ETV Bharat / politics

ବିହାରର ହିତ ପାଇଁ ନୀତିଶଙ୍କୁ ସମର୍ଥନ କରିଆସିଛି ବିଜେପି: ଗିରିରାଜ ସିଂ

author img

By ETV Bharat Odisha Team

Published : Jan 28, 2024, 3:55 PM IST

Nitish Kumar Resigns: ଜଙ୍ଗଲରାଜକୁ ଶେଷ କରିବାରୁ ବିଜେପି ପ୍ରୟାସ କରୁଥିବା କହି ସିଧାସଳଖ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ନୀତିଶଙ୍କ ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

giriraj singh over nitishs resignation
giriraj singh over nitishs resignation

ପାଟନା: ବିହାର ରାଜନୀତିକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷର ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଇସ୍ତଫା ଦେଇ ପୁଣି ଏନଡିଏକୁ ଫେରିଛନ୍ତି ନୀତିଶ । ନୀତିଶଙ୍କ ପାଇଁ ବିଜେପିର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଥିବା ନେଇ ଯେଉଁମାନେ ମତ ରଖୁଥିଲେ ସେମାନେ ନିଜେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, "ଜନତାଙ୍କ ହିତରେ ଫଇସଲା ନିଆଯାଇଛି । ବିଜେପି ବିହାରରେ ଜଙ୍ଗଲରାଜ ଆଣିବାକୁ ଦେବନି ।"

ନୀତିଶଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ ଲାଲୁ:

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଲାଲୁ ପ୍ରସାଦଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି । ସେ କହିଛନ୍ତି, "ନୀତିଶ କୁମାରଙ୍କ ଉପରେ ଲଗାତାର ଲାଲୁ ଯାଦବ, ତେଜସ୍ୱୀଙ୍କୁ କ୍ଷମତା ହସ୍ତାନ୍ତର କରିବା ନେଇ ଚାପ ପ୍ରୟୋଗ କରାଯାଉଥିଲା । ଆଉ ଯଦି ସେହି ପ୍ରେସର କାରଣରୁ ତେଜସ୍ୱୀଙ୍କୁ ପାୱାର ମିଳିଥିଲେ ବିହାରରେ ପୁଣି ଥରେ ଜଙ୍ଗଲରାଜ ଚାଲିଥାନ୍ତା । ଆଉ ଭାରତୀୟ ଜନତା ପାର୍ଟି ବିହାରରେ ସେପରି ହେବାକୁ ଦେବ ନାହିଁ ।"

'ବିହାରରେ ଜଙ୍ଗଲରାଜ ଭଳି ସ୍ଥିତି': ଗିରିରାଜ କହିଛନ୍ତି, "ଦେଢ ବର୍ଷ ଧରି ବିହାରର ସ୍ଥିତି ଜଙ୍ଗଲରାଜରୁ କିଛି କମ୍ ନାହିଁ । ଯଦି ସତକୁ ସତ ଲାଲୁ ଯାଦବ ସରକାରକୁ ଆସିଥାନ୍ତେ ତେବେ ବଡ଼ ସମସ୍ୟା ସୃଷ୍ଟି ହୋଇଥାନ୍ତା । ୨୦୦୫ ପର୍ଯ୍ୟନ୍ତ ବିଜେପି ଜଙ୍ଗଲରାଜ ବିରୋଧରେ ଲଢେଇ କରିଛି । ବିହାରରୁ ଜଙ୍ଗଲରାଜ ହଟାଇବା ପାଇଁ ବିଜେପି ନିଜ ଦମରେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଆସିଛି ।"

ଏହା ମଧ୍ୟ ପଢନ୍ତୁ...ମହାମେଣ୍ଟକୁ ମହାଝଟ୍‌କା: ଇସ୍ତଫା ଦେଲେ ନୀତିଶ, ବିଜେପିରୁ 2 ଜଣ ରହିବେ ଉପମୁଖ୍ୟମନ୍ତ୍ରୀ

ପୁଣି ଆଉ ଥରେ ନୀତିଶଙ୍କ ଦଳ ପରିବର୍ତ୍ତନ: ଆରଜେଡିରୁ ସମ୍ପର୍କ ଛିନ୍ନ କରିସାରିଛି ଜେଡିୟୁ । ନୀତିଶ ନିଜ ପଦରୁ ଇସ୍ତଫା ଦେବା ପରେ ଲଗାତାର ନେତାମାନଙ୍କ ପ୍ରତିକ୍ରିୟା ସାମନାକୁ ଆସୁଛି । ତେବେ ବେଗୁସରାୟରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଇସ୍ତଫା ଦେଇଥିବା କାରଣରୁ ନୀତିଶଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ନୀତିଶ କୁମାରଙ୍କ ଯାହା ବି ଦୁର୍ବଳତା ଥାଉ ନା କାହିଁକି ପୁରା ବିହାର ଅକଳରେ ଥିଲା । ନୀତିଶ କୁମାର ଗଠବନ୍ଧନର ହାତ ଛାଡ଼ି ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୨୦୦୫ ପର୍ଯ୍ୟନ୍ତ ଜଙ୍ଗଲରାଜ ବିରୋଧରେ ଲଢେଇ କରିଆସିଛି ଭାରତୀୟ ଜନତା ପାର୍ଟି । ବିହାରକୁ ଜଙ୍ଗଲରାଜରୁ ମୁକ୍ତ କରିବାକୁ ଆମେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.