ETV Bharat / politics

କୁଟ୍ଟେ ଓ ଆଶିଷଙ୍କ ଡେପ୍ୟୁଟେସନ: ବିଜେପିକୁ ବିଜୟଙ୍କ ଟାର୍ଗେଟ୍, 'ଦିଲ୍ଲୀ ଯିବାକୁ ହୋଇଛି ଡିଲ୍' - BIJOY TARGETS BJP

ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂ ସେଣ୍ଟ୍ରାଲ ଡେପ୍ୟୁଟେସନ ପ୍ରସଙ୍ଗ । ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା କହି ବିଜେପିକୁ ବରିଷ୍ଠ ନେତା ବିଜୟଙ୍କ ଟାର୍ଗେଟ୍ ।

Bijoy Targets BJP Over IPS Officer Deputation
Bijoy Targets BJP Over IPS Officer Deputation (ETV Bharat Odisha)
author img

By ETV Bharat Odisha Team

Published : Dec 13, 2024, 8:18 PM IST

ଭୁବନେଶ୍ବର: ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂ ସେଣ୍ଟ୍ରାଲ ଡେପ୍ୟୁଟେସନରେ ଯିବା ନେଇ ଉଠିଛି ପ୍ରଶ୍ନ । ଉଭୟଙ୍କୁ ଡେପ୍ୟୁଟେସନରେ ପଠେଇବା ପଛରେ ଡିଲ ହୋଇଥିବା ସନ୍ଦେହ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ବିଭିନ୍ନ ଅଭିଯୋଗ ଥିବା ସତ୍ତ୍ୱେ ଉଭୟ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ପାଇଁ ଅନୁମତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବିଜୟ ।

ବିଜେପି ସରକାରକୁ ବିଜୟଙ୍କ ଟାର୍ଗେଟ୍:

Bijoy Targets BJP Over IPS Officer Deputation (ETV Bharat Odisha)

ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, "ଡିସେମ୍ବର 12ରେ ମୋହନ ସରକାରଙ୍କୁ 6 ମାସ ପୂରିଛି । ବର୍ଷକରେ ସରକାରଙ୍କ କାର୍ଯ୍ୟକଳାପକୁ ଦୁଇ ଥର ଆକଳନ କରାଯାଇଥାଏ । ପୂର୍ଣ୍ଣାଙ୍ଗ ଆକଳନ ହୋଇନପାରିଲେ ମଧ୍ୟ କିଞ୍ଚିତ ଜଣାପଡୁଛି । ସେଥିରୁ ଯେକୌଣସି ଲୋକ ହତାଶ ସହ ବିଚଳିତ ହେବ । ଓଡି଼ଶାର ଦୁଇ ଜଣ ଆଇପିଏସ ଅଧିକାରୀ ଡିଏସ କୁଟେ ଏବଂ ଆଶିଷ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଥିଲା । ସେହି ଦୁଇ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପ୍ୟୁଟେସନକୁ ପଠେଇ ଦେଇଛନ୍ତି ରାଜ୍ୟ ସରକାର । ଉଭୟ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ରାଜ୍ୟ ସରକାର ଚାର୍ଜସିଟ କଲେ ନାହିଁ ।"

ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଡେପ୍ୟୁଟେସନ ପ୍ରସଙ୍ଗ:

ବିଜୟ ଆହୁରି ମଧ୍ୟ କହିଛନ୍ତି, "ଅଲ ଇଣ୍ଡିଆ ସର୍ଭିସ ନିୟମ ଅନୁସାରେ କେନ୍ଦ୍ରୀୟ ଡେପ୍ୟୁଟେସନରେ ନେବା ପାଇଁ ଆଇଏଏସ ଓ ଆଇପିଏସଙ୍କ ଲାଗି ଅଫର ଲେଟର ମାଗିଥିଲେ । ରାଜ୍ୟ ସରକାର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ନାଁ ସୁପାରିଶ କରିଥିଲେ । ବିରୋଧୀ ଦଳରେ ଥିବାବେଳେ ବିଜେପି ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ସରକାରକୁ ଆସିବା ପରେ ତାଙ୍କ ବିରୋଧରେ ଚାର୍ଜସିଟ କଲେନାହିଁ । ନିର୍ବାଚନ ସମୟରେ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ଥିବା ପ୍ରକାଶ ଜଗଦ୍ଦେବଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଜେଲରେ ଭରିଥିବା ଅଧିକାରୀଙ୍କୁ କେନ୍ଦ୍ରକୁ ପଠାଗଲା । ପ୍ରମାଣ ଥିବା ସତ୍ତ୍ୱେ ଉକ୍ତ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ କିମ୍ବା ତଦନ୍ତକାରୀ ଅଧିକାରୀ ନିଯୁକ୍ତି ହେଲେ ନାହିଁ । ଏଭଳି ଘଟଣା ଓଡି଼ଶାରେ ପ୍ରଥମ ଥର ହୋଇଛି । ଦୁଇ ଅଧିକାରୀ ନିର୍ଦ୍ଦୋଷ ବୋଲି ସରକାର ପ୍ରମାଣ କରିଦେଲେ ।"

