ETV Bharat / politics

'ଖଡ୍‌ଗେ ଓ ରାହୁଲଙ୍କ ଗସ୍ତ ପରେ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଛି'

author img

By ETV Bharat Odisha Team

Published : Feb 11, 2024, 8:04 PM IST

Election Preparation of Odisha Congress: ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ସେନେଇ ରାଜ୍ୟ କଂଗ୍ରେସ ଭବନରେ ବସୁଛି ମାରାଥନ ବୈଠକ । 147ଟି ନିର୍ବାଚନ ମଣ୍ଡଳୀର ନେତା, ସଂଗଠକ ଓ ଆଗ ଧାଡ଼ିର କର୍ମୀ ଏବେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ମୁହାଁ । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି
Election Preparation of Odisha Congress
Election Preparation of Odisha Congress

ଭୁବନେଶ୍ବର: ଚଳଚଞ୍ଚଳ କଂଗ୍ରେସ ଭବନ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପରେ ଫୁଲ୍‌ ଜୋଶରେ ରାଜ୍ୟ କଂଗ୍ରେସ । ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଏବେ ବେଶ ଆଶାବାଦୀ । 24 ବର୍ଷ ପରେ ଓଡ଼ିଶାରେ କଂଗ୍ରେସ ପୁଣି କ୍ଷମତା ଦଖଲ କରିବ ବୋଲି କହିଛନ୍ତି ପିସିସି ସଭାପତି । ସେନେଇ ଚାଲିଛି ମାରାଥନ ବୈଠକ । 147ଟି ନିର୍ବାଚନ ମଣ୍ଡଳୀର ନେତା, ସଂଗଠକ ଓ ଆଗ ଧାଡ଼ିର କର୍ମୀ ଏବେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ମୁହାଁ । କାହାକୁ ମିଳିବ ଟିକେଟ, ସେନେଇ ପିସିସି ମୁଖିଆ ଆଲୋଚନା କରୁଛନ୍ତି ।

'ପ୍ରଗମନ' ୱେବ୍‌ସାଇଟ୍‌ରେ ବୃଦ୍ଧି ପାଉଛି ଆଶାୟୀଙ୍କ ଭିଡ଼ । ସେଥିପାଇଁ କଂଗ୍ରେସ ମହଲରେ ଏବେ ଖୁସିର ମାହୋଲ । ଉଭୟ ବିଧାନସଭା ଏବଂ ଲୋକସଭା କ୍ଷେତ୍ର ଗୁଡ଼ିକ ପାଇଁ ଆବେଦନର ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ଢେର ବେଶୀ । ସବୁ ବର୍ଗର ଜନସାଧାରଣ ଏବେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରି ପ୍ରାର୍ଥୀ ହେବା ପାଇଁ ଆବେଦନ କରୁଥିବା ପିସିସି ସଭାପତି କହିଛନ୍ତି । ସେଥିପାଇଁ 2019 ଅପେକ୍ଷା 2024ରେ ଆଶାୟୀଙ୍କର ଲାଗିଛି ଲମ୍ବା ଲାଇନ । ପ୍ରଥମେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କର ଭୁବନେଶ୍ବରରେ ବିଶାଳ ଜନ ସମାବେଶ, ଏହାପରେ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଓଡିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହେବା କଂଗ୍ରେସକୁ ଅଧିକ ଜନାଦୃତ କରିବାରେ ସହାୟକ ହେଉଛି ବୋଲି କଂଗ୍ରେସ ଶିବିରରେ ଆଲୋଚନା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବଢ଼ୁଛନ୍ତି କଂଗ୍ରେସ ଆଶାୟୀ: ବିଧାନସଭା ଲାଗି ୨୫୦୦, ଲୋକସଭା ପାଇଁ ୬୭୦ ଆବେଦନ

ଏନେଇ ପିସିସି ସଭାପତି କହିଛନ୍ତି, "2019 ଅପେକ୍ଷା 2024ରେ ଆଶାୟୀଙ୍କ ସଂଖ୍ୟା ଢେର ବୃଦ୍ଧି ପାଉଛି । ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସମାବେଶ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପରେ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ବାସ ବୃଦ୍ଧି ପାଇଛି । ସେଥିପାଇଁ କଂଗ୍ରେସ ପ୍ରତି ଲୋକଙ୍କ ଜନ ସମର୍ଥନ ବୃଦ୍ଧି ପାଉଛି । କଂଗ୍ରେସ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି । ବିଜେଡି ଓ ବିଜେପିର ବିକଳ୍ପ କଂଗ୍ରେସ । ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସବୁ ଜିଲ୍ଲାରେ ବୁଥସ୍ତରୀୟ କମିଟି ଗଠନ ସରିଛି । ବ୍ଲକସ୍ତରୀୟ କମିଟି ପାଇଁ 37 ହଜାର ସଭ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇସାରିଛି ।" କଂଗ୍ରେସ ସଂଗଠନ ଏବେ ସୁଦୃଢ଼ ହୋଇଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.