ETV Bharat / politics

ଜୁନ ୧୦ରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର - BJP CM Oath Taking Ceremony

author img

By ETV Bharat Odisha Team

Published : Jun 6, 2024, 10:39 PM IST

CM Oath Taking Ceremony: ବିଜେପି ଗଢିବାକୁ ଯାଉଛି ଓଡିଶାରେ ନୂଆ ସରକାର । ଏଥି ପାଇଁ ଆସନ୍ତା ୧୦ରେ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଅଧିକ ପଢନ୍ତୁ

CM Oath Taking Ceremony
CM Oath Taking Ceremony (ETV Bharat Odisha)

ଭୁବନେଶ୍ବର: ଓଡିଶାବାସୀଙ୍କୁ ମିଳିବାକୁ ଯାଉଛି ନୂତନ ମୁଖ୍ୟମନ୍ତ୍ରୀ । ଚଳିତ ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେଡି ସରକାରକୁ ବିତାଡିତ କରି ରାଜ୍ କରିବାକୁ ଯାଉଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଜେପି ବହୁମତ ହାସଲ କଲେ ଜୁନ ୧୦ରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ହେବ ବୋଲି କହିଥିଲେ । ତଦନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ବିଜେପି ଭବ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୧୦ ତାରିଖରେ ଭୁବନେଶ୍ବରର ଜନତା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ .... ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର; ଜନସେବା ଜାରି ରଖ, ପରାଜୟର କାରଣ ଖୋଜିବ କମିଟି - Naveen Advice To BJD MLA

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ବିଜେପିର ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ମଧ୍ୟ ଏଥିରେ ଯୋଗ ଦେବେ । ବିଜେପି ଟିମ ସହ ଭୁବନେଶ୍ବର ଡିସିପି ଏବଂ ପୋଲିସ କମିଶନର ଜନତା ମୈଦାନରେ ପହଞ୍ଚି ପ୍ରସ୍ତୁତି ତଦାରଖ କରିଛନ୍ତି । ୧୦ ତାରିଖରେ ଅନେକ ଭିଭିଆଇପି ମାନଙ୍କ ଗସ୍ତ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର । ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ସହ ଆଜି ଠାରୁ ଭେନ୍ୟୁ ଗ୍ରାଉଣ୍ଡ ଜଗିବେ ପୋଲିସ । ଏହା ସହିତ ଡଗ ସ୍କ୍ବାଡ ଓ ବମ୍ ସ୍କ୍ବାଡ଼ ମଧ୍ୟ ନିୟୋଜିତ ହେବେ । ପୋଲିସ ଉଚ୍ଚ ପଦାଧିକାରୀମାନେ ପ୍ରବେଶ, ପାର୍କିଙ୍ଗ ଓ ପ୍ରସ୍ଥାନ ଅଞ୍ଚଳ ବୁଲି ଦେଖିଛନ୍ତି ।

ଅନ୍ୟପକ୍ଷେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ ଆଦିଙ୍କ ଭଳି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ଚୂଡାନ୍ତ ନିଷ୍ପତ୍ତି ବିଜେପିର ସଂସଦୀୟ ଦଳ ନେବ । ସୂଚନାଯୋଗ୍ୟ ଯେ, ଦୀର୍ଘ ୨୪ ବର୍ଷର ବିଜେଡିର ଶାସନକୁ ଧ୍ବସ୍ତ କରି ବିଜେପି ବିଜୟର ବାନା ଉଡାଇଛି । ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୭୮ଟି ଆସନକୁ କବ୍ଜା କରି ସରକାର ଗଢିବାକୁ ଯାଉଛି ବିଜେପି । ଏହା ସହ ୨ ସ୍ବାଧୀନ ବିଧାୟକ ହିମାଂଶୁ ଭୂଷଣ ସାହୁ (ଧର୍ମଶାଳା) ଓ ବିଜୟ କୁମାର ଦଳବେହେରା (ବଡମ୍ବା) ବିଜେପିକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.