ETV Bharat / politics

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ବିଜେଡି ଉପରେ ଗର୍ଜିଲେ ସୁଦୀପ ସାମଲ

author img

By ETV Bharat Odisha Team

Published : Mar 20, 2024, 10:56 PM IST

Press Meet by State Youth Congress: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦୀପ ସାମଲ ଏହାର ଅଧ୍ୟକ୍ଷତା କରିଥିଲେ । ଅଧିକ ପଢ଼ନ୍ତୁ,

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦୀପ ସାମଲ ଏହାର ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ସେ ବିଜୁ ଜନତାଦଳ ଉପରେ ବର୍ଷିବା ସହିତ, ସେ ତାର ଶାସାନ କାଳ ମଧ୍ୟରେ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ତେବେ ୨୦୦୦-୦୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଧରି ବିଜେଡ଼ି ଓ ବିଜେପି ଓଡ଼ିଶାରେ ଏକ ମିଳିତ ସରକାର ଗଠନ କରି ଶାସନରେ ଥିଲେ । ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଲଗାତର ୧୫ବର୍ଷ କାଳଧରି ବିଜୁ ଜନତା ଦଳ ଏକାକି ରାଜ୍ୟରେ ଶାସନ କରୁଥିଲା । ତେବେ ଏହି ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ଥାଇ ଏ ରାଜ୍ୟର ଯେଉଁ ମୌଳିକ ସମସ୍ୟା ଗୁଡ଼ିକୁ କାହିଁକି ସମାଧାନ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁଦୀପ ।

ସେ ଆହୁରୀ ମଧ୍ୟ କହିଛନ୍ତି, ‘‘୨୦୦୦ ମସିହାରେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ଆଜି ପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ । ଏହି ୨୪ ବର୍ଷ ଭିତରେ ଓଡ଼ିଶାର ଦାରିଦ୍ର‌୍ୟତା କମିବା ପରିବର୍ତ୍ତେ ଆଜି ମଧ୍ୟ ରାଜ୍ୟର ୧୦ଟି ଆଦିବାସୀ ପ୍ରବଣ ଜିଲ୍ଲା ମାନଙ୍କରେ ୪୨ ପ୍ରତିଶତରୁ ୫୨ ପ୍ରତିଶତ ଲୋକ ଦରିଦ୍ର । ପ୍ରତିବର୍ଷ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏ ସରକାର ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଦପ୍ତରରେ ଖାଲି ପଡ଼ିଥିବା ୨ଲକ୍ଷ ୩୬ ହଜାର ପଦବୀ ବର୍ଷ ବର୍ଷ ଧରି ପୂରଣ କରାଯାଉନାହିଁ । ବେକାରୀ କ୍ଷେତ୍ରରେ ଓଡ଼ିଶା ଆଜି ୧ନମ୍ବର ।’’ ସେ ଆହୁରୀ ମଧ୍ୟ ନାରୀ ନିର୍ଯ୍ୟାତନା, ମହିଳା ଅତ୍ୟାଚାର ଓ ହିଂସା, ମହିଳାଙ୍କ ଗୁଣାତ୍ମକ ଶିକ୍ଷା, ଶିଶୁ ନିଖୋଜ କଥା ଉପରେ ମଧ୍ୟ ଦୃଷ୍ଟି ଆରୋପ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..... ଜଳ ସମସ୍ୟା ନେଇ କୃଷକ ସମାବେଶ, ସରକାରଙ୍କ ଉପରେ ଗର୍ଜିଲେ କୃଷକ ସଂଘ

ସେ ଆହୁରୀ ମଧ୍ୟ କହିଛନ୍ତି, ‘‘୨୪ ବର୍ଷ ଶାସନକାଳ ଭିତରେ ରାଜ୍ୟର ଜନସାଧାରଣଙ୍କ ଆୟର କୌଣସି ବୃଦ୍ଧି ଘଟିନାହିଁ । ରାଜ୍ୟରେ ସମସ୍ତ ଠିକା କାମ ଅଣଓଡ଼ିଆ ଠିକାଦାରଙ୍କ ହାତରେ । ଓଡ଼ିଶାର ଅସ୍ମିତା କଥା କହୁଥିବା ବିଜୁ ଜନତା ଦଳ ଜଣେ ଅଣଓଡ଼ିଆ ତାଲିମ ବ୍ୟକ୍ତି ଦ୍ବାରା ପରିଚାଳିତ । ରାଜ୍ୟର ସବୁକ୍ଷେତ୍ରରେ ଆଜି ଦୁର୍ନୀତି ଅତି ମାତ୍ରାରେ ବୃଦ୍ଧି ପାଇଛି । ଖଣି, ଡାଲି, ଜମି, ପାଣି ଓ ଚିଟଫଣ୍ଡ ଦୁର୍ନୀତିରେ ଉଭୟ ବିଜଡ଼ି ଓ ବିଜେପିର ନେତା ତଥା ମନ୍ତ୍ରୀମାନେ ସଂପୃକ୍ତ । ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ୪୦ ପ୍ରତିଶତରୁ ଅଧିକ ପିସି କାରବାର ଚାଲିଛି । ସେହିଭଳି ଭାରତୀୟ ଜନତାପାର୍ଟିର ନେତୃବୃନ୍ଦ ଜନସାଧାରଣଙ୍କ ସମ୍ମୁଖରେ ପାଖାପାଖି ୭ ହଜାର କୋଟି ଟଙ୍କା ଇଲୋକ୍ଟ୍ରରାଲ ବଣ୍ଡ ମାଧ୍ୟମରେ ୨୦୧୮ ରୁ ଆଜି ପର୍ଯ୍ୟନ୍ତ କଣ କରିଛନ୍ତି ତାର ହିସାବ ରଖନ୍ତୁ । ବିକାଶର ଚିତ୍ର କେବଳ ଗଣମାଧ୍ୟମରେ ପ୍ରଚାରିତ କରାଯାଉଛି ।’’

ବିଗତ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା ପାଇଁ ନବୀନ ନିବାସ ଯାଉଥିବା ସମୟରେ ସେମାନଙ୍କୁ ରାସ୍ତାରେ ପୋଲିସ ଲଗାଇ ଅଟକାଯାଇଥିଲା । ଏବେ ସମୟ ଆସିଛି ନବୀନ ବାବୁ ଏବଂ ତାଙ୍କ ଦଳର ନେତାମାନେ ଭୋଟ ମାଗିବା ପାଇଁ ଗାଁ ଗଣ୍ଡାକୁ ଯିବା ସମୟରେ ଯୁବ କଂଗ୍ରେସର କର୍ମକର୍ତ୍ତା ମାନଙ୍କର ପ୍ରଶ୍ନର ଉତ୍ତର ରଖିବେ ତାହା ପରେ ଭୋଟ ମାଗିବା ପାଇଁ ଜନସାଧାରଣଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.