh Arrives In Bhubaneswar: ବିଜେପି ବିଧାୟକ ଦଳ ବୈଠକ । ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱର ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢ଼ନ୍ତୁ

Rajnath Singh
Rajnath Singh (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 3:13 PM IST

Updated : Jun 11, 2024, 4:29 PM IST

ଭୁବନେଶ୍ବର: ଭୁବନେଶ୍ୱର ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନରେ ସେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିବା ବେଳେ ତାଙ୍କ ତତ୍ୱାବଧାନରେ ହିଁ ନିଷ୍ପତ୍ତି ନିଆଯିବ । ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି । ରାଜନାଥ ଓଡ଼ିଶାରେ ପହଞ୍ଚିବା ପରେ କିଏ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ହେବ ସେନେଇ ଉତ୍କଣ୍ଠା ବଢ଼ିଛି ।

ଭୁବନେଶ୍ୱର ପହଁଚିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ (ETV Bharat Odisha)

ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ହେଲେ ଏପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ପରଦା ହଟିପାରିନି । ସେପଟେ ଆଜି ବିଜେପି ବିଧାୟକ ଦଳ ବୈଠକ ରହିଛି । କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ଏହାରି ଭିତରେ ଉଭୟ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ରାଜ୍ୟ ବିଜେପି ପାର୍ଟି ଅଫିସରେ ପହଞ୍ଚିଛନ୍ତି । ନବନିର୍ବାଚିତ ବିଧାୟକ ଏବଂ ଭାଜପା ନେତାଙ୍କ ସହ ଆଜି ଆଲୋଚନା କରିବେ । ବୈଠକ ପରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବ ତାଙ୍କ ନାଁ ଘୋଷଣା କରିପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ସରକାର ଶପଥ ସମାରୋହରେ ସାମିଲ ହେବେ ନବୀନ ! ନିମନ୍ତ୍ରଣ କଲା ବିଜେପି - BJP invite Naveen Patnaik

ତେବେ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗିରହିଛି । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସ୍ପେନ୍ସ ଲାଗିରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନାଁ ସ୍ପଷ୍ଟ ହୋଇଯିବ । ତେବେ ମୁଖ୍ୟମନ୍ତ୍ରୀ ରେସ୍‌ରେ ସର୍ବାଗ୍ରେ ସୁରେଶ ପୂଜାରୀଙ୍କ ନାଁ ରହିଛି । ଏନେଇ ସୁରେଶ ପୂଜାରୀ କହିଛନ୍ତି, "ଦଳୀୟ ଅନୁଶାସନ ଅନୁସାରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ । ଦଳ ଅଭିଜ୍ଞ ଓ ଅନୁଭବ ଥିବା ନେତାଙ୍କୁ ଗୁରୁତ୍ବ ଦେବେ ବୋଲି ଆଶା ରହିଛି । ସବୁ ଦିଗକୁ ବିଚାର କରି ଦଳ ନିଷ୍ପତ୍ତି ନେବ ।" ତେବେ ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି (ବୁଧବାର) ଅପରାହ୍ନ 5.15 ରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ସେପଟେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜନାଥଙ୍କୁ ରାଜ୍ୟ ବିଜେପିି ସଭାପତି ମନମୋହନ ସାମଲଙ୍କ ସହ ବସନ୍ତ ପଣ୍ଡା ଓ ବିଧାୟକ ସୁରେଶ ପୂଜାରୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2024, 4:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.