ETV Bharat / politics

ଜୟନାରାୟଣଙ୍କ ସ୍ଥାନ ନେବେ କି ଝିଅ ଶୁଭଶ୍ରୀ ! ସମ୍ବଲପୁରରେ ଚର୍ଚ୍ଚା - ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ

Jayanarayan Mishra Daughter Subhashree May Enter Politics: ନିଜର ଅସୁସ୍ଥତା କାରଣରୁ ବର୍ଷେ ହେବ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ରାଜନୀତିରେ ଆଉ ସେତେଟା ଦେଖିବାକୁ ମିଳୁନାହିଁ । ଜୟଙ୍କ ସ୍ଥାନରେ ତାଙ୍କ ଝିଅ ଶୁଭଶ୍ରୀ ମିଶ୍ର ରାଜନୀତି ମଇଦାନକୁ ଆସିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ
ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ
author img

By ETV Bharat Odisha Team

Published : Mar 6, 2024, 1:34 PM IST

Updated : Mar 6, 2024, 2:05 PM IST

ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ

ସମ୍ବଲପୁର: ରାଜ୍ୟ ରାଜନୀତିରେ ବହୁ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ତଥା ନିଜର ଭିନ୍ନ ଧରଣର କାର୍ଯ୍ୟକଳାପ ଦ୍ଵାରା ଚର୍ଚ୍ଚାରେ ରହିଥାନ୍ତି ବିରୋଧୀ ଦଳର ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଏବେ ନିଜର ଅସୁସ୍ଥତା କାରଣରୁ ସେ ବର୍ଷେ ହେଲା ସମ୍ବଲପୁର ଆସୁ ନାହାନ୍ତି । ସ୍ୱାସ୍ଥ୍ୟ ସମସ୍ୟାରୁ ଗତ ଫେବୃଆରୀ 3 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ମଧ୍ୟ ସେ ସମ୍ବଲପୁର ଆସିନଥିଲେ । ତେବେ ବର୍ତ୍ତମାନ ସମ୍ବଲପୁର ରାଜନୀତିରେ ଜୟଙ୍କ ଝିଅ ଶୁଭଶ୍ରୀ ମିଶ୍ର ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି । ବିଜେପିର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଏବେ ଆଗାମୀ ବିଧାନସଭା ନିର୍ବାଚନରେ ଜୟଙ୍କ ସ୍ଥାନରେ ତାଙ୍କ ଝିଅ ଶୁଭଶ୍ରୀ ଟିକେଟ ପାଇଯିବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବଲପୁର ରାଜନୈତିକ ମହଲରେ ଏବେ ଗୋଟିଏ ଚର୍ଚ୍ଚା । ରାଜନୀତିକୁ ଆସିବେ କି ଜୟଙ୍କ ଝିଅ ? ଜୟଙ୍କ ଝିଅ ଶୁଭଶ୍ରୀ ମିଶ୍ର ତାଙ୍କ ବାପଙ୍କ ସ୍ଥାନରେ ପାଇବେ କି ସମ୍ବଲପୁର ବିଧାନସଭା ସିଟ ପାଇଁ ଟିକେଟ ? ଜୟ ନାରାୟଣଙ୍କ ଅସୁସ୍ଥତା ଯୋଗୁଁ ଏବେ ସମ୍ବଲପୁର ଜିଲ୍ଲା ବିଜେପିରେ ସମ୍ବଲପୁର ସିଟର ଆଶାୟୀ ତାଲିକାରେ ବହୁତ ଜଣ ଅଛନ୍ତି । ସମ୍ବଲପୁର ରାଜନୀତିରେ ଜୟଙ୍କ ପତିଆରା ଅଦ୍ଵିତୀୟ ହୋଇଥିବା ବେଳେ ତାଙ୍କ ସହମତି ବିନା କାହାକୁ ଟିକେଟ ଦେଲେ ଅସୁବିଧା ହୋଇପାରେ । ଅନ୍ୟପଟେ କୌଣସି ନୂଆ ଆଶାୟୀକୁ ଟିକେଟ ଦେଲେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଅଥବା ଅସନ୍ତୋଷ ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ଜୟଙ୍କ ସ୍ଥାନରେ ତାଙ୍କ ଝିଅକୁ ଟିକେଟ ଦେଇ ଦଳର ଅନ୍ତଃକନ୍ଦଳକୁ ବନ୍ଦ କରିବା ପାଇଁ ଶୀର୍ଷ ନେତୃତ୍ୱ ଚେଷ୍ଟା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଜୟ ନାରାୟଣ ମିଶ୍ର ମଧ୍ୟ ଝିଅ ପାଇଁ ଲବି କରି ପାରନ୍ତି ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି । ତେବେ ବିଜେପି ଦଳର ସିଦ୍ଧାନ୍ତ ଯେପରି ରହିଛି, ସେହି ଦୃଷ୍ଟିରୁ ଶୁଭଶ୍ରୀଙ୍କୁ ଟିକେଟ ମିଳିବା କଷ୍ଟକର ହେବ ବୋଲି ମଧ୍ୟ ରାଜନୀତି ବିଶ୍ଳେଷକ କହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ସୂଚନା ଯୋଗ୍ୟ, ଗତ 1 ମାର୍ଚ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ସହ ଗୋଟିଏ ମଞ୍ଚରେ ରହିଥିଲେ ଶୁଭଶ୍ରୀ । ସେତେବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ମଞ୍ଚରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ସମ୍ବୋଧନ କରୁଥିବା ସମୟରେ ଶୁଭଶ୍ରୀଙ୍କୁ 'ଜୟ ଦାଦାଙ୍କ ଝିଅ' ବୋଲି କହି ସମ୍ବୋଧନ କରିଥିବା ଦେଖିବାକୁ ମିଳିଥିଲା । ସେତେବେଳେ ଶୁଭଶ୍ରୀଙ୍କ ଅଚାନକ ଉପସ୍ଥିତିରେ ହିଁ ବର୍ତ୍ତମାନ ସ୍ଥାନୀୟ ବିଜେପିରେ ହଲ୍‌ଚଲ୍‌ ସୃଷ୍ଟି କରିଛି । ଏହା ପୂର୍ବରୁ ପ୍ରିପେଡ଼ ମିଟରକୁ ବିରୋଧ କରି ବିଜେପି ପକ୍ଷରୁ ଅଇଁଠାପାଲି ସ୍ଥିତ TPWODL କାର୍ଯ୍ୟାଳୟ ଘେରାଉ ସମୟରେ ମଧ୍ୟ ସେଠାରେ ଶୁଭଶ୍ରୀ ଅଚାନକ ଏଣ୍ଟ୍ରି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ତେବେ ଏନେଇ ଶୁଭଶ୍ରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, "ବର୍ତ୍ତମାନ ବାପାଙ୍କ ଅନୁପସ୍ଥିତିରେ ବାପାଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଆଗକୁ ରାଜନୀତିକୁ ଆସିବି ନାଁ ନାହିଁ ତାହା ବାପା ଓ ବିଜେପି ଦଳର ଉପରେ ନିର୍ଭର କରେ ।"

ଇଟିଭି ଭାରତ, ସମ୍ବଲପୁର

Last Updated : Mar 6, 2024, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.