ETV Bharat / politics

ଖୋଲିଲା ରତ୍ନଭଣ୍ଡାର, ଫେରିଲା ଚାବି ବିବାଦ - Ratna Bhandar Key Politics

author img

By ETV Bharat Odisha Team

Published : Jul 15, 2024, 9:54 PM IST

Ratnabhandar Key Missing: ରତ୍ନଭଣ୍ଡାରର ଚାବିକୁ ନେଇ ଲାଗି ରହିଛି ସସପେନ୍ସ । ପୂର୍ବରୁ ସରକାରରେ ଥିବା ବିଜେଡି ରତ୍ନଭଣ୍ଡାର ଖୋଲିନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା । ଭଣ୍ଡାର ଖୋଲାଯିବା ପରେ ବିରୋଧୀ ବିଜେଡି ନେତା କ'ଣ କହୁଛନ୍ତି ଜାଣନ୍ତୁ ।

Ratnabhandar Politics
Ratnabhandar Politics (ETV Bharat Odisha)

ଭୁବନେଶ୍ବର: ବହୁ ବାଦ ବିବାଦ ଓ ଆଲୋଚନା ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ହେଲେ ରତ୍ନଭଣ୍ଡାରକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିନାହିଁ । ରତ୍ନଭଣ୍ଡାରର ଚାବିକୁ ନେଇ ଲାଗି ରହିଛି ସସପେନ୍ସ । ସେହିପରି ଚାବି ହଜିବା ପ୍ରସଙ୍ଗରେ ନବୀନ ସରକାର ଗଠନ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ମୁଣ୍ଡ ଟେକିଲାଣି । ମୋହନ ସରକାର ରତ୍ନଭଣ୍ଡାର ଖୋଲିଥିଲେ ମଧ୍ୟ ଭିତର ଭଣ୍ଡାର ତାଲା ଭାଙ୍ଗିବା ନେଇ ଚର୍ଚ୍ଚା ଆରମ୍ଭ ହେଇଛି । ଭିତର ଭଣ୍ଡାର ଚାବି ବାବଦରେ ସୂଚନା ନମିଳିବାରୁ ୩ଟି ଯାକ ତାଲା ଭାଙ୍ଗି ଖୋଲାଗଲା ବୋଲି କୁହାଯାଉଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 2018ରେ ରତ୍ନଭଣ୍ଡାର ଖୋଲାଯିବା ବେଳେ ବିଜେଡି ସରକାର ଚାବି ହଜି ଯାଇଥିବା କହିଥିଲେ ।

ଅନେକ ବିବାଦ ପରେ ଚାପରେ ପଡି ପ୍ରଶାସନ ପାଖରେ ଡୁପ୍ଲିକେଟ ଚାବି ରହିଥିବା କଥା କହିଥିଲେ ସେତେବେଳର ନବୀନ ସରକାର । ରତ୍ନ ଭଣ୍ଡାର ଖୋଲାଯାଇନଥିଲା । କିନ୍ତୁ ଏବେ ତିନିଟି ଯାକ ତାଲାକୁ କାଟି ରତ୍ନଭଣ୍ଡାର ଦ୍ଵାର ଖୋଲାଯିବା ପରେ ଚାବି କୁଆଡ଼େ ଗଲା? ବୋଲି ପ୍ରଶ୍ନ ଉଠିଛି । ଏହାସହ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ 2018ରେ ନବୀନ ସରକାର ଗଠନ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି । ରତ୍ନ ଭଣ୍ଡାର ନଖୋଲିବା, ଚାବି ହଜିବା ଘଟଣାରେ ପୂର୍ବତନ ସରକାର ବ୍ୟାକଫୁଟରେ ଅଛନ୍ତି ।

