ETV Bharat / politics

ଜୟଙ୍କୁ କାହିଁକି ମିଳିଲାନି ମନ୍ତ୍ରିପଦ ? ଶୁଣନ୍ତୁ କ'ଣ କହୁଛନ୍ତି ରାଜନୀତି ସମୀକ୍ଷକ - Sambalpur MLA Jayanarayan Mishra - SAMBALPUR MLA JAYANARAYAN MISHRA

Sambalpur MLA Jayanarayan Mishra: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ମନ୍ତ୍ରିପଦ ମିଳି ନାହିଁ । ଯାହାକୁ ନେଇ ସମ୍ବଲପୁରରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ଏହି ଭେଟେରାନ ଲିଡରଙ୍କୁ ମନ୍ତ୍ରିପଦ ନମିଳିବା ପଛରେ କଣ ହୋଇପାରେ କାରଣ ? ଜାଣନ୍ତୁ...

Sambalpur MLA Jayanarayan Mishra
Sambalpur MLA Jayanarayan Mishra (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 10:59 PM IST

ସମ୍ବଲପୁର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିଥିବାବେଳେ, କିନ୍ତୁ ବିଜେପିର ଏହି ତୁଙ୍ଗ ନେତାଙ୍କୁ ମନ୍ତ୍ରିପଦ ମିଳି ନାହିଁ । ପୂର୍ବରୁ ପରିବହନ ମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଥିବା ଜୟନାରାୟଣଙ୍କୁ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନମିଳିବା ସମ୍ବଲପୁରବାସୀଙ୍କୁ ଚକିତ କରିଥିବାବେଳେ ରାଜନୀତି ସମୀକ୍ଷକ ଏନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଅନ୍ୟପଟେ ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟରେ ପ୍ରମୁଖ ଭୂମିକା ନିଭେଇଥିବା ଜୟନାରାୟଣଙ୍କୁ ମନ୍ତ୍ରିପଦ ନମିଳିବାରୁ ସମ୍ବଲପୁର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Sambalpur MLA Jayanarayan Mishra (ETV Bharat Odisha)

ଜୟଙ୍କୁ କାହିଁକି ମିଳିଲାନି କୌଣସି ମନ୍ତ୍ରିପଦ ? ଏବେ ସମ୍ବଲପୁରରେ ସାଧରଣ ଜନତାଙ୍କ ମଧ୍ୟରେ ଏହା ଏକ ବଡ଼ ପ୍ରଶ୍ନ ଭାବେ ଉଙ୍କି ମାରୁଛି । ଜୟନାରାୟଣ ମିଶ୍ର ରାଜ୍ୟ ବିଜେପିର ଜଣେ ଜଣାଶୁଣା ଓ ଟାଣୁଆ ନେତା । ଚଳିତ ଥରକୁ ମିଶାଇ ସେ ୫ଥର ବିଧାୟକ ହୋଇଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ହୋଇଥିଲେ ଜୟ । ଏହାପରେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଏହି ନିର୍ବାଚନରେ ରାଜ୍ୟରେ ବିଜେଡିର ବିପୁଳ ବିଜୟ ହୋଇଥିବାବେଳେ ସାରା ରାଜ୍ୟରେ ବିଜେପିର ମାତ୍ର ୬ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଜୟନାରାୟଣ ମିଶ୍ର ମଧ୍ୟ ଥିଲେ ଅନ୍ୟମତ । ୨୦୧୪ରେ ସେ ବିଜେଡିର ଡଃ ରାସେଶ୍ବରୀ ପ୍ରାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ । ତେବେ ୨୦୧୯ ଓ ୨୦୨୪ରେ ପୁଣି ବିଜୟୀ ହୋଇ ୫ ଥରର ବିଧାୟକ ହୋଇଛନ୍ତି ଜୟ ନାରାୟଣ । ଏହାସହ ଗତ ବିଧାନସଭାରେ ସେ ବିରୋଧୀ ଦଳର ନେତା ହୋଇ ନିଜର ଦାୟିତ୍ବ ନିର୍ବାହ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟରେ ପ୍ରମୁଖ ଭୂମିକା ନିଭେଇଥିଲେ । ଏହାସହ ସମ୍ବଲପୁର, ଝାରସୁଗୁଡା, ବରଗଡ଼, ଆଠମଲ୍ଲିକ ସହ ସମଗ୍ର ପଶ୍ଚିମ ଓଡିଶାରେ ସେ ଭଲ ସଂଗଠକ ଭାବେ ଜଣାଶୁଣା ଓ ବହୁ ବିଧାୟକଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ତେଣୁ ଏଥର ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କୁ ମନ୍ତ୍ରିପଦ ନମିଳିବାରୁ ଏହା ସମ୍ବଲପୁର ପରି ମର୍ଯ୍ୟାଦା ସମ୍ପନ୍ନ ସିଟ ପାଇଁ ଅପମାନ ବୋଲି ଲୋକେ ବିଚାର କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବରିଷ୍ଠ ବିଧାୟକ ଜୟନାରାୟଣଙ୍କୁ ଭେଟିଲେ କ୍ୟାବିନେଟ ମନ୍ତ୍ରୀ ରବି ନାଏକ - Cabinet Minister Rabi Narayan Naik

