ETV Bharat / politics

ଏନଡିଏକୁ ଫେରିବେ ପୁରୁଣା ସହଯୋଗୀ, ଚାଲିଛି ଗୁପ୍ତ ଆଲୋଚନା !

author img

By ETV Bharat Odisha Team

Published : Feb 7, 2024, 10:40 PM IST

TDP Likely to Return NDA: ସାଧାରଣ ନିର୍ବାଚନ ପୂର୍ବରୁ ପୁରୁଣା ସହଯୋଗୀଙ୍କ ସମ୍ପର୍କରେ ବିଜେପି । ନୀତିଶଙ୍କ ରିର୍ଟନ ପରେ ମେଣ୍ଟ ଛାଡିଯାଇଥିବା ସାଥୀ ଦଳଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରୁଛି ଦଳ । ନିର୍ବାଚନ ବିଗୁଲ ବାଜି ପୂର୍ବରୁ କୌଣସି ମତେ ମେଣ୍ଟର ଶକ୍ତି ବୃଦ୍ଧି ଲକ୍ଷ୍ୟରେ ବିଜେପି ନେତୃତ୍ବ । ଅଧିକ ପଢନ୍ତୁ

NDA
NDA

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ପୁରୁଣା ସହଯୋଗୀଙ୍କ ସମ୍ପର୍କରେ ବିଜେପି । ନୀତିଶଙ୍କ ରିର୍ଟନ ପରେ ମେଣ୍ଟ ଛାଡିଯାଇଥିବା ସାଥୀ ଦଳଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରୁଛି ଦଳ । ନିର୍ବାଚନ ବିଗୁଲ ବାଜି ପୂର୍ବରୁ କୌଣସି ମତେ ମେଣ୍ଟର ଶକ୍ତି ବୃଦ୍ଧି ଲକ୍ଷ୍ୟରେ ବିଜେପି ନେତୃତ୍ବ । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ, ଦଳର ଦୀର୍ଘ ମିଆଦୀ ଯୋଜନାର ସଫଳ ରୂପାୟନ ପାଇଁ ବିଜେପି ଏବେ ପୁରୁଣା ସହଯୋଗୀଙ୍କ ସହ ନୂଆ ସାଥୀ ଯୋଗାଡ ଉଦ୍ୟମ ଆରମ୍ଭ କରିଛି । ବିଜେପି ଏବେ ଦେଶର ସବୁ ରାଜନୈତିକ ଦଳଙ୍କ ଉପରେ ଆଖି ପକାଇଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ଏନଡିଏ ମେଣ୍ଟରେ ସାମିଲ ହେବ ଜୟନ୍ତ ଚୌଧୁରୀଙ୍କ ଆରଏଲଡି । ଏଥିପାଇଁ ଆରମ୍ଭିକ ଆଲୋଚନା ସରିଥିବା ବେଳେ, ବୁଝାମଣା ନେଇ ଆଉ କିଛି ପର୍ଯ୍ୟାୟ ଆଲୋଚନା ହୋଇପାରେ । ଯଦି ଏହା ହୁଏ ସମାଜବାଦୀ ପାର୍ଟି ତଥା ଅଖିଳେଶ ଯାଦବଙ୍କୁ ଲାଗିପାରେ ବଡ ଧରଣର ଝଟକା ।

ଅଧିକ ପଢନ୍ତୁ- NDA ସହ ମେଣ୍ଟ ଭାଙ୍ଗିଲା AIADMK, ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ତିକ୍ତତା

