ETV Bharat / politics

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି: ଗୋଲକ ମହାପାତ୍ର - GENERAL ELECTION 2024

author img

By ETV Bharat Odisha Team

Published : Mar 31, 2024, 7:36 PM IST

BJP Strategy For Odisha Election: ଗତକାଲି ରାଜ୍ୟ ବିଜେପିର ବସିଥିଲା ନିର୍ବାଚନୀ ପରିଚାଳନା ବୈଠକ । ୨୦୨୪ ନିର୍ବାଚନରେ ଦଳ କିଭଳି ଲଢେଇ କରିବ ଏବଂ ବିଜେପିର ପ୍ରଚାର ଷ୍ଟ୍ରାଟେଜି କଣ ରହିବ ତାକୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି: ଗୋଲକ ମହାପାତ୍ର

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେଡି ବିରୋଧରେ ଲୋକଙ୍କ ନିକଟକୁ ଯିବ ବିଜେପି । ସେଥିପାଇଁ ଗତକାଲି ବିଜେପିର ନିର୍ବାଚନ ପରିଚାଳନା ବୈଠକ ବସିଥିଲା । ଏ ସମ୍ପର୍କରେ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡିଶାରେ କଣ୍ଢେଇ ନାଚ ଆରମ୍ଭ କରି ଲୁଟିବା କାମ ଆରମ୍ଭ କରାଯାଇଛି । ବାବୁମାନେ 'ନାଚ ମେରୀ ବୁଲବୁଲ' ନାଚ ନଚେଇ ପଇସା ନେଇ ତାମିଲନାଡୁ ପଳାଉଛନ୍ତି ତାହାର ପର୍ଦ୍ଦାଫାସ କରିବ ରାଜ୍ୟ ବିଜେପି । ଓଡ଼ିଆର ଅସ୍ମିତାକୁ ନେଇ ବିଜେପି ଲଢେଇ କରିବ ।

ଅଣଓଡ଼ିଆ ବାବୁ ଓଡ଼ିଆ ଭାଷାକୁ ପଦ ଏବଂ ଓଡ଼ିଆକୁ ଅପମାନିତ କରିଛନ୍ତି ତାହା ଲୋକଙ୍କ ପାଖକୁ ନେଇକି ଯିବ ବିଜେପି । ବହୁତ ଜଲଦି 21 ଲୋକସଭା ମଣ୍ଡଳୀରେ ପ୍ରଧାନମନ୍ତ୍ରୀ, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ନେଇ ବଡ଼ ବଡ଼ ସଭା ହେବ । ସେହିପରି 147 ବିଧାନସଭାରେ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ନେଇ ସଭା ହେବ । ମୋଦିଙ୍କ ଯୋଜନାକୁ ବାଟ ମାରଣା କରୁଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ... 3 ଲୋକସଭା ପ୍ରାର୍ଥୀ ଦେଲା BJP: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ ଓ ଯାଜପୁରରୁ ରବୀନ୍ଦ୍ର - BJP Releases Candidates

ଏହାକୁ ଲୋକମାନଙ୍କ ସାମ୍ନାକୁ ଆଣିବ ବିଜେପି । ବିଜେପି ଚାର୍ଜ ସିଟରେ ବିଭିନ୍ନ ମୁଦ୍ଦା ରହିବ ଯଥା, ଯୁବବର୍ଗ ଅବହେଳିତ ହୋଇ ଦାଦନ ଖଟିବାକୁ ଲୋକ ବାହାରକୁ ଯାଉଛନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ସ୍ବାସ୍ଥ୍ୟର ଅବ୍ୟବସ୍ଥା ଆଦି । ଏହା ସହିତ ସଭା ସହ ନାଟକ ମାଧ୍ୟମରେ ଲୋକଙ୍କୁ ଜଣାଯିବ । ବିଜୁ ଜନତା ଦଳର ଲମ୍ବା ଶାସନରେ ଓଡିଶାବାସୀ ହନ୍ତସନ୍ତ ହୋଇସାରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଲିପ୍ତ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ କାରଣରୁ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି । ଓଡିଶାବାସୀଙ୍କୁ ମୋଦି ଗ୍ୟାରେଣ୍ଟିରୁ ବଞ୍ଚିତ ରଖାଯାଇଛି । ଦୀର୍ଘ ବର୍ଷର ଶାସନରେ ଓଡିଶାବାସୀଙ୍କ ସହ ପ୍ରତାରଣା କରିଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ଲମ୍ବା ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।

ଶାସକ ବିଜେଡି ସରକାର ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ଅବଗତ କରାଯିବ । ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ବିଜେପିର ବସିଥିଲା ନିର୍ବାଚନୀ ପରିଚାଳନା ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ବିଜେପିର କୋର ଟିମ ବୈଠକରେ ଉପସ୍ଥିତ ଥିଲେ । ୨୦୨୪ ନିର୍ବାଚନରେ ଦଳ କିଭଳି ଲଢେଇ କରିବ ଏବଂ ବିଜେପିର ପ୍ରଚାର ଷ୍ଟ୍ରାଟେଜି କଣ ରହିବ, ଗ୍ରାଉଣ୍ଡର ବିଜେପିର ରଣନୀତି କିଭଳି କାର୍ଯ୍ୟକାରୀ ହେବ । ତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.