ETV Bharat / politics

ରାଇରଙ୍ଗପୁରରେ ଭୋଟ ମାଗିଲେ ଅଶ୍ବିନୀ ବୈଷ୍ଣବ, ବିଜେଡି ଅଭିଯୋଗର ରଖିଲେ ଜବାବ - Ashwini Vaishnaw Campaign - ASHWINI VAISHNAW CAMPAIGN

Ashwini Vaishnaw Campaign In Rairangpur: ଆଜି ପ୍ରଚାରର ଅନ୍ତିମ ଦିନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆ ରେଳ ପ୍ରକଳ୍ପର ନକ୍ସା ପାସ୍ ହେବା ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Ashwini Vaishnaw Campaign In Rairangpur
Ashwini Vaishnaw Campaign In Rairangpur (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 9:41 PM IST

ରାଇରଙ୍ଗପୁର: ଆଜି ଅନ୍ତିମ ଦିନରେ‌ ସରିଛି ବିଜେପି ଦଳର ନିର୍ବାଚନୀ ପ୍ରଚାର । କିଛି ଦିନ ହେବ ବିଜେପି ଦଳର ଷ୍ଟାର ପ୍ରଚାରକ ମାନେ ଘନ ଘନ ମୟୂରଭଞ୍ଜ ଗସ୍ତ କରି ହାଇଭୋଲ୍ଟେଜ ପ୍ରଚାର କରି ଫେରି ଯାଇଛନ୍ତି । ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରକୁ ଆସି ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଏଥର ଡବଲ ବିକାଶ ପାଇଁ ଡବଲ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କ ନିକଟରେ ନିବେଦନ କରିଥିଲେ । ଆଜି ପ୍ରଚାରର ଅନ୍ତିମ ଦିନରେ‌ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆସିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଥମେ ଯଶିପୁର ନିର୍ବାଚନ ମଣ୍ଡଳୀର ଆହାରବନ୍ଧ ଠାରେ ଆୟୋଜିତ ଜନସଭାରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଓ ଯଶିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପାଇଁ ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ ।

Ashwini Vaishnaw Campaign In Rairangpur (ETV Bharat Odisha)

ସେଠାରୁ ହେଲିକପ୍ଟର ଯୋଗେ ଦିନ ପାଖାପାଖି ୧.୨୦ ସମୟରେ ରାଇରଙ୍ଗପୁର ସହର ନିକଟସ୍ଥ ଭରଣ୍ଡିଆ ପଡିଆ ଠାରେ ପହଞ୍ଚି ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀଙ୍କୁ ସଭା ମଞ୍ଚକୁ ପାଛୋଟି ନେଇଥିଲେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ, ସାରସକଣା ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜୋଲେନ ବାରଦାଙ୍କ ସମେତ ବିଜେପିର ବରିଷ୍ଠ ନେତା ନବୀନ ରାମ ଓ ସଞ୍ଜୀବ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ ... ରାଇରଙ୍ଗପୁର ଓ ମୋରଡାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ହାଇଭୋଲ୍ଟେଜ ପ୍ରଚାର - Assam CM Campaign In Mayurbhanj

ବିଜେପିର ବ୍ଲକ ସ୍ତରୀୟ ନେତା, କର୍ମକର୍ତ୍ତା ଓ ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ଅଶ୍ବିନୀ ବୈଷ୍ଣବ ସମସ୍ତଙ୍କୁ ନମସ୍କାର ଜଣାଇ ନିଜ ଅଭିଭାଷଣ ରଖିଥିଲେ । ଏଥର ମୟୂରଭଞ୍ଜ ବାସୀଙ୍କ ପାଇଁ ଏକ ବିଶେଷ ଉପହାର ନେଇ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ନିଜ ଅଭିଭାଷଣରେ ବୁଡାମରା-ଚାକୁଳିଆ ରେଳ ଲାଇନର ନକ୍ସା ପାସ୍ ହୋଇ ଯାଇଥିବା ଦର୍ଶାଇଥିଲେ । ସେହିପରି ବାଦାମପାହାଡରୁ କେନ୍ଦୁଝର ଓ ଗୋରୁମହିଷାଣୀରୁ ବାଙ୍ଗିରିପୋଷି ରେଳ ଲାଇନର ନକ୍ସା ପାସ୍ ହୋଇ ଯାଇଥିବା କହିଥିଲେ ଅଶ୍ବିନୀ । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାରେ ଆଉ ୮୪ଟି ଟାୱାର ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସାରାଦେଶରେ ମିଶନ ଶକ୍ତି ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ହୋଇଥିବା କହିଥିଲେ । ବିଜେଡ଼ି ସବୁବେଳେ ମିଛ କଥା କହି ସବୁ କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ଏଥର ବିଜେପି ସରକାର ଗଠନ କରିବେ କି, ତିନୋଟି ରେଳ ସଂଯୋଗୀକରଣ ନେବେ କି, ୮୪ ଟି ମୋବାଇଲ ଟାୱାର ନେବେ କି, ଏପରି ପ୍ରଶ୍ନ ପଚାରି ଜନସାଧାରଣଙ୍କୁ ଡବଲ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଯେଉଁ ବିକାଶ ଲୋକମାନେ ଦେଖି ନ ଥିଲେ ଏହି ଦଶ ବର୍ଷ ମଧ୍ୟରେ ବିକାଶକୁ ଭଲ ଭାବରେ ଦେଖିଛନ୍ତି । ପୂର୍ବରୁ ଅର୍ଥନୈତିକ ବ୍ୟବସ୍ଥାରେ ଭାରତ ୧୧ ନଂ ସ୍ଥାନରେ ଥିବା ବେଳେ ଆଜି ଦୁନିଆର ପଞ୍ଚମ ସ୍ଥାନରେ ରହି ରେକର୍ଡ଼ ସୃଷ୍ଟି କରିଛି । ଓଡିଶାରେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ 3100, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପଚାଶ ହଜାର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ୨୫ ବର୍ଷର ଭ୍ରଷ୍ଟ ବିଜେଡ଼ି ସରକାରଙ୍କୁ ଚଳିତ ଥର ଜନ ସାଧାରଣ ପ୍ରତ୍ୟାଖ୍ୟାନ କରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବେ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.