ETV Bharat / politics

ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ବିଜେଡି ଓ କଂଗ୍ରେସର ବର୍ଜନ, ବଢିଲା ବୟାନବାଜି - MLAs Training Politics - MLAS TRAINING POLITICS

MLAs Training Workshop Politics: ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ବଢିଲା ରାଜନୈତିକ ବୟାନବାଜି । ବିରୋଧୀ କହିଲେ କେନ୍ଦ୍ରମନ୍ତ୍ରୀ ଅତିଥି ନୁହେଁ, ଉଦଘାଟକ ହୋଇଆସୁଛନ୍ତି । ବିଜେପି କହିଲା ତାଲିମ ଦେବା ବଡ଼ କଥା । ଅଧିକ ପଢନ୍ତୁ

MLAs Training Workshop Politics
MLAs Training Workshop Politics (ETV Bharat Odisha)
author img

By ETV Bharat Odisha Team

Published : Aug 16, 2024, 9:39 PM IST

ଭୁବନେଶ୍ବର: ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନକୁ ବିରୋଧ କରି ବର୍ଜ୍ଜନ କରିଛନ୍ତି କଂଗ୍ରେସ ଓ ବିଜେଡ଼ି । ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ତାଲିମ କାର୍ଯ୍ୟକ୍ରମକୁ ସରକାର ରାଜନୀତିକରଣ କରୁଥିବା ବିଜେଡି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ସରକାର ସଂକୁଚିତ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ ।

ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ବିଜେଡି ଓ କଂଗ୍ରେସର ବର୍ଜନ, ବଢିଲା ବୟାନବାଜି (ETV Bharat Odisha)

ତାଲିମ କାର୍ଯ୍ୟକ୍ରମ ନୁହେଁ ରାଜନୀତିକରଣକୁ ବିରୋଧ :-

ଆସନ୍ତାକାଲିଠୁ ବିଧାନସଭାରେ ନବ ନିଯୁକ୍ତ ବିଧାୟକଙ୍କ ଲାଗି ହେବାକୁ ଥିବା ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବନାହିଁ କଂଗ୍ରେସ ଓ ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି,"ବିଜେଡି ସମସ୍ତ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରେ । ଆଗକୁ ମଧ୍ୟ ବିରୋଧ କରିବ । ଗତ 10ତାରିଖରେ ଓଡ଼ିଶା ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନବନିଯୁକ୍ତ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ ନେଇ ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମର ଉଦଘାଟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଦଯାପକ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ବୋଲି ଦର୍ଶାଯାଇଥିଲା । ବିଧାନସଭାରେ ଏ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରିଥିଲା । ଏହା ପରେ ଗତକାଲି ପୁନର୍ବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି । ତାଲିମ କାର୍ଯ୍ୟକ୍ରମ ନୁହେଁ ବିଧାନସଭାରେ ରାଜନୀତିକରଣକୁ ବିଜେଡି ବିରୋଧ କରୁଛି ।"

କେନ୍ଦ୍ରମନ୍ତ୍ରୀ ଅତିଥି ହୋଇ ଆସନ୍ତୁ, ଉଦଘାଟକ ନୁହେଁ :-

କଂଗ୍ରେସ ବିଧାୟକ ସିଏଚ ରାଜନ ଏକ୍କା କହିଛନ୍ତି, "ବିଜେପି ଓଡ଼ିଆ ଅସ୍ମିତା ଓ ପ୍ରୋଟୋକଲ କଥା କହୁଛି । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଉପସ୍ଥିତିରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଆମେ ବିରୋଧ କରୁଛୁ । ପ୍ରୋଟକଲ ଅନୁସାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ବରିଷ୍ଠ । ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ପ୍ରୋଟକଲ ଭାଙ୍ଗୁଛି । ଏହାକୁ ଆମେ ବିରୋଧ କରୁଛୁ । ଆମ ମୁଖ୍ୟମନ୍ତ୍ରୀଙ୍କୁ ଆମ ସରକାର ସମ୍ମାନ ଦେଇପାରୁନାହାନ୍ତି । ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଖୁସିର କଥା । ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅବହେଳାକୁ ଆମେ ବିରୋଧ କରୁଛୁ । କେନ୍ଦ୍ରମନ୍ତ୍ରୀ ଅତିଥି ହୋଇ ଆସନ୍ତୁ, ଉଦଘାଟକ ନୁହେଁ । ପ୍ରସଙ୍ଗକୁ ନେଇ ବିରୋଧୀ ରାଜନୀତିକରଣ କରୁନାହାନ୍ତି । ଶାସକ ଦଳ ରାଜନୀତିକରଣ କରୁଛି । ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ସରକାର କ୍ଷର୍ଣ୍ଣ କରୁଛନ୍ତି ।"

'ଉଦଘାଟନ କିଏ କରିବ ବଡ଼ ନୁହେଁ, ତାଲିମ ବଡ଼ କଥା'

ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, "ଏହି ତାଲିମ କାର୍ଯ୍ୟକ୍ରମ ଦରକାରୀ ଜିନିଷ । ବିଶେଷ କରି ନୂଆକରି ବିଧାନସଭା ଆସିଥିବା ବିଧାୟକଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ । ଉଦଘାଟନ କିଏ କରିବ ବଡ଼ କଥା ନୁହେଁ । ତାଲିମ ବଡ଼ କଥା । ବିଜେପିର ଏହା ଦଳୀୟ କାର୍ଯ୍ୟକ୍ରମ ଭାବିବା, ତାହା ସମ୍ପୂର୍ଣ୍ଣ ଭୁଲ । ମୁଁ ଯେତେବେଳେ ବିଧାୟକ ହୋଇଥିଲା ସେତେବେଳେ ବିଜେଡ଼ି ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଥିଲା । ଆମେମାନେ ଟ୍ରେନିଂ ନେଇଥିଲୁ । ବିଧାନସଭା ଦ୍ବାରା କରାଯାଉଥିବା ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀଙ୍କୁ ଡକିବା କିଛି ସମ୍ବିଧାନ ବିରୋଧି ନୁହେଁ ।

ଏହା ବି ପଢନ୍ତୁ- ନବାଗତ ବିଧାୟକମାନଙ୍କୁ ତାଲିମ: ଦଳୀୟ କାର୍ଯ୍ୟକ୍ରମ କହି ବିରୋଧୀଙ୍କ ବୟକଟ୍ ଚେତାବନୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.