ସେହିପରି ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ବି ଏନଡିଏକୁ ଫେରାଇ ଆଣିବା ପାଇଁ ବିଜେପି ଉଦ୍ୟମ କରୁଛି । ଟିଡିପି ମୁଖ୍ୟ ମଧ୍ୟ ନିଜ ସ୍ଥିତି ଅବସ୍ଥିତି ଦେଖି ଏନଡିଏକୁ ଫେରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ । ଚଳିତ ସପ୍ତାହରେ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଭେଟଘାଟ ପରେ ଏନଡିଏ ମେଣ୍ଟକୁ ଟିଡିପି ଫେରିବାର ରାସ୍ତା ପରିସ୍କାର ହେବ ବୋଲି ଚର୍ଚ୍ଚା ହେଉଛି । ତେଲେଙ୍ଗାନାରେ ବିଜେପି ଆଶାଜନକ ଫଳ ନପାଇବା ପରେ ଏବେ ଆନ୍ଧ୍ର ଉପରେ ଦଳ ଆଖି ପକାଇଛି । ଦଳ ଟିଡିପିକୁ ସାଥୀ କରି ଦକ୍ଷିଣ ଭାରତୀୟ ରାଜ୍ୟରେ ସ୍ଥିତି ମଜଭୁତ ପାଇଁ ଲକ୍ଷ୍ୟ ରଖିଛି । ଯଦିଓ ରାଜ୍ୟରେ କ୍ଷମତାସୀନ ଜଗନମୋହନ ରେଡ୍ଡୀ ବିଜେପିକୁ ପ୍ରତ୍ୟେକ ପ୍ରସଙ୍ଗରେ ସମର୍ଥନ କରିଆସୁଛନ୍ତି, ତଥାପି ବିଜେପି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ଟିଡିପିକୁ ସାଥିରେ ଆଣିବାକୁ ଗୋଟିଚାଳନା କରୁଛି ।

ସେହିଭଳି ଏନଡିଏର ପୁରୁଣା ସହଯୋଗୀ ଥିବା ପଞ୍ଜାବର ଶିରୋମଣୀ ଅକାଳୀ ଦଳ ମଧ୍ୟ ଏନଡିଏକୁ ଫେରିପାରେ । ଏଥିପାଇଁ ଅକାଳୀ ଦଳ ସହ ମଧ୍ୟ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି । ରାଜ୍ୟର 13ଟି ଲୋକସଭା ଆସନରେ ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ ହେଉଛି । ବିଜେପି ମଧ୍ୟ ସବୁ କିଛି ଭୁଲି ଅକାଳୀ ଦଳକୁ ମେଣ୍ଟକୁ ଫେରାଇ ଆଣିବା ପାଇଁ ସଂକେତ ଦେଇଛି । ଶିରୋମଣୀ ଅକାଳୀ ଦଳ ବିଜେପିର ଏକ ପ୍ରମୁଖ ସହଯୋଗୀ ଦଳ ଥିଲା । ଅକାଳୀ ଦଳ ଦୀର୍ଘବର୍ଷ ଧରି ମେଣ୍ଟରେ ଥିଲା । ହେଲେ ବିବାଦୀୟ କେନ୍ଦ୍ର କୃଷି ଆଇନକୁ ବିରୋଧ କରି 2020ରେ ମେଣ୍ଟରୁ ବାହାରି ଯାଇଥିଲା ।

ଅଧିକ ପଢନ୍ତୁ- NDA ମେଣ୍ଟରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ

ଏହାବାଦ ବିଜେପି ତାଲିମନାଡୁ ଓ କେରଳରେ ମଧ୍ୟ ନୂଆ ସାଥୀ ସନ୍ଧାନରେ ଏବେ ଅଛି । ଉଭୟ ରାଜ୍ୟ ପାଇଁ ଦଳ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଏଆଇଏଡିଏମକେ ବିଜେପିର ପୁରୁଣା ସହଯୋଗୀ ଥିଲା ତାମିଲନାଡୁରେ । କିନ୍ତୁ ଗତ ବର୍ଷ ଏହି ସମ୍ପର୍କ ଶେଷ ହୋଇଛି । ଯଦିଓ ବିଜେପି ପୂର୍ବା ଅପେକ୍ଷା ରାଜ୍ୟରେ ଶକ୍ତିବୃଦ୍ଧି ସହ ସଂଗଠନକୁ ବିସ୍ତାର କରିପାରିଛି । ଏହାସତ୍ତ୍ବେ ନୂଆ ସହଯୋଗୀ ଖୋଜୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.