ETV Bharat / politics

ସିଟ୍ ଅଙ୍କ ଛିଡୁନି, ମେଣ୍ଟ ହେଉନି ! କିଏ ଚାହୁଁଛି ମେଣ୍ଟ ?

author img

By ETV Bharat Odisha Team

Published : Mar 9, 2024, 9:24 PM IST

Updated : Mar 9, 2024, 9:30 PM IST

Corporate Role behind BJD-BJP Alliance: ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ମେଣ୍ଟ ପଛରେ ବିଜେଡି ବିଜେପି ନା ଆଉ କାହାର ସ୍ବାର୍ଥ ରହିଛି ସେନେଇ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ

BJD BJP Alliance
BJD BJP Alliance
BJD BJP Alliance

ଭୁବନେଶ୍ବର: ମେଣ୍ଟ ପ୍ରସଙ୍ଗକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କିଏ ଚାହୁଁଛି ମେଣ୍ଟ ? ବିଜେଡି, ବିଜେପି ନା ଅନ୍ୟ କାହାର ସ୍ବାର୍ଥ ରହିଛି ? କିଏ ହୋଇଥାଇପାରନ୍ତି ଏହି ତୃତୀୟ ବ୍ୟକ୍ତି ? ବିଜେପି ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିସାରିଲେଣି । ଏପରିକି ତୋମାର ମଧ୍ୟ ତାଙ୍କ ସହ ସ୍ବର ମିଳାଇ ସମାନ କଥା କହିଛନ୍ତି । ତାହେଲେ ମେଣ୍ଟ ଚାହୁଁଛି କିଏ ? ଅନ୍ୟପଟେ ବିଜେଡି ନେତାଙ୍କ ବୟାନ ରହିଛି ଯେ, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ମାନିବୁ । ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମେଣ୍ଟ ପାଇଁ ବିଜେଡି ଆଗ୍ରହୀ ଥିବା ବିଜେଡି ନେତା ନୃସିଂହ କହିଛନ୍ତି ।

ଦୁଇ ଦଳର ବୟାନକୁ ଦେଖିଲେ ବିଜେଡି କେବଳ ମେଣ୍ଟ ଚାହୁଁଛି ନା ଏହା ପଛରେ ତୃତୀୟ ବ୍ୟକ୍ତି ରହିଛନ୍ତି ତାହାକୁ ନେଇ ଆଲୋଚନା ଚାଲିଛି । ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେଉ ବୋଲି ପ୍ରଥମେ ଯଦି କିଏ ଚାହୁଁଛି ସେ ହେଉଛି କର୍ପୋରେଟ୍ ଦୁନିଆ । କର୍ପୋରେଟ ଦୁନିଆ ଚାହୁଁଛି ମେଣ୍ଟ ହେଉ । କାରଣ କେନ୍ଦ୍ରରେ ବିଜେପିର ସରକାର ଅଛି । ପୁଣି ଥରେ ଆକଳନ କରାଯାଉଛି ବିଜେପି ହିଁ କେନ୍ଦ୍ରରେ ସରକାର ଗଢିବ । କର୍ପୋରେଟ୍ ଦୁନିଆର ବଡ଼ ବଡ଼ ନାଁ ଓଡିଶାରେ ବ୍ୟବସାୟ କରୁଛନ୍ତି । ଆଉ ବ୍ୟବସାୟିକ ସ୍ବାର୍ଥ ଦୃଷ୍ଟିକୋଣରୁ ସେମାନେ ଚାହୁଁଛନ୍ତି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଉ ।"

ଏହା ମଧ୍ୟ ପଢନ୍ତୁ...ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ମନମୋହନଙ୍କ କଥା ଦୋହରାଇଲେ ତୋମାର, ମୁନା କହିଲେ ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବମାନ୍ୟ

ସେ ଆହୁରି ମଧ୍ୟ କହିଛନ୍ତି, "କଥା ରହିଲା ସିଟ ସେୟାରିଂରେ । ଆସନ ଭାଗବଣ୍ଚା ଠିକ ଭାବରେ ନହୋଇ ପାରିବା କାରଣରୁ ମେଣ୍ଟ ନିଷ୍ପତ୍ତି ହେବାରେ ବିଳମ୍ବ ହେଉଛି । ତେଣୁ ଆହୁରି 4ରୁ 5 ଦିନ ସମୟ ଲାଗିପାରେ । ମେଣ୍ଟ ନିଷ୍ପତ୍ତି ହେବା ପାଇଁ ବିଜେଡିର ଉଚ୍ଚ ନେତୃତ୍ବ ଏବଂ ବିଜେପିର ଉଚ୍ଚ ନେତୃତ୍ବ ଏନେଇ ନିଷ୍ପତ୍ତି ନେବେ । କାରଣ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଯିବାବେଳଠାରୁ ହିଁ ସ୍ପଷ୍ଟ ହୋଇଥିଲା ଯେ, ଉଭୟ ଦଳ ମଧ୍ୟରେ ବୁଝାମଣା ଭିତ୍ତିକ କଥାବାର୍ତ୍ତା ହୋଇଛି । ପରବର୍ତ୍ତୀ ସମୟରେ ଏହା ମେଣ୍ଟ କଥାବାର୍ତ୍ତାର ରୂପ ନେଲା । ଉଭୟ ଦଳର ଉଚ୍ଚ ନେତୃତ୍ବଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି ।"

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 9, 2024, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.