'ଯାହା କହିଥିଲେ ବୀପରିତ କଲେ'
ସେ ଏହା ମଧ୍ୟ କହିଛନ୍ତି, "ଆଇପିଏସ ଆଶିଷ ସିଂଙ୍କ ବିରୋଧରେ ଥିବା ଅଭିଯୋଗ ଗୁରୁତର ନହେଲେ ମଧ୍ୟ ଡିଏସ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ ସଂଗୀନ । ବିରୋଧୀ ଦଳରେ ଥିବାବେଳେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । ସରକାରକୁ ଆସିଲେ କଠୋର ହେବୁ ବୋଲି ମଧ୍ୟ କହିଥିଲେ । ଯାହା କହିଥିଲେ, ସରକାରକୁ ଆସିବା ପରେ ବିପରୀତ କାର୍ଯ୍ୟ କରିଛନ୍ତି । ସରକାର କେମିତି ଚାଲିଛି, ଏଥିରୁ ଅନୁମାନ କରାଯାଉଛି । ସମସ୍ତଙ୍କ ବିରୋଧରେ ତଦନ୍ତ ଚାଲୁଛି ବୋଲି କହୁଛନ୍ତି, କିନ୍ତୁ ତଦନ୍ତ ରିପୋର୍ଟ ଆସୁନାହିଁ । କିମ୍ବା କାହା ବିରୋଧରେ ଆକ୍ସନ ହେଉନାହିଁ। ତଦନ୍ତ କୁଆଡେ ଯାଉଛି ଜଣାପଡୁନାହିଁ । ଅଭିଯୋଗ ନୁହେଁ ମୁଁ ସରକାରଙ୍କୁ ମୂଲ୍ୟାୟନ କରୁଛି ।"

'ନେତା ଫସିଗଲେ, ଅଫିସର ପୁରସ୍କୃତ'
"ଉଭୟ ଅଧିକାରୀଙ୍କୁ ଦିଲ୍ଲୀ ଛାଡିବା ଘଟଣା ପଛରେ ଡିଲ ହୋଇଛି ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଅନେକ ଅଧିକାରୀ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯାଇଛନ୍ତି । ଅନେକ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇଛି । ଏହି ଅଧିକାରୀଙ୍କ ଦ୍ଵାରା ଅଧିକ ନିର୍ଯାତନା ବିଜେପି ନେତା ପାଇଛନ୍ତି । କିନ୍ତୁ ତାଙ୍କୁ ପୁରସ୍କୃତ କଲେ । ନେତା ଫସିଗଲେ, ଅଫିସର ପୁରସ୍କୃତ ହୋଇଛନ୍ତି । ଆଇପିଏସ ଡିଏସ କୁଟ୍ଟେଙ୍କ ବିରୋଧରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭିଯୋଗ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଅଭିଯୋଗ ଦାଖଲ କରିଥିଲେ । କୁଟ୍ଟେଙ୍କ ବିରୋଧରେ ଟେଲିଫୋନ ରେକର୍ଡ ଥିଲା । ଆଇନରେ ଥିବା ମୌଳିକ ଆବଶ୍ୟକତା କରାଯାଇନାହିଁ । ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି । କାରଣ ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ହୋଇଛି" ବୋଲି କହିଛନ୍ତି ବିଜୟ ।

କୁଟ୍ଟେ ଓ ଆଶିଷଙ୍କ ନାଁରେ ପୂର୍ବରୁ ଅଭିଯୋଗ କରୁଥିଲା ବିଜେପି:
ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯାଇଛନ୍ତି । କୁଟ୍ଟେଙ୍କୁ ବର୍ଡର ସିକ୍ୟୁରିଟି ଫୋର୍ସ ବା ବିଏସଏଫ ଆଇଜି ଓ ଆଶିଷ ସିଂଙ୍କୁ ଅର୍ଦ୍ଧ ସାମରିକ ବାହିନୀ ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ବା ଆଇଟିବିପିରେ ଆଇଜି ଭାବେ ନିଯୁକ୍ତି ମିଳିଛି । ଗତ 6 ତାରିଖରେ ଏନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟଙ୍କୁ ତୁରନ୍ତ ରିଲିଭ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଥିଲା । ଉଭୟ ଆଇପିଏସ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସଡି ଭାବେ ବର୍ତ୍ତମାନ କାର୍ଯ୍ୟ କରୁଥିଲେ । ପୂର୍ବ ସରକାରରେ ଉଭୟ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।

ଏହା ବି ପଢନ୍ତୁ...ହଟିଲା ନିଲମ୍ବନ; ଗୃହ ବିଭାଗର ଓଏସ୍‌ଡି ହେଲେ IPS ଡିଏସ୍‌ କୁଟ୍ଟେ ଓ ରବିକାନ୍ତ - Suspension of IPS DS Kutey Revoked
ଏହା ବି ପଢନ୍ତୁ...୨ IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ ? ଆଶିଷ ସିଂ ଓ ଡିଏସ କୁଟେଙ୍କୁ ଆସିଲା ନିର୍ଦ୍ଦେଶ; ଜାଣନ୍ତୁ କଣ ରହିଛି ସଙ୍ଗୀନ ଅଭିଯୋଗ - IPS officers Ashish Singh DS Kutey

ଶେଷ ପର୍ଯ୍ୟାୟ ନିର୍ବାଚନର 3 ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୁପାରିଶକ୍ରମେ ଉଭୟ ଅଧିକାରୀଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟ ବାଜିଥିଲା । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ପାଇଁ ଗତ ମେ 28 ତାରିଖରେ ନିର୍ବାଚନ କମିଶନ କୁଟ୍ଟେଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଆଶିଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ 24ରେ କୁଟ୍ଟେ ଏବଂ ଆଶିଷଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରିଥିଲେ ମୋହନ ସରକାର । ଜବାବ ରଖିବାକୁ ଉଭୟଙ୍କୁ 30 ଦିନ ସମୟ ଦିଆଯାଇଥିଲା । ମାତ୍ର ଉଭୟଙ୍କ ଜବାବ ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.