ETV Bharat / politics

ସମ୍ବଲପୁର ଲୋକସଭାରେ ବଦଳିବେ କଂଗ୍ରେସ ପ୍ରାର୍ଥୀ, ଚର୍ଚ୍ଚାରେ ନଗେନ୍ଦ୍ରଙ୍କ ନାଁ ! - sambalpur lok sabha

author img

By ETV Bharat Odisha Team

Published : Apr 26, 2024, 10:13 PM IST

Updated : Apr 26, 2024, 10:35 PM IST

SAMBALPUR LOK SABHA: କଂଗ୍ରେସରେ ଘଡି କେ ଘୋଡା ଛୁଟୁଛି । ସେହିପରି ସମ୍ବଲପୁରର ପୂର୍ବତନ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ କଂଗ୍ରେସରେ ସାମିଲ ହେବା ପରେ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଉଛି । ଅଧିକ ପଢନ୍ତୁ

ସମ୍ବଲପୁର ଲୋକସଭାରେ ବଦଳିବ କଂଗ୍ରେସ ପ୍ରାର୍ଥୀ ,ଚର୍ଚ୍ଚାରେ ନଗେନ୍ଦ୍ରଙ୍କ ନାଁ !

ସମ୍ବଲପୁର: ଏବେ ସମ୍ବଲପୁର ଲୋକସଭା ଆସନ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବାବେଳେ ଏଠାରେ ଘଡି କେ ଘୋଡା ଛୁଟୁଛି । ଗତ କିଛି ଦିନତଳେ ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ଛାଡ଼ିଥିଲେ । ସେପଟେ ଗତକାଲି ସମ୍ବଲପୁରର ପୂର୍ବତନ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ବିଜେଡି ଛାଡି କଂଗ୍ରେସରେ ଯୋଗ ଦାନ କରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା । ସମ୍ବଲପୁର ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ବଦଳି ପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହି ଲୋକସଭା ଆସନରେ ବିଜେପି ଓ ବିଜେଡି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ପରି ହେବିୱେଟ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଦୁଲାଲ ପ୍ରଧାନଙ୍କ ପରି ଜଣେ ଯୁବନେତାଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ କଂଗ୍ରେସ ପ୍ରାର୍ଥୀ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଆଗରେ ଟକ୍କର ଦେଇ ପାରିବେନି ବୋଲି ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ନଗେନ୍ଦ୍ର ପ୍ରଧାନ କଂଗ୍ରେସରେ ଯୋଗ ଦେବା ପରେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ସମୀକ୍ଷକଙ୍କ ମତରେ ନଗେନ୍ଦ୍ର ସମ୍ବଲପୁର ଲୋକସଭାର ପ୍ରାର୍ଥୀ ହୋଇପାରନ୍ତି ।

ନଗେନ୍ଦ୍ର ପ୍ରଧାନ ପୂର୍ବରୁ 2014 -19 ଯାଏଁ ସମ୍ବଲପୁର ଲୋକସଭା ଆସନରେ ବିଜେଡି ସାଂସଦ ଥିବାବେଳେ, ଆଗରୁ ଅନୁଗୋଳ ଜିଲ୍ଲାରେ ଏକାଧିକ ଥର ବିଧାୟକ ମଧ୍ୟ ରହିଛନ୍ତି । ଏହାସହ ତାଙ୍କର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ତାଙ୍କର ଭଲ ପକଡ଼ ରହିଛି । ତେଣୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଦୁଲାଲ ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ରଙ୍କୁ ସମ୍ବଲପୁର ଲୋକସଭା ଆସନର ପ୍ରାର୍ଥୀ ଭାବେ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ନଗେନ୍ଦ୍ର କଂଗ୍ରେସର ପ୍ରାର୍ଥୀ ହେଲେ ସମ୍ବଲପୁର ଲୋକସଭା ଆସନର ରାଜନୈତିକ ଚିତ୍ରପଟ ପୁରାପୁରି ବଦଳି ଯିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ସତ୍ୟଜିତ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ......କ୍ରୀଡା ରାଜନୀତିରୁ ଲୋକସଭା ପ୍ରାର୍ଥୀ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଟିକେଟ୍‌ - Lok Sabha Election 2024

ସତ୍ୟଜିତ କହିଛନ୍ତି, ‘ନଗେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ହେଲେ ସେ ଧର୍ମେନ୍ଦ୍ର ଓ ବବିଙ୍କୁ ଭଲ ଟକ୍କର ଦେବେ । ସମ୍ବଲପୁରରେ ତ୍ରିମୁଖୀ ଲଢେଇ ହେବ । ନଗେନ୍ଦ୍ର ଚଷା ଜାତିରେ ହୋଇଥିବାବେଳେ ଆଠମଲ୍ଲିକ ଓ ଛେଣ୍ଡିପଦାର ଯେଉଁ ଚଷା ଭୋଟ ଧର୍ମେନ୍ଦ୍ରଙ୍କ ଆଡକୁ ଯିବାର ଥିଲା, ତାହା ଭାଗ ହେବ । ବିଜେଡି ଭୋଟ ମଧ୍ୟ ସେ କାଟିବେ । ତେଣୁ ଆଗାମୀ କିଛି ଦିନ ଭିତରେ ସମ୍ବଲପୁର ରାଜନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।’

ଅନ୍ୟପଟେ ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଜୟ ଶଙ୍କର ମିଶ୍ର ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ 2019 ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରଥମେ ଅଶ୍ୱିନୀ ଗୁରୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ବଦଳାଯାଇ ଅଶ୍ୱିନୀ ଗୁରୁଙ୍କ ବଦଳରେ ଅଶ୍ୱିନୀ ପୂଜାହାରୀଙ୍କୁ ଟିକେଟ ଦିଆ ଯାଇଥିବାର ନଜିର ରହିଛି ।

ଇଟିଭି ଭାରତ,ସମ୍ବଲପୁର

Last Updated : Apr 26, 2024, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.