ETV Bharat / politics

୫ବର୍ଷର ହିସାବ ଦେଲେ ସୁନ୍ଦରଗଡ଼ ବିଧାୟିକା, ପୁଣି ଜନତାଙ୍କ ଆସ୍ଥା ଭାଜନ ଆଶାରେ କୁସୁମ - Kusum Tete Presents Report Card - KUSUM TETE PRESENTS REPORT CARD

Kusum Tete Presents Report Card: ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ 5 ବର୍ଷର ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । କରିଥିବା ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ସେ ପୁଣି ଜନତାଙ୍କ ଆସ୍ଥା ଭାଜନ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

Kusum Tete Presents Report Card
Kusum Tete Presents Report Card
author img

By ETV Bharat Odisha Team

Published : Apr 20, 2024, 3:46 PM IST

Kusum Tete Presents Report Card

ରାଉରକେଲା/ସୁନ୍ଦରଗଡ଼: ନିଜ 5 ବର୍ଷର ରିପୋର୍ଟ କାର୍ଡ ଦେଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ଼ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁସୁମ ଟେଟେ 5 ବର୍ଷର ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତାଙ୍କ କାର୍ଯ୍ୟକାଳର ସଫଳତା ଏବଂ ବିଫଳତା ଉପରେ ଆଲୋକପାତ କରିଛନ୍ତି । କୋଭିଡ ମହାମାରୀ ଯୋଗୁ ପ୍ରଥମ ଦୁଇ ବର୍ଷ ପାଇଁ ବିଧାୟକ ପାଣ୍ଠି ଅଟକି ଯାଇଥିବା ସତ୍ତ୍ୱେ ବାଧାବିଘ୍ନକୁ ସ୍ୱୀକାର କରି ଲୋକଙ୍କ ପାଇଁ କାର୍ଯ୍ୟ କରିଥିବା କହିଛନ୍ତି କୁସୁମ ଟେଟେ । ତେବେ କୁସୁମ ଟେଟେ ମିଡିଆକୁ କହିଛନ୍ତି, "ମହାମାରୀର ସମୟରେ ବନବାସୀ କଲ୍ୟାଣ ଆଶ୍ରମ ମେଡିକାଲ କଲେଜ ବାହାରେ ରୋଗୀ ଏବଂ ସେମାନଙ୍କ ପରିବାରକୁ ଖାଦ୍ୟ ବଣ୍ଟନ କରିଥିଲୁ । ରିଲିଫ୍ ପ୍ରଦାନ ସହ ଆବଶ୍ୟକ ସହାୟତା ପ୍ରଦାନ କରିଛୁ ।"

ସେ ଆହୁରି କହିଛନ୍ତି, "ଗ୍ରାମ ଏବଂ ବସ୍ତିରେ ଥିବା ଆର୍ଥିକ ଅନଗ୍ରସର ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ କିଭଳି ପହଞ୍ଚିବ, ଯାହାଦ୍ୱାରା ଅସହାୟ ଲୋକମାନଙ୍କର ଆବଶ୍ୟକତା ତୁରନ୍ତ ପୂରଣ ହୋଇପାରିବ ସେନେଇ କାର୍ଯ୍ୟ କରାଯାଇଥିଲା । ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରାଯାଇଛି । ହେମଗିରି ଅଞ୍ଚଳରେ ଯୋଗାଯୋଗ ଆବଶ୍ୟକତାକୁ ପୂରଣ କରି ବାଲିଙ୍ଗା- ତପରିଆ ରାସ୍ତା ନିର୍ମାଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି । ଏହାବ୍ୟତୀତ ପ୍ରତିଛକରେ ହାଇ ମାଷ୍ଟ ଲାଇଟ୍ ଲଗାଯାଇଛି । ଏହସହ କମ୍ୟୁନିଟି ସେଣ୍ଟର, 250 ଟି ଗୋଷ୍ଠୀ କେନ୍ଦ୍ର ଏବଂ 190 ଟି ଖୋଲା ମଣ୍ଡପ, ତସଲାଡିହିରେ ଏକ ମିନି ଷ୍ଟାଡିୟମ ପ୍ରତିଷ୍ଠା ସହିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ହୋଇଛି । ସରକାରୀ କଲେଜର ନବୀକରଣ, ମନ୍ଦିରର ନବୀକରଣ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ସହ ଜନତାଙ୍କ ଆବଶ୍ୟକତାକୁ ପୂରଣ କରିଛୁ ।"

ଏହା ବି ପଢନ୍ତୁ...ସୁନ୍ଦରଗଡ଼ରେ ବିଧାୟିକାଙ୍କୁ ରିପିଟ୍ କଲା ବିଜେପି; କଂଗ୍ରେସ ଭରସାରେ ବି ନାରୀ ଶକ୍ତି, ମହିଳା କାର୍ଡ ଖେଳିବ କି ବିଜେଡି ? - SUNDARGARH ASSEMBLY CONSTITUENCY

ସୂଚନା ଅନୁସାରେ, କୁସୁମ ଟେଟେଙ୍କ କାର୍ଯ୍ୟକାଳ ସମୟରେ ଏହି ଅଞ୍ଚଳରେ ବହୁ ପ୍ରତୀକ୍ଷିତ ବ୍ୟାରେଜ ନିର୍ମାଣ ହୋଇଛି । ଇବ ନଦୀରୁ ଜଳସେଚନ ଏବଂ ଜଳ ପରିଚାଳନାକୁ ବୃଦ୍ଧି କରାଯାଇଛି । ଗମନାଗମନ ଏବଂ ପରିବହନ ପାଇଁ ମଧ୍ୟ ଭିତ୍ତିଭୂମି ସମ୍ପ୍ରସାରଣ କରାଯାଇଛି । ସବଡେଗା- ଝାରସୁଗୁଡା ମଧ୍ୟରେ ଯାତ୍ରୀବାହୀ ରେଳ ଲାଇନର ଉଦଘାଟନ ହୋଇଛି । ଯାହାକି ଏହି ଅଞ୍ଚଳର ଯୋଗାୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ଟେଟେ ପୁନର୍ବାର ନିର୍ବାଚନ ମଇଦାନରେ ପ୍ରସ୍ତୁତି ଚଳାଇଛନ୍ତି। ସେ ପୁଣି ଥରେ ଭୋଟରଙ୍କ ବିଶ୍ୱାସ ଏବଂ ସମର୍ଥନ ହାସଲ କରିବା ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି।

ଇଟିଭି ଭାରତ, ରାଉରକେଲା/ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.