ETV Bharat / politics

ଚଳିତ ବଜେଟରେ ପ୍ରତିଫଳିତ ହେବ ଆଗାମୀ 5 ବର୍ଷ ଲାଗି ନୂଆ ସରକାରର ଆଭିମୁଖ୍ୟ - Reaction Over new government Budget

author img

By ETV Bharat Odisha Team

Published : Jun 28, 2024, 11:35 AM IST

Reaction Over Budget 2024-25: କେତେ ଲୋକାଭିମୁଖୀ ହେବ ମୋହନ ସରକାରଙ୍କ ୨୦୨୪-୨୫ ବଜେଟ ? ବଜେଟ ନେଇ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ । ନଜର ପକାନ୍ତୁ..

Reaction Over Budget 2024-25
Reaction Over Budget 2024-25 (ETV Bharat Odisha)

Reaction Over new government Budget: ଭୁବନେଶ୍ୱର: ଖୁବଶୀଘ୍ର ମୋହନ ସରକାର 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି । ଲୋକାଭିମୁଖୀ ବଜେଟ ଆସିବ ବୋଲି ନୂଆ ସରକାରଙ୍କ ପକ୍ଷରୁ କୁହାଯାଇଛି । ବଜେଟରେ କେଉଁ କେଉଁ ଦିଗ ଉପରେ ନୂଆ ସରକାର ଗୁରୁତ୍ୱ ଦେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକଳ୍ପ ପତ୍ର ଅନୁସାରେ ନୂଆ ସରକାରଙ୍କୁ ବଜେଟ ଆଣିବାକୁ ପଡ଼ିବ ବୋଲି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି । ଚଳିତ ବଜେଟରେ ଆଗାମୀ 5 ବର୍ଷ ଲାଗି ନୂଆ ସରକାରର ଆଭିମୁଖ୍ୟ ପ୍ରତିଫଳିତ ହେବ ବୋଲି କହିଛନ୍ତି ଆର୍ଥିକ ସମୀକ୍ଷକ ଦିଲ୍ଲୀପ ବିଶୋଇ । ସେହିପରି ସୁଭଦ୍ରା, ଏମଏସପି 3100 ଟଙ୍କା ଓ ଭତ୍ତା ବୃଦ୍ଧି ଲାଗି ଅର୍ଥ କେଉଁ ସ୍ରୋତରୁ ଆଣୁଛନ୍ତି ନଜର ଦେବାକୁ ପଡିବ ବୋଲି କହିଛନ୍ତି ସାମ୍ବାଦିକ ଅକ୍ଷୟ ସାହୁ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଲୋକାଭିମୁଖୀ ବଜେଟ ହେବ ବୋଲି ନୂଆ ସରକାର କହିଛନ୍ତି । ସାଧାରଣତଃ ଯେଉଁ ସରକାର ଆସନ୍ତି ଲୋକାଭିମୁଖୀ ବଜେଟ କରନ୍ତି । ଏଭଳି ବଜେଟ କରିବା ସ୍ୱାଭାବିକ କଥା । ବିରୋଧୀ ଏହାକୁ ଜନ ବିରୋଧୀ ବୋଲି ନିଶ୍ଚୟ କହିବେ । ବିଜେପି ଦେଇଥିବା ସଂକଳ୍ପ ପତ୍ର କାର୍ଯ୍ୟକାରୀ କରିବାକୁ ବାଧ୍ୟ । ପୂର୍ବ ସରକାରରେ ଥିବା କାର୍ଯ୍ୟକ୍ରମ ଓ ଯୋଜନା ଅବ୍ୟାହତ ରହୁଛି ନା ନାହିଁ ତାହା ଦେଖିବାକୁ ମିଳିବ । ଉଭୟକୁ ମିଶାଇଲେ ଲୋକଙ୍କ ଲାଭ ଓ ମଙ୍ଗଳ କେତେ, ଓଡିଶାର ଆର୍ଥିକ ବିକାଶରେ କେତେ ସାହାଯ୍ୟ, ନିଯୁକ୍ତି କେତେ ମିଳିବ ତାହା ଦେଖିବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ.. ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଲା ବାଟ ! ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ODISHA Student Union Election

