ETV Bharat / politics

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଅମିତ ଶାହ - Amit Shah Meeting In Dhenkanal - AMIT SHAH MEETING IN DHENKANAL

Amit Shah In Dhenkanal: ଢେଙ୍କାନାଳରେ ଦଳୀୟ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଲେ ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ଆସନ୍ତା ୫ବର୍ଷର ସମଗ୍ର ଦେଶରେ ଓଡିଶାକୁ ଏକ ନମ୍ବର ହେବ ବୋଲି ଦୃଢୋକ୍ତି ପ୍ରକାଶ କଲେ ଶାହ । ଅଧିକ ପଢନ୍ତୁ

AMIT SHAH MEETING IN DHENKANAL
AMIT SHAH MEETING IN DHENKANAL (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 10:41 PM IST

AMIT SHAH MEETING IN DHENKANAL (ETV Bharat Odisha)

ଢେଙ୍କାନାଳ: ଜିଲ୍ଲାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନ ସାଢେ ୨ଟା ସମୟରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଟଗାଁ ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ଯୋଗଦେଇଥିଲେ ଶାହ । ସାଧାରଣ ସଭାରେ ଯୋଗଦେଇ ଦଳୀୟ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଶାହ । ଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହି ଅବସରରେ ସାଧାରଣ ସଭାରେ ଦଳୀୟ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାନସଭା ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନଙ୍କ ପାଇଁ ଭୋଟ ନିବେଦନ କରିଥିଲେ ।

ଏହି ଜନସଭାରେ ଜନସାଧାରଣଙ୍କୁ କହିବାକୁ ଯାଇ ଦୀର୍ଘ ୨୫ବର୍ଷ ଧରି ରାଜ୍ୟରେ ଥିବା ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେ ବର୍ଷିଥିଲେ । ଏହାସହ 5ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଶାହ । ଦେଶକୁ ସୁରକ୍ଷା, ସୁଦୃଢ଼ ଓ ସମ୍ମାନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ଶାହ । ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ଆସନ୍ତା ୫ବର୍ଷର ସମଗ୍ର ଦେଶରେ ଓଡିଶାକୁ ଏକ ନମ୍ବର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶାହ ।

ଏହା ମଧ୍ୟ ପଢନ୍ତୁ ... ଅମିତ ଶାହଙ୍କ ଢେଙ୍କାନାଳ ଗସ୍ତ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର - AMIT SHAH VISITs DHENKANAL

ଚଳିତ ସାଧାରଣ ନିର୍ବାଚନରେ ବିଜେପି ଦଳ ତରଫରୁ ଠିଆ ହୋଇଥିବା ପ୍ରାର୍ଥୀଙ୍କୁ ଜିତାଇବା ସହ ଡବଲ ଇଞ୍ଜିନ ସରକାର କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ଶାହ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟରେ ଦୁଇଗୁଣ ବିକାଶ ହେବ ବୋଲି କହିଛନ୍ତି ଶାହ । ରାଜ୍ୟରେ ବିଜେପି ସରକାର କରିବା ସହ କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଶାହ । ଏହାପରେ ସେହି ହେଲିକପ୍ଟର ଯୋଗେ ଅସ୍ଥାୟୀ ହେଲିପ୍ୟାଡରୁ ନୟାଗଡ଼ ଅଭିମୁଖେ ଗୃହମନ୍ତ୍ରୀ ଅମିତ ଶାହ ଯାଇଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ୨୫ ମେରେ ଢେଙ୍କାନାଳ ସମେତ ଅନ୍ୟ ୬ଗୋଟି ଲୋକସଭା ଆସନ ପାଇଁ ମତଦାନ ହେବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.