ETV Bharat / politics

ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ ପାଣ୍ଡେ - ବିଜେପିରେ ମିଶିଲେ ବିଏସପି ସାଂସଦ

BSP MP Ritesh Pandey Joins BJP: ବିଜେପିରେ ମିଶିଲେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ରିତେଶ ପାଣ୍ଡେ । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ ପାଣ୍ଡେ

author img

By ETV Bharat Odisha Team

Published : Feb 25, 2024, 2:18 PM IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପଦ୍ମ ଶିବିରରେ ବଢୁଛି ନେତାଙ୍କ ଭିଡ଼ । ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ବହୁଜନ ପାର୍ଟି ସାଂସଦ ରିତେଶ ପାଣ୍ଡେ । ଆମ୍ବେଦନଗର ବିଏସପି ସାଂସଦ ଥିବା ରିତେଶ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ଏହାପରେ ଦିଲ୍ଲୀ ଠାରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ୟୁପି ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଦଳକୁ ସ୍ବାଗତ କରିଛନ୍ତି ।

ବିଏସପି ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ଏନେଇ ଆଜି (ରବିବାର) ସକାଳେ ରିତେଶ ପାଣ୍ଡେ ଏକ୍ସରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ । ସେ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସମ୍ବୋଧନ କରି କହିଥିଲେ, ''ଲମ୍ବା ସମୟ ଧରି ମୋତେ ଦଳର କୌଣସି ବୈଠକକୁ ଡକାଯାଉ ନାହିଁ କି ଦଳୀୟ ନେତୃବୃନ୍ଦ ମୋତ କିଛି ଜଣାଉ ନାହାନ୍ତି । ମୁଁ ଆପଣଙ୍କୁ (ମାୟାବତୀ) ଭେଟିବାକୁ ଏବଂ ଯୋଗଯୋଗରେ ରହିବାକୁ ଅନେକ ଚେଷ୍ଟା କରିଛି । କିନ୍ତୁ କିଛି ଲାଭ ହୋଇନି । ଏହି ସମୟରେ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଭେଟି ମୋର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟ ଜାରି ରଖିଥିଲି । ଶେଷରେ ମୁଁ ଏହି ନିଷ୍କର୍ସରେ ପହଞ୍ଚିଲି ଯେ, ଦଳକୁ ଆଉ ମୋର ସେବା ଏବଂ ଉପସ୍ଥିତିର ଆବଶ୍ୟକତା ନାହିଁ । ସେଥିପାଇଁ ଦଳର ପ୍ରାଥମିକ ସଦସ୍ୟତା ଛାଡିବା ବ୍ୟତୀତ ମୋର ପାଖରେ ଆଉ କିଛି ବିକଳ୍ପ ନାହିଁ । ଦଳ ସହ ସମ୍ପର୍କ ଭାଙ୍ଗିବାର ଏହି ନିଷ୍ପତ୍ତି ଭାବନାତ୍ମକ ଦୃଷ୍ଟିରୁ ଏକ କଠିନ ଅଟେ ।''

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ କମୁଛି କଂଗ୍ରେସ ବଳ, ଇସ୍ତଫା ଦେଇ ବିଜେପିରେ ମିଶିଲେ ବିଧାୟିକା

ରିତେଶ ପାଣ୍ଡେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ମାୟାବତୀଙ୍କୁ ପଠାଇଛନ୍ତି ଏବଂ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଏବଂ ଜନକଲ୍ୟାଣକାରୀ ଯୋଜନାରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ତେବେ ନିକଟ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟିରେ (BJP) ବିଏସପିର ଆଉ ୪ ଜଣ ସାଂସଦ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଗଲାଣି । ବିଭିନ୍ନ ବିରୋଧୀ ଦଳର ବରିଷ୍ଠ ନେତାମାନେ ବିଜେପି ଶିବିରକୁ ଡେଉଁଥିବାର ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.