ETV Bharat / politics

ବାପା, ଦାଦା ନେତା ଥିଲେ ଆମେ ନେତା ହୋଇଯିବାନି; ସୁନୀଲଙ୍କୁ କଟାକ୍ଷ କଲେ ଜୟନ୍ତ - Puri Politics - PURI POLITICS

Puri Politics: ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି କଟାକ୍ଷ ରାଜନୀତି । ପରିବାରବାଦ ପ୍ରସଙ୍ଗ ନେଇ ପୁରୀ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ କଟାକ୍ଷ କଲେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ସେପଟେ ବିଜେପି ଭୋକ ବିକଳରେ ତାଟିଆ କାମୁଡୁଛି କହି କଟାକ୍ଷ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ । ଅଧିକ ପଢ଼ନ୍ତୁ

Puri Politics
Puri Politics
author img

By ETV Bharat Odisha Team

Published : Apr 12, 2024, 6:28 PM IST

Puri Politics

ପୁରୀ: ଆଗାମୀ ନିର୍ବାଚନ ପୂର୍ବରୁ ପୁରୀ ବିଧାନସଭା ଭୋଟରଙ୍କୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ନିଜର ରିପୋର୍ଟ୍‌ କାର୍ଡ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ୍‌ କାର୍ଡ ପ୍ରକାଶ ଅବସରରେ ସେ ପୁଣି ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି । କାହାର ବାପ ଅଜା ନେତା ଥିଲେ ବୋଲି ସେମାନଙ୍କ ପିଲାମାନେ ବି ନେତା ହୋଇଯିବେ, ଏହାର କିଛି ମାନେ ନାହିଁ ବୋଲି କହି ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି ଜୟନ୍ତ । ସେପଟେ ଏନେଇ ନିଜେ ସୁନୀଲ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ ମଧ୍ୟ ଜୟନ୍ତଙ୍କ ଉପରେ ବର୍ଷିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।

'କେବେ ବି ଲୋକଙ୍କ ସହିତ ନାହାନ୍ତି ବିଜେଡି ପ୍ରାର୍ଥୀ': ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ବିଜେଡି ପ୍ରାର୍ଥୀ ୱାର୍ଡ ମେମ୍ବରଟିଏ ହୋଇନାହାନ୍ତି । ସେ କଣ ଲୋକଙ୍କ ନେତୃତ୍ବ ନେବେ ? ଲୋକଙ୍କ ନେତୃତ୍ବ ନେବାକୁ ହେଲେ ଘରୁ ବାହାରି ଲୋକଙ୍କ ସେବା କରିବାକୁ ପଡେ । ଘରେ ବସି ଲୋକଙ୍କ ସେବା ହୁଏନି । ଖାଲି ନିଜ ବାପ ଅଜା ନେତା ହୋଇଗଲେ ଯେ ସବୁ ନେତା ହୋଇଯିବେ, ତାହା ଠିକ୍ ନୁହେଁ । ଏଥିପାଇଁ ଲୋକଙ୍କ ସୁଖଦୁଃଖରେ ରହିବାକୁ ପଡିବ । ବିଜେଡିର ପ୍ରାର୍ଥୀ କେବେ ବି ଲୋକଙ୍କ ସେବାରେ ନାହାନ୍ତି । ତାଙ୍କ ବାପାଙ୍କ ବିୟୋଗ ପରେ କ୍ଷମତା ପାଇଁ ରାଜନୀତିକୁ ଆସିଛନ୍ତି । ସେ କେବେ ବି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଘରୁ ପାଦ କାଢି ନାହାନ୍ତି । ସେ ଜଣେ ପକ୍କା ବ୍ୟବସାୟୀ । ବ୍ୟବସାୟରେ ହିଁ ସେ ରୁହନ୍ତି । ଯଦିଓ ବିଜେଡିର ପାର୍ଟି ଆଧାରରେ ଭୋଟ ରହିଛି, ହେଲେ ପ୍ରାର୍ଥୀ ଆଧାରରେ କୌଣସି ଭୋଟ ତାଙ୍କର ନାହିଁ । ସେ କେବେ କାହାକୁ ଅସୁବିଧାରେ ସହଯୋଗ କରିନାହାନ୍ତି । କୋଭିଡ ମହାମାରୀ ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ସବୁ ଲୋକ କଷ୍ଟରେ ଥିଲେ । ସାମାନ୍ୟ ବିସ୍କୁଟ ହେଉ କି ଚାଉଳ ସେମାନେ ଲୋକଙ୍କୁ ଦେଇନାହାନ୍ତି ।"