ଏଭଳି ପରିସ୍ଥିତିରେ ପଶ୍ଚିମ ଓଡିଶା ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଇନ୍ଦ୍ରଜିତ ତାଣ୍ଡି କହିଛନ୍ତି, "ଜୟନାରାୟଣ ମିଶ୍ର ଜଣେ ଟାଣୁଆ ନେତା । ସେ ସାରା ଓଡିଶାରେ ଚର୍ଚ୍ଚିତ । ଆମର ଶ୍ରମିକ ମାନଙ୍କ '96 ସେସ ଆଇନ' ୨୦୦୭ ମସିହାରେ ସେ ଶ୍ରମ ମନ୍ତ୍ରୀ ଦାୟିତ୍ବରେ ଥିବାବେଳେ ତାଙ୍କ ପ୍ରଚେଷ୍ଟାରେ ପ୍ରଣୟନ ହୋଇଥିଲା । ସେ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ, ତେଣୁ ସେ ମନ୍ତ୍ରୀ ହେବା ନିହାତି ଆବଶ୍ୟକ । ସମଗ୍ର ପଶ୍ଚିମ ଓଡିଶାର ନିର୍ମାଣ ଶ୍ରମିକ ତାଙ୍କୁ ଲଢୁଆ ନେତା ଭାବେ ଜାଣିଛନ୍ତି ।"

ଅନ୍ୟପଟେ ସମ୍ବଲପୁରj ବରିଷ୍ଠ ରାଜନୀତି ସମୀକ୍ଷକ ପ୍ରଫୁଲ୍ଲ ଦାସଙ୍କ ମତରେ ଜୟଙ୍କୁ ମନ୍ତ୍ରିପଦ ନମିଳିବା ପଛରେ ୩ଟି କାରଣ ଥାଇପାରେ । ପ୍ରଥମ କାରଣ ହେଉଛି ଜୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା । ଦ୍ଵିତୀୟରେ ଜୟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜ୍ୟ ସରକାରଙ୍କୁ ଅଡୁଆରେ ପକେଇ ପାରେ ବୋଲି ବିଚାର କରାଯାଇଥାଇପାରେ । ସେହିଭଳି ତୃତୀୟ କାରଣ ହେଉଛି ଜୟ କୁଆଡେ ତାଙ୍କ ଦଳକୁ ଏକ ନିର୍ଦ୍ଦିଷ୍ଟ ମନ୍ତ୍ରିପଦ ପାଇଁ ଦାବି କରିଥିଲେ । ଆଉ ଦଳ ଅମଙ୍ଗ ହେବାରୁ ଏମିତି ହୋଇଥାଇପାରେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.