ETV Bharat / politics

ହରିୟାଣାରେ ସଙ୍କଟରେ ବିଜେପି ସରକାର ! ୩ ସ୍ବାଧୀନ ବିଧାୟକ ଫେରାଇ ନେଲେ ସମର୍ଥନ - HARYANA BJP GOVT LOST MAJORITY

author img

By ETV Bharat Odisha Team

Published : May 7, 2024, 9:12 PM IST

INDEPENDENT MLA WITHDRAW SUPPORT: ହରିୟାଣାରେ ବିଜେପି ସରକାର ଏବେ ସଙ୍କଟରେ । ୩ ସ୍ବାଧୀନ ବିଧାୟକମାନେ ସମର୍ଥନ ଫେରାଇ ନେବା ପରେ ଅଳ୍ପମତରେ ସୈନୀ ସରକାର । ସେମାନେ କଂଗ୍ରେସକୁ ନିଜର ସମର୍ଥନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

INDEPENDENT MLA WITHDRAW SUPPORT
INDEPENDENT MLA WITHDRAW SUPPORT (ETV Bharat)

ଚଣ୍ଡିଗଡ଼: ସଙ୍କଟରେ ହରିୟାଣାର ନୟାବ ସିଂ ସୈନୀ ସରକାର । ସଂଖ୍ୟାଲଘୁରେ ପରିଣତ ହୋଇଛି ବିଜେପି ନେତୃତ୍ବାଧୀନ ହରିୟାଣା ସରକାର । କାରଣ ୩ ସ୍ବାଧୀନ ବିଧାୟକମାନେ ନିଜର ସମର୍ଥନ ଫେରାଇ ନେଇଛନ୍ତି । ଏ ନେଇ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ କହିଛନ୍ତି ଯେ 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୮୮ ରହିଛି । ବିଜେପିରେ ୪୦ ଜଣ ସଦସ୍ୟ ଅଛନ୍ତି । ପୂର୍ବରୁ ବିଜେପି ସରକାରକୁ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ଏବେ ଜେଜେପି ଓ ସ୍ୱାଧୀନ ବିଧାୟକ ଦଳ ଛାଡୁଛନ୍ତି । ଫଳରେ ସୈନୀ ସରକାର ହରାଇଛି ସଂଖ୍ୟା ଗରିଷ୍ଠତା ।

ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନୀଙ୍କ ସରକାରରୁ ସମର୍ଥନ ଫେରାଇ ନେଇଥିବା 3 ସ୍ବାଧୀନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ଚରଖି ଦାଦରୀର ବିଧାୟକ ସୋମବୀର ସାଙ୍ଗୱାନ, ପୁଣ୍ଡରୀର ବିଧାୟକ ରଣଧୀର ଗୋଲନ ଓ ନୀଲୋଖେଡିର ବିଧାୟକ ଧର୍ମପାଳ ଗୋନ୍ଦର । ଏହି ତିନି ବିଧାୟକ ଆଜି ରୋହତକରେ ହରିୟାଣା ବିଧାନସଭାର ବିପକ୍ଷ ଦଳ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ କଂଗ୍ରେସକୁ ବାହ୍ୟ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ଏହାସହ ରାଜ୍ୟପାଳଙ୍କୁ ନିଜର ସମର୍ଥନ ଫେରାଇ ଆଣିବାର ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଏହି ତିନି ସ୍ବାଧୀନ ବିଧାୟକ କହିଛନ୍ତି ଯେ, ଜନତା ବିଜେପିକୁ ସୁଯୋଗ ଦେଇସାରିଛି । ବର୍ତ୍ତମାନ ବିଜେପିକୁ ଆଉ ଅବସର ଦେବା ଉଚିତ ନୁହେଁ । କାରଣ ଏହି ସରକାରଙ୍କ ସମୟରେ ରାଜ୍ୟରେ ବେରୋଜଗାରୀ, ଦରଦାମ ବୃଦ୍ଧି, ବର୍ଦ୍ଧିତ ଅପରାଧ, ପରିବାର ଆଇଡି, ସମ୍ପତ୍ତି ଆଇଡି ପାଇଁ ଜନତା କଷ୍ଟ ପାଉଛନ୍ତି । କୃଷକ, ଶ୍ରମିକ, ଚାକିରିଆ ଭଳି ସମସ୍ତ ବର୍ଗ ଆଜି ଆନ୍ଦୋଳନରତ । ସେମାନେ ସରକାରଙ୍କୁ ବିଭିନ୍ନ ସମୟରେ ଚେତାଇବାକୁ ପ୍ରୟାସ କରିଛନ୍ତି ମାତ୍ର ବିଜେପି ନିଜର ଜିଦ୍ ଛାଡିପାରିନାହିଁ । ଏବେ ଲୋକଙ୍କୁ କେବଳ କଂଗ୍ରେସ ଉପରେ ଆଶା ଭରସା ରହିଛି । ହରିଆଣା ସମେତ ସମଗ୍ର ଦେଶରେ ଏବେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଲହର ଅଛି । ଏହି ଗଠବନ୍ଧନକୁ ଜିତାଇବା ପାଇଁ ନିଜର ଦାୟିତ୍ବ ତୁଲାଇବେ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ: ଆସାମରେ ସର୍ବାଧିକ 74.86% ମତଦାନ, 1300ରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ - LOK SABHA ELECTION 2024

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ବିଧାୟକମାନେ ଏହି ନିର୍ଣ୍ଣୟ ନେଇଛନ୍ତି । ଠିକ ସମୟରେ ନେଇଥିବା ସେମାନଙ୍କ ନିଷ୍ପତ୍ତି ନିଶ୍ଚିତ ଫଳପ୍ରଦ ହେବ । ଚଳିତ ଲୋକସଭା ଓ ଆସନ୍ତା ବିଧାନସଭାରେ କଂଗ୍ରେସ ବିଜୟ ଲାଭ କରିବ । ଜେଜେପି ଓ ସ୍ବାଧୀନ ବିଧାୟକମାନଙ୍କ ସମର୍ଥନ ହରାଇବା ପରେ ସୈନୀ ସରକାର ବହୁମତ ହରାଇ ସାରିଛି । ତେଣୁ ହରିୟାଣାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ଦାବି କରିଛନ୍ତି ।

ଅଧ୍ୟକ୍ଷ ଉଦୟଭାନ କହିଛନ୍ତି ଯେ ସାଧାରଣତଃ ଲୋକ ସତ୍ତାଧାରୀଙ୍କ ନିକଟକୁ ଯାଇଥାନ୍ତି, କିନ୍ତୁ ଏହି ବିଧାୟକମାନେ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି । ଏହି ନିଷ୍ପତ୍ତି କାରଣରୁ ନିଶ୍ଚିତ ଭାବେ କଂଗ୍ରେସ ଆହୁରି ମଜଭୁତ ହେବ । ବିଜେପିକୁ ଅଳ୍ପମତ କାରଣରୁ ଶାସନରେ ରହିବାର କୌଣସି ଅଧିକାର ନାହିଁ । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେପିର ମେଣ୍ଟ ସରକାରରୁ ଜେଜେପି ଅଲଗା ହୋଇସାରିଥିବା ବେଳେ ସ୍ବାଧୀନ ବିଧାୟକ ମାନଙ୍କ ସମର୍ଥନ ଫେରାଇ ନେବା ଫଳରେ ବିଜେପି ସରକାର ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.