'ନିର୍ବାଚନ ପରେ ଆପାର୍ଟମେଣ୍ଟ ବ୍ୟବସାୟରେ ଥିବେ ବିଜେଡି ପ୍ରାର୍ଥୀ': ତେବେ ନେତୃତ୍ବ ନେବା ଏକ ଇଶ୍ଵରଙ୍କ ଦାନ । ଘରେ ଖାଲି ନିଜ ବାପା, ଦାଦା ନେତା ହୋଇଗଲେ ଯେ ଆମେ ନେତା ହୋଇଯିବା, ତାହାର କିଛି ମାନେ ନାହିଁ ବୋଲି ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ କଟାକ୍ଷ କରି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ଲୋକଙ୍କ ସହ ଯିଏ ରହିବ, ତାକୁ ହିଁ ଲୋକେ ନିର୍ବାଚିତ କରିବେ ବୋଲି ତାଙ୍କର ବିଶ୍ବାସ ଥିବା ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ସେ ଆହୁରି କହିଛନ୍ତି, "ନିର୍ବାଚନ ସରିଲେ ପୁରୀରେ ହୋଇଥିବା ବିଜେଡି ପ୍ରାର୍ଥୀଙ୍କ ଆଉ ଦେଖା ଦର୍ଶନ ନଥିବ । ସେ ତାଙ୍କ ଆପାର୍ଟମେଣ୍ଟ ବ୍ୟବସାୟରେ ଥିବେ ।" ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ସହ ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜୟନ୍ତ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ, ପୁରୀରେ ବିଜେପି ବିପୁଳ ବିଜୟ ହାସଲ ନେଇ ଦୃଢୋକ୍ତି - Puri Assembly constituency

ପାଲଟା ଜବାବ ଦେଲେ ଶୁଭାଶିଷ: ସେପଟେ ବିଜେଡିକୁ ବାରମ୍ବାର ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଟାର୍ଗେଟ କରିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ବିଜେଡି ୩୬୫ ଦିନ ଲୋକଙ୍କ ସହ ରହି କାର୍ଯ୍ୟ କରେ । ନିର୍ବାଚନ ଆସିଲେ ବିଜେଡି ପାଇଁ କିଛି ନୂଆ କଥା ନୁହେଁ । ବିଜେଡି ସବୁବେଳେ ଲୋକଙ୍କ ସହ ଅଛି, ତେଣୁ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଓ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ବିପୁଳ ବିଜୟ ହାସଲ କରିବ । ନିର୍ବାଚନ ବିଗୁଲ ବାଜିବା ପରେ ମଧ୍ୟ ବିଜେଡି ପୁରୀ ଆସନକୁ ଦଖଲ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି । ବିଜେଡି ସବୁବେଳେ ଲୋକଙ୍କ ସହ ବର୍ଷର ୩୬୫ ଦିନ ଲୋକଙ୍କ ସୁଖଦୁଃଖରେ ଅଛି । ତେଣୁ ନିର୍ବାଚନକୁ ନେଇ ବିଜେଡି ବ୍ୟସ୍ତ ହୁଏ ନାହିଁ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନାକୁ ଆଧାର କରି ପୁରୀ ଲୋକସଭା ଓ ବିଧାନସଭାରେ ବିଜେଡି ଜବରଦସ୍ତ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ।

'ପୁରୀ ବିଜେଡିରେ କନ୍ଦଳ ନାହିଁ': ତେବେ ଅନେକ ସମୟରେ ମହେଶ୍ବର ମହାନ୍ତିଙ୍କ ପରିବାର ଓ ଶୁଭାଶିଷଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ପୁରୀ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ସ୍ପଷ୍ଟିକରଣ ରଖି ଶୁଭାଶିଷ କହିଛନ୍ତି, "ପୁରୀ ବିଜେଡିରେ କୌଣସି କନ୍ଦଳ ନାହିଁ । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପବଦ୍ଧ ।" ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ନିଜ ରିପୋର୍ଟ୍‌ କାର୍ଡରେ ଦର୍ଶାଇ ବାଃ ବାଃ ନେବାକୁ ଚେଷ୍ଟା କରିବା ହାସ୍ୟାସ୍ପଦ ବୋଲି ଶୁଭାଶିଷ କହିଛନ୍ତି । ସେ କହିଛନ୍ତି, "ଭୋକ ବିକଳରେ ତାଟିଆ କାମୁଡିବା ନିତିରେ ନିଜର ପ୍ରଚାର ପାଇଁ ବିଜେପି ପ୍ରାର୍ଥୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଫଳତାକୁ ନିଜ ପାଇଁ ଶ୍ରେୟ ନେବା ଲଜ୍ୟାଜନକ । ଲୋକ ସବୁ ବୁଝି ସାରିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ପୁରୀରେ ବିପୁଳ ବିଜୟ ହାସଲ କରିବ ।" ସେପଟେ ବିଜେପି ପ୍ରାର୍ଥୀଙ୍କ ଘନ ଘନ ଟାର୍ଗେଟକୁ ନେଇ ବିଜେଡି ପ୍ରାର୍ଥୀ ସୁନୀଲ କିନ୍ତୁ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.