ETV Bharat / politics

ତୃତୀୟ ପର୍ଯ୍ୟାୟ ଫ୍ଲାସବ୍ୟାକ୍: ୨୦୧୯ରେ ୯୩ ଆସନରୁ ୮୦ରେ ବିଜୟୀ ହୋଇଥିଲା ବିଜେପି - Third Phase Of Lok Sabha Election

author img

By ETV Bharat Odisha Team

Published : May 7, 2024, 7:40 AM IST

Updated : May 7, 2024, 10:00 AM IST

Third Phase Of Lok Sabha Election:11 ରାଜ୍ୟର 93 ଆସନରେ ଆରମ୍ଭ ହେଲା ଭୋଟିଂ । 2019 ଏହି ଆସନ ମଧ୍ୟରେ ରେକର୍ଡ ବିଜୟ ହାସଲ କରିଥିଲା ବିଜେପି । ଜାଣନ୍ତୁ କେଉଁ ରାଜ୍ୟରେ ପାଇଥିଲା କେତେ ଆସନ । କେତେରେ ଅଟକି ଥିଲେ ବିରୋଧୀ...

ଆଜି 93 ଆସନରେ ଭୋଟିଂ, 2019 ରେ ବିଜେପିକୁ ମିଳିଥିଲା ବଡ ସ୍କୋର
ଆଜି 93 ଆସନରେ ଭୋଟିଂ, 2019 ରେ ବିଜେପିକୁ ମିଳିଥିଲା ବଡ ସ୍କୋର (ଫଟୋ -ଇଟିଭି ଭାରତ, ଓଡିଶା)

ନୂଆଦିଲ୍ଲୀ/ହାଇଦ୍ରାବାଦ: ଆଜି ସଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ । 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକାଳୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଚଳିତ ପର୍ଯ୍ୟାୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ଚର୍ଚ୍ଚିତ ନେତା ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟ ସମେତ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଆସାମ, ପଶ୍ଟିମବଙ୍ଗ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳୀ, ଦାମନ-ଡିୟୁ ଏବଂ ଜମ୍ମୁ-କାଶ୍ମୀରର ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ତେବେ ଗତଥର ଭୋଟିଂ ହେଉଥିବା ଏହି 93 ଆସନରେ ବଡ ସ୍କୋର ସହ ଭଲ ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ମୋଟ 93 ଆସନରୁ ଦଳ ଏକାକୀ 80 ଆସନ ହାତେଇବାରେ ସଫଳ ହୋଇଥିଲା ।

2019 ରେ ବିଜେପିକୁ ମିଳିଥିଲା ବଡ ସ୍କୋର
2019 ରେ ବିଜେପିକୁ ମିଳିଥିଲା ବଡ ସ୍କୋର (ଫଟୋ- ଇଟିଭି ଭାରତ, ଓଡିଶା)

ଏହି ରାଜ୍ୟରେ ବିଜେପି କରିଥିଲା କ୍ଲିନସ୍ବିପ:-

ଆଜି ଗୁଜୁରାଟର 25 ଆସନରେ ଭୋଟିଂ ହେଉଛି । ରାଜ୍ୟରେ ମୋଟ 26 ଆସନ ମଧ୍ୟରୁ ଗୋଟିଏରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥ୍ବିତ୍ବ ନାକଚ କାରଣରୁ ବିଜେପି ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜେତା ଘୋଷଣା ହୋଇସାରିଛନ୍ତି । ରାଜ୍ୟର ସମସ୍ତ 26 ଆସନରେ ଭାରତୀୟ ଜନତା ପାର୍ଟି ଗତଥର (2019) ରେ କ୍ଲିନସ୍ବିପ ସହ ବିଜୟ ହାସଲ କରିଥିଲା । ଚଳିତଥର ମଧ୍ୟ ଦଳ ସେହି ମୂଳପୋଛ ସଫଳତା ହାସଲ କରିବା ଲକ୍ଷ୍ୟରେ ରହିଛି । ସେହିପରି ବିଜେପି ଶାସନରୁ କଂଗ୍ରେସ ନିୟନ୍ତ୍ରଣକୁ ଆସିଥିବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ମୋଟ 28 ଆସନ ମଧ୍ୟରୁ 14 ଆସନରେ ଆଜି ଭୋଟିଂ ହେଉଛି । ଏହି ସମସ୍ତ 14 ଆସନରେ ମଧ୍ୟ ବିଜେପି 2019 ରେ କ୍ଲିନସ୍ବିପ କରିବାର ରେକର୍ଡ କରିଛି । ସେହିପରି ମଧ୍ୟ ପ୍ରଦେଶରେ ମଧ୍ୟ ଆଜି ଭୋଟିଂ ହେଉଥିବା 9 ଆସନରେ ଗତଥର ବିଜେପି କ୍ଲିନସ୍ବିପ କରିଥିଲା ।

93 ରୁ 80 ଆସନ ହାତେଇଥିଲା ବିଜେପି:-

ତେବେ ଚଳିତ ପର୍ଯ୍ୟାୟରେ ଭୋଟ ଦେଉଥିବା 93 ଆସନ ମଧ୍ଯରୁ ଏକାଧିକ ରାଜ୍ୟରେ କ୍ଲିନସ୍ବିପ ସହ ଭାରତୀୟ ଜନତା ପାର୍ଟି 80 ଆସନରେ ବିଜୟୀ ହୋଇଥିଲା । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ସହଯୋଗୀମାନେ ମାତ୍ର 11 ଆସନରେ ସୀମିତ ରହିଥିଲେ । ଅନ୍ୟପଟେ ଆସାମ ଓ ଦାଦ୍ରାନଗର ହାବେଳୀରେ ଦୁଇ ସ୍ବାଧୀନ ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଚଳିତଥର ବିଜେପି ମଧ୍ୟ ପୂର୍ବପେକ୍ଷା ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ:- କାଲି ତୃତୀୟ ପର୍ଯ୍ୟାୟ ମତଦାନ, ମୈଦାନରେ ଶାହ, ଶିବରାଜ, ସିନ୍ଧିଆ ଓ ସୁପ୍ରିୟାଙ୍କ ସମେତ ବହୁ ହେଭିୱେଟ - Lok Sabha election phase 3

ଆଜି ପର୍ଯ୍ୟାୟରେ ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ବିଜେପିର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ, ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର, ‘ସପା’ ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଚଳିତ ପର୍ଯ୍ୟାୟର ପ୍ରାର୍ଥୀ ଭାବେ ମୈଦାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 7, 2024, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.