ETV Bharat / politics

ପାଣ୍ଡିଆନଙ୍କ ସଭାରେ ପୂର୍ବତନ ବିଧାୟକ ସନାତନ ମହାକୁଡ, ଜୋର ଧରିଲା ଦଳରେ ସାମିଲ ହେବା ଚର୍ଚ୍ଚା

author img

By ETV Bharat Odisha Team

Published : Jan 28, 2024, 11:04 PM IST

Presence of Ex MLA Sanatan Mahakud in 5T Chairman's Meeting : କେନ୍ଦୁଝର ଜିଲ୍ଲାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଚମ୍ପୁଆର ପୂର୍ବତନ ସ୍ଵାଧୀନ ବିଧାୟକ ସନାତନ ମହାକୁଡଙ୍କ ଉପସ୍ଥିତି ନେଇ ରାଜନୈତିକ ମହଲରେ ଆଲୋଚନା । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ ସଭାରେ ପୂର୍ବତନ ବିଧାୟକ ସନାତନ ମହାକୁଡ, ଜୋର ଧରିଲା ଦଳରେ ସାମିଲ ହେବା ଚର୍ଚ୍ଚା
ପାଣ୍ଡିଆନଙ୍କ ସଭାରେ ପୂର୍ବତନ ବିଧାୟକ ସନାତନ ମହାକୁଡ, ଜୋର ଧରିଲା ଦଳରେ ସାମିଲ ହେବା ଚର୍ଚ୍ଚା
ପାଣ୍ଡିଆନଙ୍କ ସଭାରେ ପୂର୍ବତନ ବିଧାୟକ ସନାତନ ମହାକୁଡ, ଜୋର ଧରିଲା ଦଳରେ ସାମିଲ ହେବା ଚର୍ଚ୍ଚା

କେନ୍ଦୁଝର: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଜିଲ୍ଲାର ସଦର ବ୍ଳକ ସିଲିସୁଆଁରେ ରବିବାର ଦିନ ଆୟୋଜିତ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ । ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଚମ୍ପୁଆର ପୂର୍ବତନ ସ୍ଵାଧୀନ ବିଧାୟକ ସନାତନ ମହାକୁଡଙ୍କ ଉପସ୍ଥିତି ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି । ସନାତନ ମହାକୁଡ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବେ ଲଢ଼ି ବିଜୟୀ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ଶେଷ ମୁହୁର୍ତ୍ତରେ ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ ।

ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ପ୍ରଥମେ ଶନିବାର ଦିନ ମା’ ସମଲେଇ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ସମ୍ବଲପୁରଠାରେ ଉପସ୍ଥିତି ଯେତିକି ଚର୍ଚ୍ଚାର ବିଷୟ ନଥିଲା, ତା' ଠାରୁ ବେଶୀ ସିଲିସୁଆଁ ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ଖୋଦ୍ ଶାସକ ବିଜେଡି ନେତାଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଚମ୍ପୁଆର ପୂର୍ବତନ ବିଧାୟକ ମହାକୁଡ ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେବେ ବୋଲି ତାଙ୍କ ସମର୍ଥକ ଓ ବହୁ ବିଜେଡି ନେତା ଆଶା ବାନ୍ଧିଥିଲେ । କିନ୍ତୁ ସେଭଳି କିଛି ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ ... କେନ୍ଦ୍ରାପଡାରେ 'ନୂଆ-ଓ' ଉଦଯାପିତ; ଆସିଲେନି ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ସନାତନ ମହାକୁଡ ନା ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତ କିମ୍ବା ଜିଲ୍ଲା ବିଜେଡିର ବରିଷ୍ଠ ନେତା କୁଶ ଆପଟ୍ଟ ମଧ୍ୟରୁ କିଏ ଆଗାମୀ ନିର୍ବାଚନରେ ଚମ୍ପୁଆରୁ ବିଜେଡିର ପ୍ରାର୍ଥୀ ହେବେ ସେ ନେଇ ଦଳୀୟ କର୍ମୀ ମହଲରେ ଉତ୍କଣ୍ଠା ଦେଖାଦେଇଛି । ବିଜେଡିରେ ଯୋଗଦେବା ସମ୍ପର୍କରେ ସନାତନ ମହାକୁଡ ଏହାକୁ ଖଣ୍ଡନ କରିବା ସହ ଜିଲ୍ଲାର ବିକାଶ ପାଇଁ ତାଙ୍କର ଲଢ଼େଇ ଜାରି ରହିଛି ଏବଂ ରବିବାର ଅନୁଷ୍ଠିତ ସମାବେଶରେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ୫ଟି ଅଧ୍ୟକ୍ଷ ପାଣ୍ଡିଆନ ଆଗାମୀ ୧୦ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଛି ବୋଲି କହିଥିଲେ ।

ତେବେ ଦୀର୍ଘଦିନ ବ୍ୟବଧାନରେ ଜିଲ୍ଲାର ଯେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସନାତନ ମହାକୁଡଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ନେଇ ରାଜନୀତି ମହଲରେ ବିଶେଷ କରି କଂଗ୍ରେସ ଓ ବିଜେପି ମହଲରେ ବେଶ ଚର୍ଚ୍ଚା ହୋଇଛି । ତେବେ ଆଜିର କାର୍ଯ୍ୟକ୍ରମରେ ବର୍ତ୍ତମାନର ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଅନୁପସ୍ଥିତିକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.