ETV Bharat / politics

ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ; କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ, 9ରେ ଗଡ଼କରୀ - Lok Sabha Election 2024

author img

By ETV Bharat Odisha Team

Published : May 7, 2024, 2:30 PM IST

Updated : May 7, 2024, 4:53 PM IST

Lok Sabha Election 2024: ବିଜେପି ଲାଗି ପ୍ରଚାର ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାୟଗଡା ଓ ନବରଙ୍ଗପୁରରେ କରିବେ ପ୍ରଚାର । ସେହିପରି ଆସନ୍ତା ଦିନରେ ହେମାମାଳିନୀ ଷ୍ଟାର ପ୍ରଚାରକ ଭାବେ ଆସିବେ ନେଇ ସୂଚନା । ଅଧିକ ପଢନ୍ତୁ

କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ; 9ରେ ଗଡକରୀ, ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ
କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ; 9ରେ ଗଡକରୀ, ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ (ETV Bharat Odisha)
ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ; କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ, 9ରେ ଗଡ଼କରୀ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପାଖେଇ ଆସୁଛି ନିର୍ବାଚନ । ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାରରେ କମ୍ପୁଛି ମଇଦାନ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ପ୍ରଚାର ପରେ ଏବେ ଜୋରଦାର ପ୍ରଚାର ପାଇଁ ଆସୁଛନ୍ତି ଅନ୍ୟ କେନ୍ଦ୍ରୀୟ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି (ବୁଧବାର) ପ୍ରଚାର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ବଲିଉଡ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ଓଡ଼ିଶା ଆସିବାର ସୂଚନା ରହିଛି ।

9ରେ ଆସିବେ ଗଡ଼କରୀ: ପ୍ରତିରକ୍ଷା ମନ୍ତ୍ରୀ ରାୟଗଡା ଓ ନବରଙ୍ଗପୁରରେ ସଭା କରିବେ । ଏଣେ ଛତିଶଗଡ ମୁଖ୍ୟମନ୍ତ୍ରୀ ସାଏ କୋରାପୁଟର ତିନୋଟି ସ୍ଥାନରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାପରେ ଆସନ୍ତା 9 ତାରିଖରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଆସିବେ । ଉଭୟ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ । ଗଡକରୀ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରି ଉଦବୋଧନ ଦେବେ । ସେପଟେ ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ: ଓଡ଼ିଶା ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ହେମାମାଳିନୀ । ତେବେ ସେ କେବେ ଓଡ଼ିଶା ଆସିବେ ଏବଂ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇନି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ପ୍ରଚାର କରିଥିଲେ । ପୁଣିଥରେ ମୋଦି 10ରେ ଏବଂ ଶାହା 12ରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ: ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି: ମୋଦି - PM Modi Berhampur Rally

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା; ମୋଦି, ଶାହଙ୍କ ସମେତ 40ଜଣ ସାମିଲ - BJP Star Campaigners For Odisha

ଇଟିଭି ଭାରତ, ଭୁବନେଶ୍ବର

Last Updated : May 7, 2024, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.