ETV Bharat / politics

ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍ ନୁହେଁ, କମା ଦିଆଯାଇଛି: ରାଜନୈତିକ ସମୀକ୍ଷକ

BJD-BJP Alliance Speculation: 'ମେଣ୍ଟ ହେବ ନା ନାହିଁ ?' ସମସ୍ତଙ୍କ ମନରେ ଏବେ ଏହି ପ୍ରଶ୍ନ । ମେଣ୍ଟ ହେବା ଏକପ୍ରକାର ଥୟ ବୋଲି କହିଛି କଂଗ୍ରେସ । ସେହିପରି ରାଜନୈତିକ ସମୀକ୍ଷକ ମଧ୍ୟ ସମାନ କଥା କହିଛନ୍ତି । ଅଧିକ ପଢନ୍ତୁ

Alliance speculation
Alliance speculation
author img

By ETV Bharat Odisha Team

Published : Mar 14, 2024, 5:03 PM IST

Alliance speculation

ଭୁବନେଶ୍ବର: ବଢିବାରେ ଲାଗିଛି ବିଜେଡି-ବିଜେପି ମେଣ୍ଟ ଦ୍ବନ୍ଦ୍ବ । 'ମେଣ୍ଟ ହେବ ନା ନାହିଁ ?' ସମସ୍ତଙ୍କ ମନରେ ଏବେ ଏହି ପ୍ରଶ୍ନ । ଦିଲ୍ଲୀରେ ଉଭୟ ଦଳର ତୁଙ୍ଗନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ରାଜ୍ୟ ବିଜେପି ସଭାପତିଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା ଭିତରେ ମେଣ୍ଟ ଚର୍ଚ୍ଚାକୁ ଦୃଢୀଭୂତ ହୋଇଥିଲା । ଆଜି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଥମେ କହିଥିଲେ "ବିଜେପି ଏକାକୀ ଲଢିବାକୁ ଯାଉଛି । ରାଜ୍ୟରେ ଏକାକି ସରକାର ଗଢିବାକୁ ଯାଉଛି ।" ହେଲେ ପରବର୍ତ୍ତୀ ସମୟରେ ସେ ନିଜର ବୟାନ ବଦଳାଇ ୟୁ-ଟର୍ଣ୍ଣ ନେଇଛନ୍ତି। "ମେଣ୍ଟ ହେଉ ବା ଅନ୍ୟ ଯାହା ନିଷ୍ପତ୍ତି ହେଉ ସେନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନେବେ। ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ଖୁବଶୀଘ୍ର ନିଷ୍ପତ୍ତି ଆସିବ" ବୋଲି କହିଛନ୍ତି ମନମୋହନ ।

ଅପରପକ୍ଷେ, ବିଜେଡି ମୁଖପାତ୍ର ସନ୍ତୃପ୍ତ ମିଶ୍ର କହିଛନ୍ତି, "ଠିକଣା ସମୟରେ ବିଜେଡି ନେତୃତ୍ବ ନିଷ୍ପତ୍ତି ନେବେ ।" ଏପରି ସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ ବାସ୍ତବିକ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ । ଯଦି ଆଲୋଚନା ସରିଛି, ଆସନ ଭାଗବଣ୍ଟା ବୋଲି କେହି କେହି ମତପୋଷଣ କରୁଛନ୍ତି । ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ମେଣ୍ଟ ଚର୍ଚ୍ଚା ଉପରେ ଗୋଟିଏ କମା ଦିଆଗଲା । ଗୋଟିଏ ଜାତୀୟ ଦଳ, ଓଡିଶାରେ ଏତେ ବର୍ଷ ଧରି ଶାସନରେ ଥିବା ଦଳ ବିରୋଧରେ ଓଡିଶାର ଅସ୍ମିତା ପ୍ରସଙ୍ଗ ନେଇ ନିର୍ବାଚନକୁ ଯିବା କଥା କହିବା ଆପଣ କେବେ ଦେଖିନଥିବେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ମନମୋହନ ସାମଲ ଏପରି କହିବାର କାରଣ ହେଲା ଭିକେ ପାଣ୍ଡିଆନଙ୍କ ଉପରେ ଚାପ ସୃଷ୍ଟି କରିବା । କାରଣ ପାଣ୍ଡିଆନଙ୍କ ଉପରେ ଚାପ ସୃଷ୍ଟି ହେଲେ ସେ ନବୀନଙ୍କ ଉପରେ ଚାପ ସୃଷ୍ଟି କରିବେ । କାରଣ ସେ ବିଜେଡି ନେତୃତ୍ବର ଅଗ୍ରଭାଗରେ ଅଛନ୍ତି । ରାଜ୍ୟସଭା ନିର୍ବାଚନ ଏବଂ ମୋଦିଙ୍କ ଓଢିଶାର ଚଣ୍ଡିଖୋଲ ଗସ୍ତ , ଏହି ଦୁଇଟି ଘଟଣାରୁ ମେଣ୍ଟ ଚର୍ଚ୍ଚା ଆଗେଇଥିଲା । ମେଣ୍ଟ ଚର୍ଚ୍ଚା ବିଜେଡିର ଉଚ୍ଚ ନେତୃତ୍ବ ଏବଂ ବିଜେପିର ଉଚ୍ଚ ନେତୃତ୍ବ ଆରମ୍ଭ କରିଥିଲେ । ବିଜେପି ଚାହୁଁଛି ସରକାରରେ ଅଂଶୀଦାର ହେବା ପାଇଁ ଏବଂ 50ରୁ ଅଧିକ ଆସନରେ ଲଢିବା ପାଇଁ । ଯାହାକୁ ନେଇ ଦ୍ବନ୍ଦ ଲାଗି ରହିଛି । କମ୍ ବିଧାନସଭା ଆସନରେ ଲଢିବା ପାଇଁ ବିଜେଡି ଚାହୁଁଛି । ସରକାରରେ ଅଂଶୀଦାର ଦେବେ କି ନାହିଁ, ଏବେ କହିହେବ ନାହିଁ । ଲୋକସଭାରେ କିଛି ଅସୁବିଧା ନାହିଁ, କିନ୍ତୁ ବିଧାନସଭାର ସମୀକରଣକୁ ବିଜେଡି ଗ୍ରହଣ କରିପାରୁନାହିଁ । ଏବେ ପୁଣି ସବୁ କିଛି ନିର୍ଭର କରୁଛି ବିଜେଡି ବିଜେପିର ଉଚ୍ଚ ନେତୃତ୍ବଙ୍କ ଉପରେ । ସେମାନେ ଯାହା ନିଷ୍ପତ୍ତି ନେବେ । ମନମୋହନ ଯାହା କହିଲେ ସେଥିରେ ମେଣ୍ଟ ଚର୍ଚ୍ଚାରେ କମା ପଡି଼ଲା, ପୂର୍ଣ୍ଣଚ୍ଛେଦ ନୁହେଁ ।"

ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଉଭୟ ଦଳର ଉଚ୍ଚ ନେତୃତ୍ବଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଛି । ଯଦି ଏବେ ମେଣ୍ଟ ଘୋଷଣା କରାଯାଏ ତେବେ ବିଦ୍ରୋହୀମାନେ ବିଜେଡି ବିଜେପି ଛାଡି କଂଗ୍ରେସ ମୁହାଁ ହେବେ । ସେଥିପାଇଁ ମେଣ୍ଟ ନିଶ୍ଚିତ ହୋଇଥିଲେ ମଧ୍ୟ ଘୋଷଣା କରୁନାହାନ୍ତି । ମେଣ୍ଟ ହେବ ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଭାବେ ଡ୍ରାମା । ଲୋକ ଏକଥା ବୁଝିଗଲେଣି । ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇସାରିଛି। କଥାବାର୍ତ୍ତା ସରିଛି । ମେଣ୍ଟ ହେବ ହିଁ ହେବ । ଏଥିରେ ଦ୍ବିମତ ନାହିଁ । ଲୋକଙ୍କ ଆଗରେ ଡ୍ରାମା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ...ମେଣ୍ଟ ଦ୍ବନ୍ଦ୍ବ: ୟୁ-ଟର୍ଣ୍ଣ ନେଲେ ମନମୋହନ, କହିଲେ କେନ୍ଦ୍ରୀୟ କମିଟି ନେବ ନିଷ୍ପତ୍ତି

"ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ଏବଂ ବିଜେଡି ତୁରନ୍ତ ସମର୍ଥନ ଦେବା ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ ସମୟରେ ନବୀନ ସରକାରଙ୍କ ବିରୋଧରେ ପଦୁଟିଏ ନ କହିବା, ନବୀନଙ୍କୁ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିବା ଘଟଣାରୁ ଆରମ୍ଭ ହୋଇଥିଲା ମେଣ୍ଟ ଚର୍ଚ୍ଚା । ପରବର୍ତ୍ତୀ ସମୟରେ ବିଜେଡିର ଶୀର୍ଷ ନେତୃତ୍ବ ଦିଲ୍ଲୀ ଯିବା ଏବଂ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଯିବା , ଦିଲ୍ଲୀରେ ବାରମ୍ବାର ବୈଠକ ହେବା, ସିଟ ସେୟାରିଂ ନେଇ ବିସ୍ତୃତ ଆଲୋଚନା ହେବା ପରେ ମେଂଟ ତାର ରୂପ ପାଇବ ବୋଲି ଚର୍ଚ୍ଚା ହେଉଥିଲା । ମେଣ୍ଟ ଘୋଷଣା ନହେବା ପଛର କାରଣ ହେଲା ବିଜେପି ନିର୍ବାଚନ ପରେ ରାଜ୍ୟ ସରକାରରେ ଅଂଶୀଦାର ହେବାକୁ ଚାହିଁବା, ବିଧାନସଭାରେ 50ରୁ ଅଧିକ ଆସନରେ ଲଢିବା କଥାକୁ ବିଜେଡି ଗ୍ରହଣ କରିପାରୁନାହିଁ । ଯାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି" ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.