ଆର୍ଥିକ ସମୀକ୍ଷକ ଦିଲ୍ଲୀପ ବିଶୋଇ କହିଛନ୍ତି ଯେ, ବିଜେପି ଲୋକଙ୍କୁ କେତେ ଗୁଡିଏ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି । ନୂଆ ସରକାର ସେହି ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରିବ । ଯାହା ବଜେଟରେ ପ୍ରତିଫଳିତ ହେବ । ଦୁଇଟି ପ୍ରତିଶ୍ରୁତି ଗୁରୁତ୍ୱପୂର୍ଣ୍ଣ । ଗୋଟେ ହେଉଛି ସୁଭଦ୍ରା ଯୋଜନାରେ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର । ଅନ୍ୟଟି ହେଉଛି ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା । କେନ୍ଦ୍ର ସରକାର 2300 ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର କ୍ୱିଣ୍ଟାଲକୁ 800 ଟଙ୍କା ବୋନସ ଆକାରରେ ଦେବାକୁ ପଡିବ । ଦୁଇଟି ପ୍ରତିଶ୍ରୁତି ପୂରଣ କରିବା ଲାଗି ପ୍ରାୟ 2 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ ହେଉଛି । ବଜେଟରେ ରାଜ୍ୟ ସରକାରଙ୍କୁ ପ୍ରାବଧାନ କରିବାକୁ ପଡିବ ।

'ପୂର୍ବ ସରକାର ଫେବୃଆରୀ ମାସରେ ଏକ କାମଚଳା ବଜେଟ ଆଗତ କରିଥିଲେ । ଯେଉଁଥିରେ ସେମାନେ 4 ମାସ ଲାଗି ଆର୍ଥିକ ବ୍ୟବସ୍ଥା କରିଥିଲେ । କାମଚଳା ବଜେଟ ଆଗତ ପୂର୍ବରୁ ବର୍ଷକର ଆକଳନ କରାଯାଏ । କାମଚଳା ବଜେଟରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ଓ କେଉଁ ସୂତ୍ରରୁ ଅର୍ଥ ଆସିବ ସୂଚନା ମିଳୁଛି । ଏହା ସହ ଆଗାମୀ 5 ବର୍ଷ ଲାଗି ନୂଆ ସରକାରର ଆଭିମୁଖ୍ୟ କଣ ରହିବ ତାହା ପ୍ରତିଫଳିତ ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଓ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବଜେଟ ଉପସ୍ଥାପନରୁ ଏହା ସ୍ପଷ୍ଟ ହେବ ।'

ସେହିପରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ଯେ, ବଜେଟ ଲାଗି ନୂଆ ସରକାର ପ୍ରସ୍ତାବ ମାଗିଛନ୍ତି । ଲୋକଙ୍କ ପ୍ରସ୍ତାବ ଓ ଦାବିକୁ ସରକାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବାକୁ ପଡିବ । ବଜେଟରେ ସରକାରଙ୍କୁ 3ଟି ଜିନିଷ ବ୍ୟବସ୍ଥା କରିବାକୁ ପଡିବ । ସୁଭଦ୍ରା ଯୋଜନା ପ୍ରଣୟନ କରୁଛନ୍ତି ନା ନାହିଁ, ଏମଏସପି ଲାଗି କେତେ ଅର୍ଥ ବରାଦ କରୁଛନ୍ତି ନାଁ ନାହିଁ ଦେଖିବାକୁ ପଡିବ । ସେହିପରି ବର୍ଦ୍ଧକ୍ୟ ଭତ୍ତା କେତେ ବଢ଼ାଇବେ ଦେଖିବାକୁ ପଡିବ । ଏହି ତିନି ଯୋଜନା ଲାଗି ବ୍ୟାପକ ଅର୍ଥ ବ୍ୟବସ୍ଥା କରିବାକୁ ପଡିବ । କେନ୍ଦ୍ର ସରକାର କେତେ ଅର୍ଥ ସହଯୋଗ କରୁଛନ୍ତି ତାହା ଉପରେ ନଜର ରହିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.