ETV Bharat / politics

ଦୂର ହେଉଛି ବଡ଼ଚଣା ଟେନସନ; ଶଙ୍ଖ ଭବନରେ ବସିଲା ସମନ୍ବୟ ବୈଠକ - BJD Badachana Tension

author img

By ETV Bharat Odisha Team

Published : Apr 23, 2024, 10:41 PM IST

BJD Badachana Tension: ବଡ଼ଚଣାରେ ବରିଷ୍ଠ ନେତା ଅମର ଶତପଥିଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବଢ଼ିଥିଲା ଟେନସନ୍‌ । ହେଲେ ଏହାର ସମାଧାନ ପାଇଁ ଆଜି ଶଙ୍ଖ ଭବନରେ ଦ୍ବିତୀୟ ସମନ୍ବୟ ବୈଠକ ବସିଥିଲା । ଅଧିକ ପଢ଼ନ୍ତୁ

BJD Badachana Tension
BJD Badachana Tension
BJD Badachana Tension

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ୨୧ ଲୋକସଭା ଓ ୧୪୧ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଟିକେଟ କଟିଥିବା ବିଧାୟକ ଓ ନିରାଶ ହୋଇଥିବା ନେତାଙ୍କ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ପ୍ରଶମିତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଟିକେଟ କଟିଥିବା ନେତାଙ୍କୁ ଡାକି ବୁଝାସୁଝା କରୁଛି ଦଳ । ଏହି କ୍ରମରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଦଳ ଏକତ୍ରିତ ହୋଇ ନିର୍ବାଚନ ଲଢ଼ି ବିଜୟ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

BJD Badachana Tension
BJD Badachana Tension

ବିଜୁ ଜନତା ଦଳ ପକ୍ଷରୁ ବଡ଼ଚଣା ଆସନ ଲାଗି ଟିକେଟ ଘୋଷଣା ହୋଇଥିଲା । ଦଳ ସେଠାରେ ଅଭିଜ୍ଞ ଅମର ଶତପଥୀଙ୍କ ଟିକେଟ କାଟିଛି । ଅମରଙ୍କ ସହ ଏକାଧିକ ଆଶାୟୀଙ୍କୁ ନିରାଶ କରିଛନ୍ତି ବିଜେଡି ସଭାପତି । କିଛିଦିନ ପୂର୍ବରୁ ଦଳରେ ମିଶିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଏଠାରୁ ଟିକେଟ ଦେଇଛି । ଏହାକୁ ନେଇ ବିଦ୍ରୋହ ଦେଖିବାକୁ ମିଳିଛି । ବିଦ୍ରୋହ ପ୍ରଶମିତ କରିବା ଲାଗି ଦଳ ପକ୍ଷରୁ ଆଜି ଦ୍ଵିତୀୟ ସମନ୍ବୟ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ଯାଜପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବୈଠକ ହୋଇଛି । ବୈଠକରେ ନିର୍ବାଚନ ମଣ୍ଡଳୀର ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯାଜପୁର ସଂସଦୀୟ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ବଡ଼ଚଣା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ । ବଡ଼ଚଣା ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଉପସ୍ଥିତ ଥିଲେ । କିନ୍ତୁ ବିଧାୟକ ଅନୁପସ୍ଥିତ ଥିଲେ ।

BJD Badachana Tension
BJD Badachana Tension

ବୈଠକ ପରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "ଯାଜପୁରର ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ, ବଡ଼ଚଣାର ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଦଳର ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଅରବିନ୍ଦ ସାମଲଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଛି । ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଦଣ୍ଡଧର ଲେଙ୍କା, ପଞ୍ଚାୟତ ସମିତି ଅଧ୍ୟକ୍ଷ ମିନତୀ ହରିଚନ୍ଦନ, ଜିଲ୍ଲା ପରିଷଦ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେଡି ସଭାପତି ଦେଇଥିବା ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେଲେ । ନିଜ ନିଜ ଭିତରେ ମନାନ୍ତର ଭୁଲି ଦଳ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ବଡ଼ଚଣା ମାଟି ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ବହୁ ବରପୁତ୍ରଙ୍କୁ ସ୍ଥାନ ଦେଇଛି । ବଡ଼ଚଣା ଅତୀତରେ ଇତିହାସ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଯାହାକୁ ମନୋନୀତ କରିବେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବେ ବୋଲି ତିନି ଦିନ ତଳେ ହୋଇଥିବା ବୈଠକରେ ସମସ୍ତେ କହିଥିଲେ । ଆଜି ସେହି କଥା ସମସ୍ତେ ଦୋହରାଇଛନ୍ତି । ଆଗାମୀ ଦିନରେ ସେମାନେ ଏହାକୁ କାର୍ଯ୍ୟରେ କରେଇ ଦେଖାଇବେ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ବଡ଼ଚଣା ମାଟିରେ ବିଜେଡିର ପ୍ରତିନିଧିତ୍ବ ରହିବ ।"

BJD Badachana Tension
BJD Badachana Tension

ଏହା ମଧ୍ୟ ପଢ଼ନ୍ତୁ...କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ବଡ଼ଚଣା ଅଭିଯାନ ଆରମ୍ଭ କଲେ ବର୍ଷା - VARSHA PRIYADARSHINI

ସେହିଭଳି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି, "ତିନି ଦିନ ତଳେ ହୋଇଥିବା ବୈଠକରେ ବଡ଼ଚଣାର ସମସ୍ତ ଆଗଧାଡିର ନେତା ଆସିଥିଲେ । ଯଦି କାହା ମନରେ କିଛି ମତାନ୍ତର ଓ ମନାନ୍ତର ଥିବା ତାହା ଦୂର କରିବାରେ ଆମେ ସଫଳ ହେବୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ହେଉଛି ନୂତନ ଓ ରୂପାନ୍ତରିତ ଓଡିଶା ଗଠନ । ନବୀନ ଏବେ ବ୍ୟକ୍ତି କିମ୍ବା ଅନୁଷ୍ଠାନ ନୁହଁନ୍ତି, ସେ ଏବେ ଏକ ବିଚାରଧାରା । ଯାଜପୁରବାସୀଙ୍କୁ ଶଙ୍ଖ ଚିହ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏକ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ଚିନ୍ତା କରନ୍ତି । ସକରାତ୍ମକ ରାଜନୀତିରେ ବିଶ୍ବାସ କରନ୍ତି । ତେଣୁ ଗୋଟିଏ ପରିବାର ଭିତରେ ମତାନ୍ତର ଥାଇପାରେ, ମନାନ୍ତର ନୁହେଁ । ବିଜେଡି ପ୍ରାର୍ଥୀ ବିକାଶ ଯାତ୍ରାରେ ସାମିଲ ହେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.