ETV Bharat / politics

ଧର୍ମେନ୍ଦ୍ରଙ୍କ ସାଙ୍ଘାତିକ ବୟାନ: 'ନବୀନଙ୍କ ରୁମରେ ଟେଲିଫୋନ ନାହିଁ, ରାହୁଲଙ୍କୁ ମୋଦି ଫୋବିଆ' - Dharmendra Pradhan Interview

Dharmendra Interview To ANI: ନବୀନ ନିବାସ ବିଷୟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାଣନ୍ତୁ କ'ଣ କହିଛନ୍ତି

Dharmendra Pradhan
Dharmendra Pradhan (ANI)
author img

By ETV Bharat Odisha Team

Published : May 30, 2024, 10:47 PM IST

ଭୁବନେଶ୍ବର: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଆଜି ପ୍ରଚାର ଶେଷ ହୋଇଥିବାବେଳେ ଲଗାତାର ଆରୋପ ପ୍ରତ୍ୟାରୋପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । କେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା କଥା କହିଥିଲେ ତ ଆଉ କେତେବେଳେ ଖୋଦ୍ ନବୀନ କରିଥିଲେ କାଉଣ୍ଟର । ଆଉ ଆଜି ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥର ସେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ନୁହେଁ, ବରଂ ନବୀନ ନିବାସ ବିଷୟରେ ସାଙ୍ଘାତିକ ତଥ୍ୟ କଥା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ରୁମରେ ଟେଲିଫୋନ କନେକ୍ସନ ନାହିଁ । ଏପରିକି ନବୀନଙ୍କ ରୁମରେ ଯଦିଓ ଟିଭି ଅଛି ସେଥିରେ କୌଣସି ଓଡ଼ିଆ ଚ୍ୟାନେଲ ଆସୁନାହିଁ । କେବଳ ଇଂରାଜୀ ନ୍ୟୁଜ ଚ୍ୟାନେଲ ଦିଆଯାଇ ଓଡ଼ିଆ ଚ୍ୟାନେଲ ସବୁକୁ କଟାଯାଇଛି ।" ଖାଲି ସେତିକି ନୁହେଁ, "ସମାନ ଢଙ୍ଗରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ରାହୁଲଙ୍କୁ ମଧ୍ୟ ଟାର୍ଗେଟ୍ କରିବା ସହ "ରାହୁଲଙ୍କୁ ମୋଦି ଫୋବିଆ" ହୋଇଛି ବୋଲି କହିଛନ୍ତି । ରାଜ୍ୟରେ ବିଜେଡି ବିଜେପି ମିଶି ଖଣି ଲୁଟ୍ କରିଥିବା କହିଥିଲେ ରାହୁଲ । ଯାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, "ରାହୁଲ ଯାହା ପାଇଁ ପ୍ରଚାରରେ ଆସିଥିଲେ ସେ ନିଜେ ଖଣି ମାଫିଆ । ଓଡ଼ିଶାରେ କଂଗ୍ରେସ ନବୀନଙ୍କ ପକେଟରେ ଅଛି । କଂଗ୍ରେସର ଟିକଟ ସବୁ ନବୀନ ହିଁ ବାଣ୍ଟିଛନ୍ତି । ବିଜେଡିର ନିର୍ଦ୍ଦେଶରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି ।"

ଏହା ବି ପଢନ୍ତୁ...ମନମୋହନଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର - Bjp Campaign In Chandabali

ଅପରପକ୍ଷେ, ଧର୍ମେନ୍ଦ୍ରଙ୍କ ମନ୍ତବ୍ୟରେ ସତ୍ୟତା ନଥିବା କହି ଏହାକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ କହିଛନ୍ତି, "ଏହି ମନ୍ତବ୍ୟ ଭିତ୍ତିହୀନ । ତାଙ୍କ ଦଳ ବିଫଳ ହେଉଥିବାରୁ ସେ ଏପରି ବୟାନବାଜି କରୁଛନ୍ତି । କଂଗ୍ରେସ ନୁହେଁ, ବରଂ ବିଜେଡି ଓ ବିଜେପି ମଧ୍ୟରେ ଡିଲ୍ ହୋଇଛି ।" ଏଥର ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଧର୍ମେନ୍ଦ୍ର । "ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?" ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଆର କେହି ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ । ମୁଁ ତ କେବଳ ଲୋକସଭା ନିର୍ବାଚନ ଲଢୁଛି । ଏହି ନିଷ୍ପତ୍ତି ସମୟ ଆସିଲେ ଦଳ ନେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.