ETV Bharat / politics

ନିର୍ବାଚନ ପାଇଁ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି

author img

By ETV Bharat Odisha Team

Published : Mar 7, 2024, 9:00 PM IST

Senior Congress Leader Prasad Harichandan: ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ କରାଯାଇଛି । ଆଜି ଏଆଇସିସି ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Congress Leader Prasad Harichandan
Congress Leader Prasad Harichandan

ଭୁବନେଶ୍ବର: ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ କଂଗ୍ରେସ । ଏଥିପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ କରାଯାଇଛି । ଆଜି ଏଆଇସିସି ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ନିର୍ବାଚନ ପରିଚାଳନାକୁ ଅଧିକ କ୍ରିୟାଶୀଳ ଏବଂ ସହଜ କରିବା ପାଇଁ ତାଙ୍କୁ ଏହ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରସାଦଙ୍କୁ ମିଡିଆ ସହିତ ସମ୍ବାଦ, ସୋସିଆଲ ମିଡିଆ, ୱାରରୁମ, ପ୍ରଗମନ ଭଳି ଅନେକ ଗୁରୁତ୍ବ ବହନ କରୁଥିବା କାର୍ଯ୍ୟକ୍ରମର ଭାର ଦିଆଯାଇଛି ।

ଓଡ଼ିଶାରେ କଂଗ୍ରେସକୁ ଅଧିକ ସୁଦୃଢ କରି 24 ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆକୁ ଅଧିକ ଶାଣିତ କରିଛି ଦଳ । ଘନ ଘନ ବୈଠକ, କଂଗ୍ରେସର ବାର୍ତ୍ତା, ଉଭୟ ବିଜେଡି ବିଜେପି ସରକାରଙ୍କ ବିଫଳତାକୁ ନେଇ କିଭଳି ଜନମତ ନିଜ ସପକ୍ଷରେ ହାସଲ କରିହେବ, ସେନେଇ ରଣନୀତି ପ୍ରସ୍ତୁତ କରୁଛି ଦଳ । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ତୃଣମୂଳସ୍ତରରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ପ୍ରଗମନ ଆପ ଜରିଆରେ ପ୍ରାର୍ଥୀମାନେ ଆବେଦନ କରିଛନ୍ତି । ସ୍କ୍ରିନିଂ କମିଟି ବୈଠକ ମାର୍ଚ୍ଚ 9ରେ ଦିଲ୍ଲୀରେ ବସିବ । ପରେ ସେଣ୍ଟ୍ରାଲ ଇଲେକ୍ସନ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିବ । ନିର୍ବାଚନ ପୂର୍ବରୁ ଆଜି ପ୍ରସାଦ ହରିଚନ୍ଦନଙ୍କୁ ଦାୟିତ୍ବ ଦେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ...ମାର୍ଚ୍ଚ 15 ଭିତରେ କଂଗ୍ରେସର ପ୍ରାର୍ଥୀ ଘୋଷଣା, 9ରେ ଦିଲ୍ଲୀ ଯିବେ ପିସିସି ସଭାପତି

ମାର୍ଚ୍ଚ 15 ତାରିଖ ମଧ୍ୟରେ କଂଗ୍ରେସର ଟିକେଟ ଘୋଷଣା କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଆବେଦନ ଓ ସିଲେକ୍ସନ ନେଇ ପ୍ରଥମ କରି ପ୍ରଗମନ ଆପ ବ୍ୟବସ୍ଥା କରିଥିଲା । ପ୍ରଗମନରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା କଂଗ୍ରେସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିପାଇଁ ଏବେ ଆବେଦନକାରୀଙ୍କ ପାଇଁ ଆଉ ଏକ ନୂଆ କ୍ରାଇଟେରିଆ ଯୋଡ଼ିଛି କଂଗ୍ରେସ । ବିଧାନସଭା ପାଇଁ ଆବେଦନକାରୀଙ୍କୁ ୩୦୦ ଜଣ ସଦସ୍ୟ ଯୋଡିବାକୁ ପଡିବ ଏବଂ ସଂସଦୀୟ କ୍ଷେତ୍ର ପାଇଁ ୭୦୦ ଜଣ ସଦସ୍ୟଙ୍କୁ ଯୋଡିବାକୁ ପଡିବ ବୋଲି ସର୍ତ୍ତ ରଖିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.