ETV Bharat / politics

‘ସେମାନେ ବିଜେପିରେ ମିଶିବା ପାଇଁ କହିଥିଲେ, ମୁଁ କହିଥିଲି କଦାପି ନୁହେଁ ’ - Delhi political news

Arvind Kejriwal On Poaching Row: ବିଧାୟକ କିଣା ଉଦ୍ୟମ ଅଭିଯୋଗରେ ବିଜେପି ଉପରେ ପୁଣି ବର୍ଷିଲେ କେଜ୍ରିଓ୍ୱାଲ । କହିଲେ, ବିଜେପିରେ ସାମିଲ ହେବା ପାଇଁ ମିଳିଥିଲା ଅଫର, ସେ ମନା କରିଥିଲେ । ଅଧିକ ପଢନ୍ତୁ

‘ସେମାନେ ବିଜେପିରେ ମିଶିବା ପାଇଁ କହିଥିଲେ, ମୁଁ ମନା କରିଦେଇଥିଲି ’

author img

By ETV Bharat Odisha Team

Published : Feb 4, 2024, 4:39 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲା ଓ ବିଧାୟକ କିଣା ଅଭିଯୋଗ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ୱାଲଙ୍କ ସମସ୍ୟା କ୍ରମଶଃ ବଢିବାରେ ଲାଗିଛି । ପ୍ରଥମ ମାମଲାରେ ବାରମ୍ବାର ସମନ ଜାରି କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ କୋର୍ଟରେ ଦ୍ୱାରସ୍ଥ ହୋଇଛି । ଦ୍ୱିତୀୟ ଅଭିଯୋଗରେ ବିଜେପି ବିରୋଧରେ ପ୍ରମାଣ ଦେବାପାଇଁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ମଧ୍ୟ କେଜ୍ରିଓ୍ୱାଲଙ୍କୁ ନୋଟିସ ଜାରି କରିଛି । ଏହାରି ମଧ୍ୟରେ ଆଜି ସେ ପୁଣି ବିଜେପି ଉପରେ ବର୍ଷିଛନ୍ତି । ତାଙ୍କୁ ବିଜେପିରେ ସାମିଲ ହେବା ପାଇଁ ପ୍ରଲୋଭିତ କରାଯାଇଥିଲା । ବିଜେପିରେ ସାମିଲ ହେଲେ ସବୁ ମାମଲାର ତଦନ୍ତ ବନ୍ଦ କରିଦିଆଯିବ ବୋଲି କୁହାଯାଇଥିଲା । ହେଲେ ସେ ସ୍ପଷ୍ଟ ମନା କରିଦେଇଥିଲେ । ସେହି କାରଣରୁ ତାଙ୍କ ବିରୋଧରେ ଏହି ସବୁ ଷଡଯନ୍ତ୍ର ଚାଲିଛି ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

ଆଜି (ରବିବାର) ରୋହିଣୀରେ ଏକ ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କେଜ୍ରିଓ୍ୱାଲ ତାଙ୍କ ବିରୋଧରେ ଜାରି ରହିଥିବା ମାମଲା କଥା କହିଛନ୍ତି । କହିଛନ୍ତି,‘‘ ସେମାନେ ମୋ ବିରୋଧରେ ଯାହା କରିବା କଥା କରନ୍ତୁ, ମୁଁ ନଇଁବି ନାହିଁ । ମୋତେ କୁହାଗଲା, ବିଜେପିରେ ସାମିଲ ହୋଇଯାଓ, ସବୁ ମାମଲା ବନ୍ଦ କରିଦିଆଯିବ । ମୁଁ ମନା କରିଦେଇଥିଲେ । ମୁଁ କିଛି ଭୁଲ କରିନାହିଁ । ଦିଲ୍ଲୀରେ ସ୍କୁଲ, ହସ୍ପିଟାଲ ନିର୍ମାଣ କରିଛି, ପିଇବା ପାଣିର ବ୍ୟବସ୍ଥା କରିଛି । ମୋର କାହାକୁ ଡରିବା ଆବଶ୍ୟକ ନାହିଁ ।’’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତମାସ (ଜାନୁଆରୀ) 27 ତାରିଖରେ କେଜ୍ରିଓ୍ୱାଲ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଦିଲ୍ଲୀରେ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ତାଙ୍କ ଦଳର 7 ଜଣ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରାଯାଉଛି । ବିଜେପି ଏହି 7 ବିଧାୟକଙ୍କୁ 25 କୋଟି ଲେଖାଏଁ ଟଙ୍କା ଦେବା ପାଇଁ ପ୍ରଲୋଭିତ କରିଛି । ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହେବେ । ଏହା ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଭାଙ୍ଗିଯିବ । ଏହି ବିଧାୟକଙ୍କୁ 25 କୋଟି ଟଙ୍କା ଦେବା ସହ ବିଜେପି ଟିକେଟରେ ନିର୍ବାଚନ ମଧ୍ୟ ଲଢାଯିବାକୁ ପ୍ରଲୋଭିତ କରାଯାଇଛି ବୋଲି ସେ ଦାବି କରିଥିଲେ । ଏହା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ତାଙ୍କୁ ଓ ତାଙ୍କ କ୍ୟାବିନେଟ ସହଯୋଗୀ ଆତିଶୀଙ୍କୁ ନୋଟିସ ଜାରି କରି ଅଭିଯୋଗ ସମ୍ପର୍କରେ ପ୍ରମାଣ ମାଗିଥିଲା । 5 ତାରିଖ (ଆସନ୍ତାକାଲି) ସୁଦ୍ଧା ଏହି ନୋଟିସର ଉତ୍ତର ଦେବାକୁ କ୍ରାଇମବ୍ରାଞ୍ଚ କହିଛି ।

ଏହା ମଧ୍ୟ ପଢନ୍ତୁ :- 5ମ ସମନ ସତ୍ତ୍ୱେ ହାଜର ହେଲେନି କେଜ୍ରିଓ୍ବାଲ, କୋର୍ଟ ଗଲା ED

ଅନ୍ୟପଟେ ଅବକାରୀ ଘାଟାଲା ମାମଲାରେ କ୍ରମାଗତ 5 ସମନକୁ ଏଡାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କ ବିରୋଧରେ ରାଉଜ ଆଭିନ୍ୟୁ କୋର୍ଟରେ ମାମଲା ରୁଜୁ କରିଛି । ବାରମ୍ବାର ସମନ କରିବା ପରେ ମଧ୍ୟ କେଜ୍ରିଓ୍ୱାଲ ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ସହଯୋଗ କରୁନଥିବା ସଂସ୍ଥା ମାମଲାରେ ଦର୍ଶାଇଛି । ଯାହାର ଶୁଣାଣି ବୁଧବାର ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.