ETV Bharat / politics

ରାଜନୀତିରୁ ସନ୍ୟାସ ନେବେ କି ଜୁଏଲ ଓରାମ ? କହିଲେ ଆଉ ନିର୍ବାଚନ ଲଢିବିନି - Jual Oram may not contest

author img

By ETV Bharat Odisha Team

Published : Aug 4, 2024, 9:47 PM IST

Jual Oram may not contest: ଆଗାମୀ ନିର୍ବାଚନ ଆଉ ଲଢିବେ ନାହିଁ ବୋଲି ସୂଚନା ଦେଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ । କିନ୍ତୁ ସେ ରାଜନୀତିରୁ ସନ୍ୟାସ ମଧ୍ୟ ନେବେ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Cabinet Minister Jual Oram
Cabinet Minister Jual Oram (ETV Bharat Odisha)

ଭୁବନେଶ୍ବର: ଆଉ ନିର୍ବାଚନ ଲଢ଼ିବେ ନାହିଁ ଜୁଏଲ । ପ୍ରତ୍ୟକ୍ଷ ରାଜନୀତିରୁ ଓହରିବେ ସେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ । ଜୁଏଲ ଓରାମ ଜଣେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ । ଖାଲି ଓଡିଶା ନୁହେଁ ସମଗ୍ର ଭାରତରେ ଆଦିବାସୀ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବେ ସୁପରିଚିତ । ଦୀର୍ଘ 3 ଦଶନ୍ଧି ଧରି ଓଡ଼ିଶା ରାଜନିତୀରେ ସକ୍ରିୟ ଥିବା ଏହି ହେଭିୱେଟ୍ ନେତା ଜଣଙ୍କ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି ।

'ମୁଁ ନିର୍ବାଚନ ଲଢ଼ିବେ ନାହିଁ':

ଆଜି ଭୁବନେଶ୍ୱରରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଜୁଏଲ ଓରାମ କହିଛନ୍ତି," ଆଗରୁ କହିଥିଲି ,ଆଉ ଆଜି ବି କହୁଛି ସିଧାସଳଖ ଆଉ ନିର୍ବାଚନ ଲଢ଼ିବି ନାହିଁ । ସନ୍ୟାସ ନେବି ନାହିଁ, ରାଜନୀତିରେ ରହିବି ହେଲେ ସକ୍ରିୟ ରାଜନୀତିରେ ରହିବି ନାହିଁ ।"

ଜୁଏଲଙ୍କ ରାଜନୈତିକ କ୍ୟାରିୟର:

1989ରେ ଜୁଏଲ ଓରାମ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ସେ ବଣାଇ ନିର୍ବାଚନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚିତ ହୋଇଥିଲେ । 1997ରେ ଜୁଏଲ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପରେ 1998ରେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ଜୁଏଲ ନିର୍ବାଚିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱରେ ଅଭିଷିକ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ବିଜେପିର ଆକ୍ସନ ପ୍ଲାନ: ରାଜ୍ୟରେ ଲାଗୁ ହେବ ପେଶା ଆଇନ, ମନ୍ତ୍ରୀ କହିଲେ ଆଦିବାସୀ ଗ୍ରହଣ କରିବେନି ଅନ୍ୟ ଧର୍ମ - PESA Act To Be Implement

ସୁନ୍ଦରଗଡର ଟାଣୁଆ ନେତା ଜୁଏଲ:

ପୁନର୍ବାର 2004ରେ ଜୁଏଲ ଓରାମ ଓଡିଶା ରାଜ୍ୟ ବିଜେପିର ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପୁଣି 2004ରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । 2006 ରୁ 2009 ପର୍ଯ୍ୟନ୍ତ ଜୁଏଲ ବିଜେପିର ଜାତୀୟ ଉପସଭାପତି ଦାୟିତ୍ୱରେ ରହିଲେ । 2014 ଲୋକସଭା ନିର୍ବାଚନରେ ଜୁଏଲ ବିଜେଡି ପ୍ରତିପକ୍ଷ ଦିଲ୍ଲୀପ ତିର୍କୀଙ୍କୁ ହରାଇ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ । 2024ରେ ଜୁଏଲ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ଜିତି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.