ETV Bharat / politics

ମୋ ପୁଅ ଯଦି ଅନ୍ୟ ଦଳକୁ ଯାଏ, ତଥାପି ମୋ ଭୋଟ କଂଗ୍ରେସକୁ ଦେବି: ସୁର ରାଉତରାୟ - Sura Routray will Vote For Congress - SURA ROUTRAY WILL VOTE FOR CONGRESS

Sura Routray's Reaction Over Manmath's Candidature: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ସୁର କିନ୍ତୁ କଂଗ୍ରେସକୁ ହିଁ ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ପଢନ୍ତୁ ପୁରା ଖବର

Sura Routray's Reaction
Sura Routray's Reaction
author img

By ETV Bharat Odisha Team

Published : Mar 25, 2024, 9:31 PM IST

Sura Routray's Reaction

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ସ୍ଥିତି ସେତିକି ରୋଚକ ହେଉଛି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ପ୍ରାର୍ଥୀତ୍ବକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ପାଇଲଟ ଚାକିରି ଛାଡି ରାଜନୀତିରେ ଯୋଗ ଦେବା ପୂର୍ବରୁ କଂଗ୍ରେସ ପକ୍ଷରୁ ନିଲମ୍ବନ ହୋଇଥିବା ଯୁବ ନେତା ତଥା ସୁରଙ୍କ ସାନ ପୁଅ ମନ୍ମଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମନ୍ମଥ ସୁରଙ୍କ ପଦାଙ୍କ ଅନୁସରଣ କରିବାକୁ ରାଜି ନୁହଁନ୍ତି ଯାହା ସୁରଙ୍କ ବୟାନରୁ ହି ସ୍ପଷ୍ଟ ଜଣାପଡୁଛି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ପାର୍ଥୀ ହେବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, "ଦୀର୍ଘ 10 ଦିନ ହେବ ପ୍ରଣବ ପ୍ରକାଶ ଦାସ, ଭି. କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାନ ପୁଅ ମନ୍ମଥ ସହ ଆଲୋଚନା କରୁଛନ୍ତି। ତାକୁ ଅଧିକ ଉତ୍ସାହିତ କରେଇ ଦେଇଛନ୍ତି। ମନ୍ମଥକୁ ସାଂସଦ ଅବା ବିଧାୟକ ଭାବରେ ଲଢ଼ିବାକୁ ଅଫର ଦେଇଛନ୍ତି ।"

"ବିଜେପି ମଧ୍ୟ ଜଟଣୀରୁ ବିଧାୟକ ପାର୍ଥି ହେବାକୁ ଅଫର ଦେଇଛି । ମୁଁ ଯେତେ ବୁଝେଇଲେ ବି ସିଏ ବୁଝୁନାହିଁ । କିନ୍ତୁ ମୁଁ ରାଜି ନୁହେଁ ମୋ ପୁଅ ଆଉ କେଉଁ ଦଳରୁ ପାର୍ଥି ହେଉ । କଂଗ୍ରେସ ଛାଡି ମନ୍ମଥ ଅନ୍ୟ ଦଳରେ ପାର୍ଥୀ ହେଲେ ମୁଁ ତା ପାଇଁ ପ୍ରଚାର କରିବି ନାହିଁ । ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ମୋ ଭୋଟ ବି ମୁଁ କଂଗ୍ରେସ ଦଳକୁ ହିଁ ଦେବି । ତେଣୁ ଶେଷ ପର୍ଯ୍ୟନ୍ତ ମୁଁ ମୋ ପୁଅକୁ ବୁଝେଇବି ସିଏ କଂଗ୍ରେସ ଦଳରୁ ଜଟଣୀରୁ ପାର୍ଥୀ ହେଉ, ତାକୁ ଜିତାଇବା ଦାୟିତ୍ୱ ମୋର" ବୋଲି କହିଛନ୍ତି ସୁରେଶ ରାଉତରାୟ ।

ଏହା ମଧ୍ୟ ପଢନ୍ତୁ...ପୁଅ ପାଇଁ ମତ ବଦଳାଇଲେ ସୁର: ହଜାର ହଜାର କର୍ମୀଙ୍କୁ ଡ଼ାକି କଲେ ଏକାଠି - Sura Changed His Statement

ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ବ ରାଜନୈତିକ କ୍ୟାରିଅର ଭିତରେ ସୁର କେବେ କଂଗ୍ରେସ ଛାଡିନାହାନ୍ତି। କିମ୍ବା କଂଗ୍ରେସର ବିରୋଧ ଆଚରଣ କରିନାହାନ୍ତି। କିନ୍ତୁ ସୁର ସବୁବେଳେ ଦମ୍ଭୋକ୍ତି ପ୍ରକାଶ କରନ୍ତି ମୁଁ ଓ ମୋ ପିଲାମାନେ କଂଗ୍ରେସରେ ରହିବୁ। ମୁଁ ମରିବା ଯାଏଁ କଂଗ୍ରେସରେ ଥିବି , ମୁଁ ମରିଗଲା ପରେ ମୋ ଉପରେ ଗୋଟିଏ କଂଗ୍ରେସ ପତାକା ପକାଇଦେବ ବୋଲି ସୁର କୁହନ୍ତି। ହେଲେ ଏଠି ବ୍ୟତିକ୍ରମ ଦେଖିବାଜୁ ମିଳିଛି। ବଡ଼ ପୁଅ ସିଦ୍ଧାର୍ଥ ବିଦେଶରୁ ଆସି କଂଗ୍ରେସରେ ସକ୍ରିୟ ରହିଛନ୍ତି। ହେଲେ ସାନ ପୁଅ ମନ୍ମଥ କଂଗ୍ରେସରୁ ଟିକେଟ ନେବେ ନାହିଁ ବରଂ ଅନ୍ୟ ଦଳରୁ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ସୁରଙ୍କ ପରିବାରରେ ଏଭଳି ଡ୍ରାମା ଆଗକୁ କେଉଁ ମୋଡ଼ ନେଉଛି ତାହା ପ୍ରାର୍ଥୀ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।ସୁରଙ୍କ ରାଜନୈତିକ ଲିଗାସୀକୁ ବଡ଼ ପୁଅ ସିଦ୍ଧାର୍ଥ ନା ସାନ ପୁଅ ମନ୍ମଥ ଆଗକୁ ନେଉଛନ୍ତି ତାହା ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.