ETV Bharat / politics

ଯାଜପୁରରେ ଅମିତ ଶାହଙ୍କ ପ୍ରଚାର, ରାଜ୍ୟ ସରକରାଙ୍କୁ କଲେ ଟାର୍ଗେଟ - Amit Shah In Jajpur

Amit Shah Election Campaign In Jajpur: ଯାଜପୁରରେ ଅମିତ ଶାହଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କହିଲେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 28, 2024, 7:07 PM IST

Etv Bharat
Etv Bharat (Etv Bharat)

ଯାଜପୁର: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ହେଉଥିବା ବେଳେ ଆଜି (ମଙ୍ଗଳବାର) ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାଜପୁର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଚିରାଚରିତ ଭାବରେ ରାଜ୍ୟ ସରକରାଙ୍କ ଉପରେ ବର୍ଷିଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଯାଜପୁରରେ ଅମିତ ଶାହଙ୍କ ପ୍ରଚାର (ETV Bharat Odisha)

ଯାଜପୁର ଜିଲ୍ଲାରେ ଆସନ୍ତା ଜୁନ ମାସ 1 ତାରିଖ ଦିନ ଶେଷ ପର୍ଯାୟ ପାଇଁ ଭୋଟ ଗ୍ରହଣ ହେବ । ଏଥିରେ ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯାଜପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଜିଲ୍ଲାର କୋରେଇ ବ୍ଲକ ପାଣିକୋଇଲି ସ୍ଥିତ କଲେଜ ପଡିଆରେ ବିଜେପି ପକ୍ଷରୁ ନିର୍ବାଚନୀ ସଭାରେ ଆୟୋଜିତ କରାଯାଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ ଯାଜପୁର ସଂସଦୀୟ କ୍ଷେତ୍ର ଅଧୀନସ୍ଥ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଆକାଶ ଦାସନାୟକ, ଯାଜପୁର ନିର୍ବାଚନ ମଣ୍ଡଳୀର ଗୌତମ ରାୟ, ବରୀ ନିର୍ବାଚନ ମଣ୍ଡଳୀର ଉମେଶ ଜେନା, ବଡ଼ଚଣା ନିର୍ବାଚନ ମଣ୍ଡଳୀର ଅମର ନାୟକ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସ୍ମୃତିରେଖା ପହି, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ଓ ଲୋକସଭା ପ୍ରାର୍ଥୀ ରବି ନାରାୟଣ ବେହେରାଙ୍କୁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଟିମ ଇଣ୍ଡିଆ କୋଚ ପାଇଁ ଆବେଦନ କରିଛନ୍ତି ମୋଦି-ଶାହ ! - INDIA CRICKET TEAM HEAD COACH

ସେପଟେ ସବୁ ନିର୍ବାଚନୀ ସଭା ପରି ଆଜି ଯାଜପୁରରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶାରେ ଯଦି ବିଜେପି ସରକାର ଆସେ ତେବେ 18 ମାସ ଭିତରେ ଚିଟଫଣ୍ଡ ଟଙ୍କା ସାଧାରଣ ଲୋକେ ଫେରସ୍ତ ପାଇବା ବୋଲି କହିଛନ୍ତି ଶାହ । ସେହିପରି ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ଯଦି ବିଜେପି ସରକାର ଆସେ ତେବେ ରତ୍ନଭଣ୍ଡାରକୁ ଖୁବଶୀଘ୍ର ଖୋଲାଯିବ ପ୍ରତିଶୃତି ଦେଇଛନ୍ତି । ବିଶେଷ ଭାବରେ ଯାଜପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହେଇଥିବାରୁ ବିଜେପି ସରକାର ଆସିଲେ କୃଷକମାନଙ୍କ ପାଇଁ ଜଳସେଚନ, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର ଓ ଯୁବକମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଶାହ । ଏହାସହ ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି 75ଟି ବିଧାନସଭା ସିଟ ଆଣି ନିଶ୍ଚିତ ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.