ETV Bharat / politics

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ଶାହଙ୍କ ବଡ଼ ବୟାନ, କହିଲେ ଏଯାଏଁ ହୋଇନି ନିଷ୍ପତ୍ତି - Amit Shah Reaction Over Alliance

Amit Shah's Reaction Over BJD-BJP Alliance: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଅମିତ ଶାହଙ୍କ ବଡ଼ ବୟାନ । ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ କିଛି ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି ଶାହ । ଅଧିକ ପଢନ୍ତୁ

BJD-BJP Alliance
BJD-BJP Alliance
author img

By ETV Bharat Odisha Team

Published : Mar 15, 2024, 10:34 PM IST

ହାଇଦ୍ରାବାଦ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ସାମନାକୁ ଆସିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ମେଣ୍ଟ ପ୍ରସଙ୍ଗରେ କହିଛନ୍ତି ଶାହ । ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହ । ତେବେ ମେଣ୍ଟ ପ୍ରସଙ୍ଗକୁ ନେଇ ଶାହ କହିଛନ୍ତି, "ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ଦଳ । ଓଡ଼ିଶାରେ ବିଜେପି ସ୍ଥିତିରେ ସୁଧାର ଆସିବ । ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ରାଜନୀତି କୌଣସି ଦର୍ଶନ ଶାସ୍ତ୍ର ନୁହେଁଷ । ଆମେ ହାର୍ଡକୋର ପଲିଟିକ୍ସରେ ବିଶ୍ବାସ କରୁ ।"

"ଓଡ଼ିଶାରେ କିପରି ଦଳ ଆଗକୁ ବଢିବ ସେନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଚାର କରୁଛନ୍ତି । ଯେମିତି ବି ଆଗକୁ ବଢୁ ନା କାହିଁକି ଦଳ ଏଥର ଓଡ଼ିଶାରେ ଭଲ ପ୍ରଦର୍ଶନ କରିବା ନିଶ୍ଚିତ । ଦଳର ଆଦର୍ଶ ଓ ହାର ଜିତ୍ ଭଳି ଦୁଇଟି ଦିଗକୁ ବିଚାରକୁ ନିଆଯାଇ ଦଳ ନିଷ୍ପତ୍ତି ନେବ" ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଅମିତ ଶାହ । ମେଣ୍ଟ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ବର୍ତ୍ତମାନ ସରଗରମ ରହିଥିବାବେଳେ ଶାହଙ୍କ ଏଭଳି ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତେବେ ଦୀର୍ଘ ଦିନ ଧରି ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଥିବାବେଳେ ଏଯାଏଁ ନିଷ୍କର୍ସ ବାହାରିପାରିନାହିଁ ।

ଏହା ବି ପଢନ୍ତୁ...ନିର୍ବାଚନ ଯୁଦ୍ଧ ପାଇଁ ବିଗୁଲ ବାଜିବ କାଲି, ଯୁଦ୍ଧର ସୀମାରେଖା ନିର୍ଦ୍ଧାରଣ କେବେ ?

ଯଦିଓ ଜାତୀୟ ଗଣମାଧ୍ୟମରେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି, କିନ୍ତୁ ମେଣ୍ଟ କଥାକୁ ଖଣ୍ଡନ ମଧ୍ୟ କରିନାହାନ୍ତି । ଏନେଇ କୌଣସି ନିଷ୍ପତ୍ତି ହୋଇନଥିବା ଶାହ କହିଛନ୍ତି । ଯାହା ପୁଣି ଥରେ ସସପେନ୍ସ ବଢାଇଛି । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ରାଜ୍ୟ ବିଜେପିର ନେତାମାନଙ୍କ ଘନ ଘନ ବୈଠକ ବସୁଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ବାରମ୍ବାର ଦିଲ୍ଲୀ ଡକରା ବି ହେଉଛି । ଏପରିକି ବିଜେଡିର ହେବିୱେଟମାନେ ମଧ୍ୟ ଦିଲ୍ଲୀରେ ଆଲୋଚନା କରି ଫେରିଛନ୍ତି । ତେବେ ମେଣ୍ଟ ନେଇ କ'ଣ ଆସୁଛି ସ୍ପଷ୍ଟ ଚିତ୍ର ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.