ETV Bharat / politics

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ

Rajya Sabha Poll: ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ 3 ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି 3 ସାଂସଦ । ଓଡ଼ିଶାର ନ୍ୟାର୍ଯ୍ୟ ଦାବି ଉଠାଇବେ ବୋଲି କହିଛନ୍ତି ଦୁଇ ବିଜେଡି ସାଂସଦ । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ
ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ
author img

By ETV Bharat Odisha Team

Published : Feb 20, 2024, 8:33 PM IST

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର 3 ରାଜ୍ୟସଭା ପ୍ରାର୍ଥୀ । ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ସଂସଦର ଉଚ୍ଚସଦନକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ଆସି 3 ସାଂସଦ ସେମାନଙ୍କ ରାଜ୍ୟସଭା ସାର୍ଟିଫିକେଟ ରିଟର୍ନିଙ୍ଗ ଅଫିସରଙ୍କ ନିକଟରୁ ଗ୍ରହଣ କରିଛନ୍ତି । ତେବେ ଏହାପରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ରଖି ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଅଶ୍ବିନୀ, ଦେବାଶିଷ ଓ ଶୁଭାଶିଷ ।

'ରାଷ୍ଟ୍ର ସେବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ': ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, "ରାଷ୍ଟ୍ର ସେବାର ସୁଯୋଗ ପୁଣିଥରେ ମିଳିଛି । କାର୍ଯ୍ୟ କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ ।"

'ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ଦାବି କରିବୁ': ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଆଜି ମୁଁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରେ ଆଗାମୀ ଦିନରେ କାର୍ଯ୍ୟ କରିବି । ଓଡିଶା ଯେଉଁ ମାନ୍ୟତା ପାଇବା କଥା ଓ ରାଜ୍ୟ ଯେଉଁ ଯେଉଁ କ୍ଷେତ୍ରରେ ପଛୁଆ ରହିଯାଇଛି ସେ ଦିଗରେ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଓଡିଶା ଆଗକୁ ଯାଇଛି । ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ କ୍ରୀଡ଼ାରେ ନବୀନ ବାବୁଙ୍କ ସରକାର ଅନେକ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କର ମଧ୍ୟ ଓଡିଶା ପ୍ରତି ଦାୟିତ୍ବ ରହିଛି । ସଂଘୀୟ ବ୍ୟବସ୍ଥାରେ ଭଲ ସମ୍ପର୍କ ରଖି କାର୍ଯ୍ୟ କରିବୁ । ଓଡିଶାର ହିତ ଓ ପ୍ରଗତି ପାଇଁ କାର୍ଯ୍ୟ କରିବୁ । ଓଡିଶାର ଦୀର୍ଘ ଦିନର ଦାବି ହେଉଛି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ଦାବି କରି ଆସିଛନ୍ତି । ତାହା ପଛରେ ଯଥାର୍ଥ କାରଣ ରହିଛି । ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟସଭା ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ

'କେବଳ ଶ୍ରୀକ୍ଷେତ୍ର ନୁହେଁ, ରାଜ୍ୟର ନ୍ୟାର୍ଯ୍ୟ ଦାବି ପାଇଁ ସ୍ବର ଉତ୍ତୋଳନ କରିବୁ': ସେହିଭଳି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡିଶାର ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଯାହା ଯାହା ଆବଶ୍ୟକତା ରହିଛି ତାହା ଉପସ୍ଥାପନ କରିବୁ । ଶ୍ରୀକ୍ଷେତ୍ର ପୁରୀକୁ ଦେଶରେ 1 ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି, ତାହା ବିଶ୍ବବାସୀ ଦେଖୁଛନ୍ତି । ପିପିପି ମୋଡ୍‌ରେ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବାକୁ ଯାଉଛି । ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ସାରା ରାଜ୍ୟର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସ୍ବର ଉତ୍ତୋଳନ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.