ETV Bharat / politics

ଓଡ଼ିଶାରେ ରାହୁଲ; ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା

author img

By ETV Bharat Odisha Team

Published : Feb 6, 2024, 5:25 PM IST

Rahul Gandhi reached Biramitrapur: ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସହ ପହଞ୍ଚିଲେ ରାହୁଲ । ଭବ୍ୟ ସ୍ବାଗତ କଲେ ତମାମ ବରିଷ୍ଠ ନେତା । ଅଧିକ ପଢ଼ନ୍ତୁ

ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା

ରାଉରକେଲା: ଓଡ଼ିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ । ଦଳର ଯୁବରାଜଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟର ତମାମ ବରିଷ୍ଠ ନେତା । ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ରହି ରାହୁଲଙ୍କୁ ଓଡ଼ିଶାକୁ ସ୍ବାଗତ କରିଛନ୍ତି । ଆଜି ବୀରମିତ୍ରପୁରରେ ଆରମ୍ଭ ହେବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ।

ମଣିପୁରରୁ ମହାରାଷ୍ଟ୍ର ବାହାରିଥିବା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସୁନ୍ଦରଗଡ଼ରେ ପହଞ୍ଚିଛି । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଏହି ନ୍ୟାୟ ଯାତ୍ରା ଆଗକୁ ବଢ଼ିବ । ରାହୁଲଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇଉଠିଛି କଂଗ୍ରେସ ଶିବିର । ପଶ୍ଚିମ ଓଡିଶା ସମେତ ସମ୍ପୂର୍ଣ୍ଣ ଓଡିଶାରେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲା ଗୁଡ଼ିକରେ ପୂର୍ବ ପ୍ରସ୍ତୁତି ସରିଛି । ପୂର୍ବରୁ ଏଥିପାଇଁ ରାଜ୍ୟ କଂଗ୍ରେସର ନେତାମାନେ ସୁନ୍ଦରଗଡରେ ଡେରା ପକାଇଥିବା ବେଳେ ରାସ୍ତାଘାଟରେ ଉଡୁଛି କଂଗ୍ରେସ ପତାକା । ରାଉରକେଲା ସହରର ଛକ ଛକରେ ରାହୁଲ ଗାନ୍ଧିଙ୍କ ପୋଷ୍ଟର ସହ କଂଗ୍ରେସ ପତାକା ଲଗାଇ ରାସ୍ତାଘାଟକୁ ସୁସଜ୍ଜିତ କରାଯାଇଛି ।

ଆଜି ରାହୁଲଙ୍କ କାର୍ଯ୍ୟକ୍ରମ: ଉପକୂଳ ଓଡ଼ିଶାରେ ମଲ୍ଲିକର୍ଜୁନ ଖଡ୍‌ଗେ ନିର୍ବାଚନ ବିଗୁଲ ବଜାଇ ସାରିଥିବା ବେଳେ ବର୍ତ୍ତମାନ ପଶ୍ଚିମ ଓଡିଶାରେ ଦଳ ପାଇଁ ନିର୍ବାଚନୀ ମାହୋଲ ଆଜିଠାରୁ ପ୍ରସ୍ତୁତ କରିବେ ରାହୁଲ । ସୁନ୍ଦରଗଡ଼ ଜିଲ୍ଲାରେ ବୀରମିତ୍ରପୁରଠାରେ ପହଞ୍ଚିବା ପରେ ସେଠାରେ ରାହୁଲଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ଏହିଠାରୁ 11 କିଲୋମିଟର ନ୍ୟାୟ ଯାତ୍ରା କରି ବିଜାବାହାଲଠାରେ ପହଞ୍ଚି ରାତ୍ରିଯାପନ କରିବେ ରାହୁଲ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ; କିଛି ପ୍ରଭାବ ପଡିବନି କହିଲା ବିଜେପି-ବିଜେଡି

ଆସନ୍ତାକାଲିର କାର୍ଯ୍ୟକ୍ରମ: ବୁଧବାର ସକାଳରେ ରାଉରକେଲା ଉଦିନଗରରୁ ଯାତ୍ରା ଆରମ୍ଭ ହୋଇ ପାନପୋଷ ଛକଠାରେ ପହଞ୍ଚିବା ପରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ରାହୁଲ । ପରେ ବିର୍ସାମୁଣ୍ଡା ପଡିଆରେ କଂଗ୍ରେସ ସାଂସଦ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି । ଅପରାହ୍ନ 2ଟାରେ ରାଜଗାଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ରାହୁଲ କୁଟ୍ରା ଅଭିମୁଖେ ବାହାରି ବଡ଼ଗାଁଓରେ କିଛି ସମୟ ରହିବେ । 4ଟା 30 ବେଳେ ସୁନ୍ଦରଗଡ ବସଷ୍ଟାଣ୍ଡରୁ ପଦଯାତ୍ରାରେ ବାହାରି ଏସବିଆଇ ଛକ ଦେଇ ଝାରସୁଗୁଡା ଅମିଲିପାଲିରେ ରାତ୍ରିଯାପନ କରିବେ ।

ଫେବୃଆରୀ 8ରେ କାର୍ଯ୍ୟକ୍ରମ: ଗୁରୁବାର ସକାଳ ସମୟରେ ରାହୁଲ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକରୁ ପଦଯାତ୍ରାରେ ବାହାରି ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ଗୋବିନ୍ଦପୁର ମଧୁବନ ଢ଼ାବାରେ କିଛି ସମୟ ଅବସ୍ଥାନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ପରେ ଅପରାହ୍ନ 2ଟାରେ କନକତୋରାରୁ ବାହାରି ଓଡ଼ିଶା ଛାଡି ଛତିଶଗଡରେ ପ୍ରବେଶ କରିବେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.