ETV Bharat / politics

ରେଜଲ୍ଟ ପୂର୍ବରୁ ଜିତିବା ଦମ୍ଭୋକ୍ତି ଦେଖାଇଲେ ବିଜେପି ପ୍ରାର୍ଥୀ - Lok Sabha election results 2024

author img

By ETV Bharat Odisha Team

Published : Jun 3, 2024, 9:58 PM IST

Lok Sabha election results 2024: ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ଭିତରେ ଯେତିକି ଉତ୍କଣ୍ଠା ସେତିକି ଭୟ ମଧ୍ୟ ରହୁଛି । ରେଜଲ୍ଟ ପ୍ରକାଶ ପୂର୍ବରୁ ଜାଣନ୍ତୁ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ବିଜେପି ପ୍ରାର୍ଥୀ ।

Election Results
Election Results (ETV Bharat Odisha)

ଭୁବନେଶ୍ବର: କାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଧାର୍ଯ୍ୟ ହେବ ପ୍ରାର୍ଥୀଙ୍କ ଭାଗ୍ୟ । କ'ଣ ହେବ ଫଳାଫଳ ସେନେଇ ପ୍ରାର୍ଥୀଙ୍କ ଭିତରେ ଯେତିକି ଉତ୍କଣ୍ଠା ସେତିକି ଭୟ ମଧ୍ୟ ରହୁଛି । ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି, "ପ୍ରାର୍ଥୀ ହୋଇଥିବାରୁ ଆଶଙ୍କା ଓ ଉଦ୍ଦୀପନା ରହିବା ସ୍ୱାଭାବିକ । କିନ୍ତୁ ସାରା ଓଡ଼ିଶାରେ ପରିବର୍ତ୍ତନର ମାହୋଲ ଅଛି । ଲୋକଙ୍କ ସାଙ୍ଗରେ ମିଶିବା ବେଳେ ଆମେ ଜାଣିଛୁ । ଏଥର ମଧ୍ୟ ଭୁବନେଶ୍ଵର ବିଜେପିର ବିପୁଳ ବିଜୟ ହେବ । ତା' ସହ ରାଜ୍ୟରେ ପୂର୍ଣ୍ଣ ବହୁମତରେ ସରକାର ଗଢିବ ବିଜେପି ।"

Election Results (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରାର୍ଥୀ ଘୋଷଣା ପରେ ବିଜେପିକୁ ଭୋଟ ଦେବା ପାଇଁ ଲୋକମାନେ ସ୍ଥିର କରିସାରିଥିଲେ । ଭୁବନେଶ୍ଵରରେ ମୋଦୀଙ୍କ ରୋଡ଼ ସୋ ଲୋକମାନଙ୍କୁ ପ୍ରଭାବିତ କରିଛି ।" ତେବେ ମତଦାନ ସରିବା ପରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ ଓ ଭିଭିପ୍ୟାଟ୍ । ଷ୍ଟ୍ରଙ୍ଗରୁମ୍ ଚାରି ପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୋଲିସ ।
ଏହା ବି ପଢନ୍ତୁ...BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି । ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । ସୂଚନା ଅନୁସାରେ, ଜୁନ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା। ତେବେ ଫଳାଫଳ ଆସିବା ପୂର୍ବରୁ ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ଏକଜିଟ୍‌ ପୋଲ୍ ସର୍ଭେ ରିପୋର୍ଟ। ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ବିଜେପି ଓ ବିଜେଡିକୁ ୬୨ରୁ ୮୦ଟି ଲେଖାଏଁ ବିଧାନସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.