ETV Bharat / politics

କିରଣ ରିଜଜୁଙ୍କ ଟିପ୍ସ: ହଙ୍ଗାମା କରି 2 ମିନିଟର ହେଡଲାଇନ ହୁଅନ୍ତୁ ନାହିଁ, ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ - Odisha New MLAs Training programme - ODISHA NEW MLAS TRAINING PROGRAMME

Odisha New MLAs Training programme: ବିଧାନସଭାରେ ହଙ୍ଗାମା କରି ଦୁଇ ମିନିଟର ହେଡଲାଇନ ହୁଅନ୍ତୁ ନାହିଁ । ଲମ୍ବା କ୍ୟାରିଅର ପାଇଁ ପରିଶ୍ରମ କରନ୍ତୁ ଓ ଗୃହର ମର୍ଯ୍ୟାଦା ରଖନ୍ତୁ । ଆଜି ନବାଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ । ଅଧିକ ପଢନ୍ତୁ

Odisha New MLAs Training programme
Odisha New MLAs Training programme (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 7:03 PM IST

ଭୁବନେଶ୍ବର: ବିଧାନସଭାରେ ହଙ୍ଗାମା କରି ଦୁଇ ମିନିଟର ହେଡ ଲାଇନ ହୁଅନ୍ତୁ ନାହିଁ । ଦୀର୍ଘ କାଳୀନ ସହ ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ । କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ । ଜଣେ ଭଲ ବିଧାୟକ ବା ସାଂସଦ ହେବାକୁ ହେଲେ ଜୀବନ ସାରା ଶିକ୍ଷା ଲାଭ କରନ୍ତୁ । ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।

ନବାଗତ ବିଧାୟକଙ୍କୁ ଟିପ୍ସ ଦେଲେ କିରଣ ରିଜିଜୁ (Odisha New MLAs Training programme)

ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମତେ ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବଏକଟ୍‌:-

ଆଜିଠୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ବା ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି । ବିଜେପି କହିଛି, କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । କିରଣ ରିଜଜୁ କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିବା ବେଳେ ସେ ବହୁଥରର ନିର୍ବାଚିତ ପ୍ରତିନିଧୀ । ତେଣୁ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କିଛି ଅସୁବିଧା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମାତ୍ର ବିରୋଧୀମାନେ ଅଯଥା ପ୍ରସଙ୍ଗକୁ ଅପ୍ରସଙ୍ଗ କରି ନୂଆ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରୁଛନ୍ତି ବୋଲି ଶାସକ ଦଳ କହିଛି ।

'କୌଣସି ରାଜନୀତି ହୋଇନି, ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି'

ଏହି ପରିପ୍ରେକ୍ଷୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ବିଧାନସଭାର ରୁଲ୍ସ ଅଫ୍ ପ୍ରୋସିଜର ଉପରେ ଶିକ୍ଷା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅତିଥି ବକ୍ତା ଭାବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଯୋଗଦେଇଛନ୍ତି । ବିଧାୟକମାନଙ୍କ ପାଇଁ ଲାଭଦାୟକ ହେବ ଏହି କାର୍ଯ୍ୟକ୍ରମ । ବିଧାନସଭାର ନିୟମାବଳୀର ଜ୍ଞାନ ବଢିବ । ଗୃହରେ ବିଧାୟକମାନେ ଭଲ ପ୍ରଦର୍ଶନ କରିବେ । ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି ବିରୋଧି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏଠାରେ କୌଣସି ରାଜନୀତି ନାହିଁ । ବିଜେଡି ଓ କଂଗ୍ରେସ ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କରୁଛନ୍ତି । ବିଧାନସଭାର ନିୟମ ଅନୁଯାୟୀ ସବୁ ଚାଲୁଅଛି ।"

'ଗୃହରେ ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ'

ସେପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, "ବିଧାନସଭାରେ ହଙ୍ଗାମା କରି ଦୁଇ ମିନିଟର ହେଡଲାଇନ ହୁଅନ୍ତୁ ନାହିଁ । ଦୀର୍ଘକାଳୀନ ସହ ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ, କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ । ଜଣେ ଭଲ ବିଧାୟକ ବା ସାଂସଦ ହେବାକୁ ହେଲେ ଜୀବନ ସାରା ଶିକ୍ଷା ଲାଭ କରନ୍ତୁ ।"

ଏହା ବି ପଢନ୍ତୁ- ପ୍ରଶିକ୍ଷିତ ହେବେ ନବାଗତ ବିଧାୟକ: ବିଜେଡି ଓ କଂଗ୍ରେସର ବର୍ଜନ ମଧ୍ୟରେ ଆରମ୍ଭ ହେଲା ଦୁଇଦିନିଆ ଟ୍ରେନିଂ

ସେହିପରି ବିଜେଡି ଓ କଂଗ୍ରେସର ବଏକଟକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରତିକ୍ରିୟାରେ କହିଛନ୍ତି, "ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ ବଏକଟ ନାଁରେ ରାଜନୈତିକ ରଙ୍ଗ ଦିଆଯାଉଛି । ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । ତେଣୁ ବଏକଟର କୌଣସି ମାନେ ନାହିଁ । ବିଧାନସଭା ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହା ଅଫିସିଆଲ କାର୍ଯ୍ୟକ୍ରମ । କିନ୍ତୁ ଏହାକୁ ବଏକଟ କରି କେବଳ ରାଜନୈତିକ ରଙ୍ଗ ଦିଆଯାଇଛି । ଏହାର କୌଣସି ଅର୍ଥ ନାହିଁ ।"

ବିଧାନସଭାରେ ଏଥର 84 ନୂଆ ବିଧାୟକ:-

2024 ନିର୍ବାଚନ ପରେ ଏଥର ବିଧାନସଭାକୁ 84ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନେ ବିଧାନସଭାରେ କିପରି ନିଜକୁ ଉପସ୍ଥାପିତ କରିବେ, ନିଜ କାର୍ଯ୍ୟ ସମ୍ପାଦନ କରିବେ ସେ ନେଇ ଜ୍ଞାନ ଦିଆଯିବ । ବିଜେପି ୫୪, ବିଜେଡି ୧୮, କଂଗ୍ରେସ ୯ ଏବଂ ସ୍ଵାଧୀନ ୩ ଜଣ ନୂତନ ବିଧାୟକ । ବିଭିନ୍ନ କାର୍ଯ୍ୟକ୍ରମରେ କିପରି ନିଜେ ଅଂଶଗ୍ରହଣ କରି ନିଜକୁ ଉପସ୍ଥାପିତ କରିବେ ତାହା ଉପରେ ଜ୍ଞାନ ଦିଆଯିବ । ବିଧାନସଭା ରୁଲ୍ ଓ ପ୍ରୋସିଡିଂ ବିଷୟରେ ବିଧାୟକଙ୍କୁ ଅବଗତ କରାଯିବ । ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦିଆଯିବ ।

ହେଭିୱେଟଙ୍କୁ ହରାଇ ବିଧାନସଭାରେ ନବାଗତଙ୍କ ଏଣ୍ଟ୍ରି:-

ଏହି 84ଜଣ ନୂଆ ବିଧାୟକମାନଙ୍କ ମଧ୍ୟରୁ ବହୁ ବିଧାୟକ ହେଭିୱେଟ ମନ୍ତ୍ରୀମାନଙ୍କୁ ହରାଇଛନ୍ତି । ମହାକାଳପଡ଼ାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇ ପ୍ରତିପକ୍ଷ ବିଜେପି ଜିତିଛି । ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ସୁଦାମ ମାରାଣ୍ଡି, ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଏହି ନବାଗତଙ୍କଠାରୁ ଶୋଚନୀୟ ପରାଜୟ ବରଣ କରିଛନ୍ତି । 2024 ସାଧାରଣ ନିର୍ବାଚନ ଓଡ଼ିଶା ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ପ୍ରଦାନ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.