ଏନେଇ ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, "ରତ୍ନଭଣ୍ଡାର ଚାବି ଘଟଣାର ତଦନ୍ତ ହେବା ଉଚିତ । ଯଦି କେହି ପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ସହ ଖେଳ ଖେଳିଛି, ସେ ଦଣ୍ଡ ପାଇବା ଉଚିତ । ରତ୍ନଭଣ୍ଡାର ଚାବି ମିଳୁନଥିବାରୁ ଓଡିଶା ନିନ୍ଦିତ ହୋଇଥିଲା । ଯାହା ହେଉ ସେ ଅଧ୍ୟାୟର ବର୍ତ୍ତମାନ ଅନ୍ତ ହୋଇଛି । କିନ୍ତୁ ଏହି ଚାବି ପ୍ରସଙ୍ଗକୁ ନେଇ ତତ୍କାଳୀନ ସରକାର କମିଶନ ବସାଇଥିଲେ । କମିଶନଙ୍କ ରିପୋର୍ଟ ମଧ୍ୟ ସରକାରଙ୍କ ହସ୍ତଗତ ହୋଇଛି । ତାକୁ ପ୍ରଥମେ ବିଜେପି ସରକାର ସାର୍ବଜନୀନ କରନ୍ତୁ । ଆସନ୍ତା ବିଧାନସଭାରେ ତାକୁ ଉପସ୍ଥାପନ କରାଯାଉ । ପୁଣି ତଦନ୍ତ କମିଟି କି କମିଶନ ବସାଇବା ଦ୍ୱାରା ସମୟ ଗଡ଼ିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ରତ୍ନଭଣ୍ଡାର ଖୋଲାଯିବା ଏକ ଶୁଭ ଲକ୍ଷଣ । ମହାପ୍ରଭୁଙ୍କ କୃପାରୁ ହେଉ କି ବିଜେପିର ନିର୍ବାଚନୀ ମୁଦ୍ଦା ଯୋଗୁ ହେଉ ରତ୍ନ ଭଣ୍ଡାର ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ବାହାର ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଛି । ଭିତର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରକୁ ଅନୁଧ୍ୟାନ କରି ପୂର୍ବ ରେକର୍ଡ ସହ ମିଶୁଛି କି ନାହିଁ ତାକୁ ମଧ୍ୟ ଦେଖିବା ନିହାତି ଆବଶ୍ୟକ । ତାହା ପରେ ହିଁ ରାଜ୍ୟବାସୀଙ୍କ ମନରେ ଥିବା ରତ୍ନଭଣ୍ଡାର ସମ୍ପର୍କିତ ସନ୍ଦେହ ଓ କୁହେଳିକା ଦୂର ହୋଇପାରିବ ।" ରତ୍ନ ଭଣ୍ଡାର ନଖୋଲିବା ବିଜେଡି ସରକାର ପତନର ପ୍ରମୁଖ କାରଣ ସାଜିଲା କି ? ପ୍ରଶ୍ନରେ ସେ କହିଛନ୍ତି ଯେ, ଅନେକ କଥା ତ କୁହାଯାଉଛି । ରତ୍ନ ଭଣ୍ଡାର ବି ଗୋଟିଏ କାରଣ ହୋଇପାରେ । କାରଣ ନିର୍ବାଚନରେ ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ।"

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ଖୋଲିବା ପରେ ରାଜ୍ୟ ସରକାରଙ୍କୁ ଏଭଳି କହିଲେ ଶ୍ରୀକାନ୍ତ ଜେନା - Ratna Bhandar Reopen

ସେହିପରି ଆଉ ଜଣେ ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି, "ବଡ଼ ଠାକୁରଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ବହୁ ଦିନରୁ ଲୋକଙ୍କ ମନରେ ଉଦବେଗ ଥିଲା । 1978ରୁ ଏନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଲାଗି ରହିଥିଲା । ତାହାର ପରିସମାପ୍ତି ଘଟିଛି । ଚାବି ମିଳିଲା ନାହିଁ । ତାଲା ଭଙ୍ଗାଯାଇଛି କିନ୍ତୁ ରତ୍ନଭଣ୍ଡାର ଖୋଲାଯାଇଛି । ମିଳିଥିବା ସିନ୍ଦୁକର ଗଣତି ଓ ମଣତି ହେବ । ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକଙ୍କ ଭାବନା ଦୃଷ୍ଟିରୁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.